Odisha News Portal

ଦେଖନ୍ତୁ ଭିଡିଓ ! ବିଚ ରାସ୍ତାରେ ମହିଳା ପୋଲିସ ଜଣଙ୍କ ଅଟୋ ଡ୍ରାଇଭରଙ୍କୁ ମାରିଲେ ଶକ୍ତ ଚାପୁଡା, ପୁରା ଭିଡିଓ ଦେଖିଲେ ଆପଣ ଚକିତ ହୋଇଯିବେ ……

କୁହାଯାଏ ଆଇନ୍ ସମସ୍ତଙ୍କ ପାଇଁ ସମାନ , ତାହେଲେ ପୋଲିସ୍ କର୍ମଚାରୀଙ୍କ ପାଇଁ ମଧ୍ୟ ସରକାରଙ୍କ ଏହି ଆଇନ୍ ନିଶ୍ଚିତ ଭାବରେ ସମାନ ହେବା ଉଚିତ । କିନ୍ତୁ କିଛି ଏପରି ପୋଲିସ୍ କର୍ମଚାରୀ ଅଛନ୍ତି ଯେଉଂମାନେ କି ନିଜର ପାୱାର ଅପବ୍ୟବହାର କରୁଛନ୍ତି । ତେବେ ବର୍ତ୍ତମାନର ଯୁଗ ହେଉଛି ସୋସିଆଲ ମିଡିଆର ଯୁଗ । ତେଣୁ ଏବେ କୌଣସି ଘଟଣା ଘଟିଲେ ଲୋକେ ଆଗ ତାକୁ କ୍ୟାମେରାରେ ଉତ୍ତୋଳନ କରି ଭାଇରାଲ କରିବାରେ ଲାଗିଛନ୍ତି ।

ତେବେ ସେମିତି ଏକ ଘଟଣା ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହା ଜାଣିବା ପରେ ଆପଣ ନିଜ ଚୁଟି ଧରି ପକାଇବେ ଏବଂ ବର୍ଦିର ରୋବାବ୍ ବୋଲି ନିଶ୍ଚିୟ କହିବେ ।

ଘଟଣା ଅନୁସାରେ ପୋଲିସ୍ କାର୍ ସହ ଅଟୋଟି ଘସି ହୋଇଯିବାରୁ କାର୍ ର କିଛି ଅଂଶ ସ୍କ୍ରାଚ୍ ହୋଇଯାଇଛି । ଯାହା ପରେ କନେଷ୍ଟବଳ ମାଡାମ୍ ଜଣଙ୍କ ବିଚ୍ ରାସ୍ତା ଉପରେ ଅଟୋ ଡ୍ରାଇଭର ଙ୍କୁ ବାଉାଁ ଚାପୁଟା କଷି ପକାଇଛନ୍ତି । ତେବେ ସେହି ମାଡାମ୍ ଭଲି ଯାଇଛନ୍ତି ଯେ ଯାହା ହାତରେ ବି ଆଜିକାଲି ମୋବାଇଲ୍ ଥିବ ସେ ରେକର୍ଡିଂ କରି ଭିଡିଓଟିକୁ ଭାଇରାଲ୍ କରିଦେବ ।

ମାଡାମ୍ ବର୍ଦ୍ଧି ପିନ୍ଧିଛନ୍ତି ବୋଲି କଣ ଯେତେବେଳେ ଯେଉଁଠି ଯାହାକୁ ପାରିବେ ହାତ ଉଠାଇବେ ସେଇୟା କି । ହେଲେ ସାଧାରଣ ଲୋକ କିଛି ବୁଝନ୍ତିନି, ଯାହା ଦେଖନ୍ତି ଠିକ୍ ସେଇୟା ହିଁ ପକାନ୍ତି । କୁହାଯାଏ ନାଁ କ୍ୟାମେରା କେବେ ମିଛ କୁହେନି । ଆଉ ତାହା ହିଁ ହେଲା ଭିଡିଓ ଏବେ ଭାଇରାଲ ହୋଇଯାଇଛି ଏବଂ ମହିଲା କନେଷ୍ଟବଳ ଅଟୋ ଟ୍ରାଇଭର ଙ୍କୁ ମାଡ ମାରିବାର ଭିଡିଓ ସମସ୍ତଙ୍କ ସାମ୍ନାକୁ ଆସିଯାଇଛି ।

ଯାହା ଜଣାପଡିଛି ମହିଳା କନେଷ୍ଟବଳ ଜଣଙ୍କ କାର୍ ରେ ଯାଉଥିବା ସମୟରେ ଜମ୍ବୁ ମାର୍ସାଘାଇ ରାସ୍ତାର ନ୍ନତାର ଛକ ନିକଟରେ ତାଙ୍କ କାର୍ ଟ୍ ଏକ ଡାଲା ଅଟୋ ସହିତ ସାମାନ୍ୟ ଘସି ହୋଇଯାଇଥିଲା । ଏଥିରେ ଖୁବ୍ ରାଗିଗଲେ ମାଡାମ୍ କାର ରୁ ଓହ୍ଲାଇ ପଡିଲେ ଏବଂ ଅଟୋ ଡ୍ରାଇଭରଙ୍କୁ ରାସ୍ତା ଉପରେ ସମସ୍ତଙ୍କ ସାମ୍ନାରେ ବାଉାଁ ଚାପୁଡାଟିଏ କଷି ଦେଲେ ।


ତେବେ ଅଟୋ ଡ୍ରାଇଭର ବିଶ୍ବଜିତ୍ ଙ୍କ କହିବା କଥା ତାଙ୍କର କିନ୍ତୁ କିଛି ଭୂଲ୍ ହିଁ ନଥିଲା । ସେ ପ୍ରଥମେ ବୁଝି ପାରିନଥିଲେ ଯେ ତାଙ୍କର ଭୁଲ କେଉଂଠି । ଭୁଲ ନଥାଇ ମାଡ ଖାଉଛନ୍ତି ମାନେ ଅଭିଯୋଗ ତ ନିଶ୍ଚିୟ କରିବେ । ତେଣୁ ବିଶ୍ବଜିଚ୍ ସଂପୃକ୍ତ ମହିଳା କନେଷ୍ଟବଳଙ୍କ ବିରୋଧରେ ଜମ୍ବୁ ମେରାଇନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଏହି ଅଭିଯୋଗକୁ ନେଇ ଭାଇରାଲ ହୋଇଥିବା ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ନୂତନ ଏସପି ଏବଂ ତଦନ୍ତ କରିବେ ବୋଲି ଥାନା ପକ୍ଷରୁ ବି କୁହାଯାଇଛି । ଅନ୍ୟପଟେ ଏନେଇ କନେଷ୍ଟବଳ ମାଡାମଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଭିଡିଓ ଭାଇରାଲ୍ ହେବା ପରେ ବରିଷ୍ଠ ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଦେଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।