Odisha News Portal

ଦେଖନ୍ତୁ ଭିଡ଼ିଓ । ପୁଣି ସାମ୍ନାକୁ ଆସିଲେ ଆଦିତ୍ୟ ଦାସ୍ ଙ୍କ ପତ୍ନୀ ! ଆଉ କହିଲେ କିଛି ଏମିତି କଥା, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଅପରାଧି ସାମ୍ନାକୁ ଆସିଛି…

0 6

ଆପଣ ମାନେ ସମସ୍ତେ ବେଶ୍ ଭଲ ଭାବରେ ଜାଣିଥିବେ ଦୀର୍ଘ ଦିନ ଧରି ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୀର୍ଘ ଦିନ ଧରି ଜିଆରପି ପରେ କ୍ରାଇମବ୍ରାଞ୍ଚ ଏବଂ ପରେ ସିବିଆଇ ତଦନ୍ତ ପରେ ମଧ୍ୟ ତାଙ୍କର ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡିନଥିବା ବେଳେ ପ୍ରକୃତ ହତ୍ୟାକାରୀ ର ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ଖବର ମିଳିନାହିଁ ।

ଏହାର କୌଣସି ସମାଧାନ ଏଯାବତ୍ ହୋଇ ପାରିଲା ନାହିଁ । ଆଉ ଏହାରି ଭିତରେ ସବୁଠାରୁ ବଡ କଥା ହେଉଛି ତାଙ୍କ ସ୍ତ୍ରୀ, ନିଜକୁ ନିର୍ଦ୍ଦୋଷ ପ୍ରମାଣ କରି କରି ଥକି ପଡିଲେଣୀ । ତଥାପି କିଛି ଲୋକ ଭାବୁଛନ୍ତି ଯେ ସେ ହିଁ ତାଙ୍କ ମୃତ୍ୟୁର କାରଣ। ଏହାରି ଭିତରେ ଦୀର୍ଘଦିନ ପରେ ପୁଣି ସାମ୍ନାକୁ ଆସିଛନ୍ତି ମାନବପ୍ରେମି ଆଦିତ୍ୟ ଦାସ୍ ଙ୍କ ପତ୍ନୀ ବିଦ୍ୟାଶ୍ରୀ ।

ତେବେ କିଛି ଦିନର ବ୍ୟବଧାନ ପରେ ପୁଣି ସାମ୍ନାକୁ ଆସିଛନ୍ତି ଏବଂ ମୁହଁ ଖୋଲିଛନ୍ତି ବିଦ୍ୟାଶ୍ରୀ । ସେ କହିଛନ୍ତି ଅଳ୍ପ କେତେ ଜଣଙ୍କୁ ଛାଡିଦେଲେ ଏଠାରେ କେହି ମାନବପ୍ରେମୀ ନାହାନ୍ତି । ସମସ୍ତେ ନିଜ ନିଜ ସ୍ବାର୍ଥରେ। ଏଠାରେ ସେ କାହାକୁ କଟାକ୍ଷ କରୁଛନ୍ତି ଶୁଣନ୍ତୁ। କାରଣ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ଏଠାରେ ସେ କହିଛନ୍ତି ତାଙ୍କ ଶାଶୁ ତାଙ୍କୁ କହୁଛନ୍ତି ଯେ ସେ ଶୁଭାଶିଷ ଷଡ଼ଙ୍ଗୀ ଙ୍କ ନାମରୁ କେଶ୍ କୁ ଉଠାଇ ନେବେ।ସେ ଫୋନରେ କଥା ହେଉଥିଲେ ଏବଂ ଆସି ତାଙ୍କୁ ଅନୁରୋଧ କଲେ ଏହା କରିବାକୁ। ନଚେତ୍ ସେ ଏକାଠି ହୋଇ ରହିବାକୁ ନିଷ୍ପତ୍ତି ନେଇଗଲେ। ଯେ ମୁଁ ଯଦି କେଶ୍ ଉଠାଇ ନନିଏ ତେବେ ସେ ମୋ ସହିତ ଆଉ ରହିବେ ନାହିଁ।


ତେବେ ବିଦ୍ୟାଶ୍ରୀ କହିଲେ କି ମାଆ ମୋ ଆଗରେ ହାତ ଯୋଡ଼ନ୍ତୁ ନାହିଁ। ମୁଁ ବି ଆପଣଙ୍କ ଗୋଡ଼ ତଳେ ପଡୁଛି। ମୁଁ ଶୁଭାଶିଷ ଷଡ଼ଙ୍ଗୀଙ୍କ ନାମରୁ କେଶ୍ ଉଠାଇ ପାରିବି ନାହିଁ ବରଂ ଦରକାର ପଡ଼ିଲେ ତାଙ୍କ ନାମରେ ଆହୁରି 4 ଟା କେଶ୍ କରିବି । ଆଉ ପ୍ରମାଣ କରିଦେବି କି କିଏ ଠିକ୍ ଭୁଲ୍ । ଯେତେବେଳେ ତୁମେ ସବୁକଥା ଜାଣି ଯିବ ସେତେବେଳେ ମୁଁ ଆପଣଙ୍କୁ ଆପଣଙ୍କ ପୁଅ ଭଳିଆ ହୋଇ ପାଖରେ ରଖିବି । ଆଜି ତୁମେ ମୋ ପାଖରେ ରହିବାକୁ ଚାହୁଁ ନ ଆଉ ମୁଁ ବି ବାଧ୍ୟ କରିବିନି। କାହିଁକି ନା ତୁମେ କହିବ ବୋହୁ ବାଧ୍ୟ କରି ଚାପ ପକାଇ ତା ପାଖରେ ରଖିଛି।

ଏହାପରେ ବିଦ୍ୟାଶ୍ରୀ କହିଛନ୍ତି ଯଦି କାହାର ସାହସ ଅଛି ମୋ ସହ କାଠଗଡାରେ ଲଢେଇ କରୁ । କାହିଁକି କେଶ୍ ଉଠାଇ ନେବାକୁ ଚାପ ପକାଉଛନ୍ତି । ଏଠି କେହି ମାନବପ୍ରେମି ନାହାନ୍ତି, ସମସ୍ତେ ଶୁଭାଶିଷ ପ୍ରେମୀ ଅଟନ୍ତି । ଏତେ ଜଣ ଆଦିତ୍ୟ ଦାସ୍ ଙ୍କ ଫୋଲଅରସ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କେହିବି ସାମ୍ନାକୁ ଆସି ପାରିଲେ ନାହିଁ ଏକଜୁଟ ହୋଇ। ଆଉ ଏହିଠାରୁ ହିଁ ଜଣାପଡୁଛି କେତେଜଣ ମାନବପ୍ରେମୀ ଏଠାରେ ରହିଛନ୍ତି ।