Odisha News Portal

ଦେଖନ୍ତୁ ଭିଡ଼ିଓ ! ” ପରୀ ” ଘଟଣାକୁ ନେଇ ମୁହଁ ଖୋଲିଲେ ନିର୍ଭୟା ଙ୍କ ଓକିଲ ଯାହା କହିଲେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

0 211

5 ବର୍ଷର ପରୀ ହତ୍ୟା ମାମଲାକୁ ନେଇ ଆସିଛି ଏକ ନୂଆ ଟୁଇଷ୍ଟ । ପରୀ ହତ୍ୟା ମାମଲା ରେ ନିର୍ଭୟା ଓକିଲ ସୀମା ନିଜେ ମୁହଁ ଖୋଲିଛନ୍ତି । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ରାଜ୍ୟ ରାଜନୀତି ପର୍ଯ୍ୟନ୍ତ ସବୁଠାରେ ଚର୍ଚ୍ଚାର ବିଷୟ ପାଲଟିଛି କୁନି ପରୀର ମୃତ୍ୟୁ ମାମଲା । ତେବେ ପରି କେସ ଦିନ କୁ ଦିନ ଭିନ୍ନ ମୋଡ଼ରେ ପହଂଚି ଗଲାଣି । 5 ବର୍ଷ ଶିଶୁ କନ୍ୟାର ହତ୍ୟାକୁ 5 ମାସ ରୁ ଉର୍ଦ୍ଧ ସମୟ ହୋଇ ଗଲାଣି କିନ୍ତୁ ଏପର୍ଯ୍ୟନ୍ତ ପ୍ରକୃତ ଦୋଷୀ ସାମ୍ନାକୁ ଆସିଲା ନାହିଁ ।

ସୀମା ନିଜେ ସୋସିଆଲ ମିଡିଆରେ ଲାଇଭ ଭିଡିଓକରି ପୁଣି ପରି ଘଟଣାର ମୁହଁ ଖୋଲିଛନ୍ତି ଏବଂ ଯାହା କହିଛନ୍ତି ଆପଣ ଶୁଣିଲେ ପୂରା ଆଶ୍ଚର୍ଯ୍ୟ ହୋଇଯିବେ I

ତେବେ ନିକଟରେ ସୋସିଆଲ ମିଡିଆରେ ପରୀ କେସ ସୀମା ଲଢନ୍ତୁ ବୋଲି ଅନୁରୋଧ ହେଉଥିଲା ଏପରିକି ଏହାକୁ ନେଇ ସମ୍ବିତ ନନ୍ଦ ସୀମାଙ୍କୁ ଟ୍ୱିଟ କରିଥିବା ବେଳେ ,କେସ ର ସବିଶେଷ ତଥ୍ୟ ମାଗିଥିଲେ ନିର୍ଭୟା ଙ୍କ ଓକିଲ I ଆଉ ଏହାସହିତ ସମାଜସେବୀ ଶିବ ଶଙ୍କର ସ୍ୱାଇଁ ଲଗାତାର ନିର୍ଭୟାଙ୍କ ଓକିଲ ସୀମାଙ୍କ ସହିତ ଏନେଇ ଯୋଗାଯୋଗରେ ଅଛନ୍ତି ।

ତେବେ ପରୀ କିଭଳି ନ୍ୟାୟ ପାଇବ ସେଥିପାଇଁ କିଛି ବୁଦ୍ଧିଜୀବୀ ଏବଂ ଯୁବବର୍ଗ ସବୁପ୍ରକାର ପ୍ରୟାସ ଜାରି ରଖିଛନ୍ତି । ପରୀ କେସର ସବିଶେଷ ତଥ୍ୟ ଯୋଗାଡ଼ କରି ଏହା ଉପରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରୁଛନ୍ତି ନିର୍ଭୟାଙ୍କ ଓକିଲ ସୀମା I

ତେବେ ନିର୍ଭୟାଙ୍କ ଓକିଲ ସୀମା ଲାଇଭ ଭିଡିଓ କରି କହିଛନ୍ତି ଓଡିଶାର ପରି ଘଟଣା ବିଷୟରେ । ସୀମା କହିଛନ୍ତି ବହୁତ ଲୋକ ତାଙ୍କୁ ଅନୁରୋଧ କରୁଛନ୍ତି କି ସେ ଏହି କେସ୍ କୁ ଲଢନ୍ତୁ । ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି ପରୀ ନାଁର ଜଣେ 5ବର୍ଷର ଶିଶୁକୁ ରେପ୍ କରାଯାଇ ତାକୁ ହତ୍ୟା କରାଗଲା ଏବଂ ତାର ଅଙ୍ଗକୁ କାଟି ବିକି ଦିଆଗଲା , ଆଉ ଏହାପରେ ତାର ଶରୀରକୁ ଏକ ବୂରାରେ ଭରି ଜଙ୍ଗଲରେ ଫିଙ୍ଗି ଦିଆଗଲା ।

ଆଉ ସେତେବେଳେ ସେହି ଶରୀରଟି ପଚିସଢି ସଂମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ଏବଂ ରହିଯାଇଥିଲା ଖାଲି ହାଡ । କିନ୍ତୁ ଏଥିରେ ଯେଉଁ ମୁଖ୍ୟ ଦୋଷୀ ସେ ଏପର୍ଯ୍ୟନ୍ତ ଧରାପଡିନଥିବା ବେଳେ ଜଣେ ନିରୀହ ଲୋକଙ୍କୁ ଏଥିରେ ଫଶି ଦିଆଗଲା ।

ଏହାସହିତ ସେ ଆହୁରି ଅନେକ ଘଟଣା ବିଷୟରେ ମଧ୍ୟ କହିଥିଲେ । ଆଉ ଶେଷରେ କହିଥିଲେ କଣ ଆମ ଦେଶରେ ନାରୀଙ୍କର କଣ କିଛି ବି ଅସ୍ତିତ୍ବ ନାହିଁ , ସେମାନଙ୍କୁ ସେମାନଙ୍କର ଭାବନାକୁ ବ୍ୟକ୍ତ କରିବା ପାଇଁ କଣ ଅଧିକାର ନାହିଁ , ପାଠ ପଢିବାର ଅଧିକାର ନାହିଁ, ସେମାନଙ୍କୁ ଶାଶୁଘରେ ସମ୍ମାନର ସହିତ ବଞ୍ଚିବାର ଅଧିକାର ନାହିଁ, ନିଇ ଇଚ୍ଛାରେ ବିବାହ କରିବାର ଅଧିକାର ନାହିଁ ?

ତେବେ କଣ ଆମ ଦେଶରେ ନାରୀକୁ କୌଣସି ବି ଅଧିକାର ଦିଆ ଯାଇନାହିଁ ? ଓକିଲ ସୀମା ଏହା କହିଛନ୍ତି ସେ କାହାର କାହାର କେସ୍ ଲଢିବେ ଏବଂ କଣ ପାଇଁ ସେ ଏ କେସ୍ ଲଢିବେ ? ଆମେ କଣ ପାଇଁ ଏସବୁକୁ ରୋକିବା ପାଇଁ ଚେଷ୍ଟା କରୁନାହୁଁ , କେଉଁଠୁ ଏହି ମାନସିକତା ଆସୁଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ଆମର ଆଇନ୍ ବ୍ୟବସ୍ଥା ଉପରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।