ଦେଖନ୍ତୁ ଭିଡ଼ିଓ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଫିଟନେସ ଭିଡ଼ିଓ ଭାଇରାଲ…୬୦ ଲକ୍ଷ ଲୋକ ଦେଖି ସାରିଲେଣି

ଆଜିର ଇଣ୍ଟରନେଟ୍ ଯୁଗରେ ଆପଣ ମାନେ ଇଣ୍ଟରନେଟର ବହୁଳ ବ୍ୟବହାର ଦେଖିବାକୁ ପାଉଥିବେ । ଇଣ୍ଟରନେଟ୍ ର ବ୍ୟବହାର କରି ଲୋକେ ସେମାନଙ୍କ କଳା ପ୍ରତିଭା ତଥା ଦେଶ ବିଦେଶର ଖବର ଜାଣିବା ପାଇଁ ଆଉ ଅପେକ୍ଷା କରିବାକୁ ପଡୁ ନାହିଁ । ତେଣୁ ଆଜିର ଆଧୁନିକ ଯୁଗରେ ସୋସିଆଲ ମିଡ଼ିଆ ବା ଇଣ୍ଟରନେଟ ର ବ୍ୟବହାର କରି କୌଣସି ବଡ଼ ଖବର କୁ କିମ୍ବା କୌଣସି ସାଧାରଣ ଘଟଣାକୁ ପ୍ରଚାର କରିବା କିମ୍ବା ଲୋକ ଲୋଚନକୁ ଆଣିବା ବେଶି କଷ୍ଟ ସାଧ୍ୟ ନୁହଁ ।

ତେବେ ଆପଣ ମାନେ ସମସ୍ତେ ତ ନିଶ୍ଚିତ ଭବାରେ ଜାଣିଥିବେ ଯେ, ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ସୁଯୋଗ୍ୟ ସୁପୁତ୍ର ନବୀନ ପଟ୍ଟନାୟକ ଦୀର୍ଘବର୍ଷ ଧରି ଓଡ଼ିଶାର ଶାସନ ଭାର ସମ୍ଭାଳି ଆସୁଛନ୍ତି । ତେବେ ତାଙ୍କର ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ଯୋଗୁଁ ଲୋକେ ଏବେବି ତାଙ୍କୁ ଭଲପାଇବା ଦେଇ ଆସୁଛନ୍ତି ।

ଓଡ଼ିଶାର ଏକ ଅପ୍ରତିଦ୍ଵନ୍ଦୀ ନେତା ଭାବରେ ମାନ୍ୟବର ନବୀନ ପଟ୍ଟନାୟକ ଦୀର୍ଘ 22 ବର୍ଷ ଧରି ଓଡ଼ିଶାର ଜନ ସାଧାରଣଙ୍କ ସୁବିଧା ଅସୁବିଧାକୁ ବୁଝି ଆସୁଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଭାବରେ ଏତେ ବର୍ଷ ଧରି ଓଡ଼ିଶାର ଶାସନ ଭାର ତୁଲାଇବା ରେ ସେ ହେଉଛନ୍ତି ପ୍ରଥମ ରାଜନେତା । ତାଙ୍କର ନିଷ୍ଠାପର କାମ ପାଇଁ ସେ ଆଜି ବି ସମସ୍ତଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀ ଅଟନ୍ତି ।

ତେବେ ଏହି କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଆଉ ଯେଉଁଥିରେ ସେ ବ୍ୟାୟାମ କରୁଥିବାର ଦେଖିବାକୁ ମିଳିଥିଲା । ସକାଳ ସମୟରେ ତାଙ୍କର ଯୋଗାଭ୍ୟାସ ଏବଂ ବ୍ୟାୟାମ ର ଏକ ଭିଡିଓ ରେକର୍ଡ କରା ଯାଇ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରା ଯାଇଥିଲା । ତେବେ ସବୁଠାରୁ ବଡ କଥା ହେଉଛି କି ଏହି ଭିଡିଓ ଏବେ ବହୁତ୍ ମାତ୍ରାରେ ଭାଇରାଳ ହୋଇ ଲୋକ ମାନଙ୍କ ଦ୍ଵାରା ଆଦୃତ ହୋଇଛି ।

ତେବେ ଏହା ଥିଲା ନିର୍ବାଚନ ସମୟ ।ଆଉ ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର ଦେଖିବାକୁ ମିଳୁଥିଲା । ନିର୍ବାଚନ ପୂର୍ବରୁ ମଧ୍ୟ ଗୋଟିଏ ଜିଲ୍ଲାରୁ ଆଉ ଗୋଟିଏ ଜିଲ୍ଲା ଗସ୍ତ କରୁଥିଲେ ନବୀନ । ଆଉ ଖରାତରାରେ ପ୍ରଚାର କରି ନବୀନ ବ୍ୟସ୍ତ ବହୁଳ ହୋଇ ପଡ଼ିଥିଲେ । ତେବେ ଏତେ ସବୁ କାର୍ଯ୍ୟ କରିବା ପାଇଁ ନବୀନ କେମିତି ଫିଟ୍‌ ଅଛନ୍ତି ବୋଲି ଅନେକଙ୍କ ପ୍ରଶ୍ନ ଓ ସନ୍ଦେହ ଥିବା ବେଳେ, ସୋସିଆଲ ମିଡିଆରେ ଆସିଥିଲା ନବୀନଙ୍କ ଏକ ନୂଆ ଭିଡ଼ିଓ । ପ୍ରତି ଦିନ ସକାଳୁ କିପରି ସେ ୱାକିଂ, ଜଗିଂ ଏବଂ ବ୍ୟାୟମ କରନ୍ତି ତାହା ଏହି ଭିଡିଓ ରେ ଦେଖିବାକୁ ମିଳିଥିଲା ।

ତେବେ ସେ ଏହି ଭିଡିଓ ରେ ଯୋଗ ମଧ୍ୟ କରୁଥିବାର ଦେଖା ଯାଇଥିଲା । ଏହାସହ ଭିଡିଓରେ ବୃକ୍ଷାସନ ମୁଦ୍ରାରେ ନଜର ଆସିଥିଲେ । ତେବେ ଖାଲି ସେତିକି ନୁହଁ ବରଂ ସେ ଜିମ୍‌ରେ ମଧ୍ୟ କିଛି ସମୟ ବିତାଉଥିବାର ନଜରର ଆସିଥିଲେ । ସବୁଠାରୁ ଆଶ୍ଚର୍ୟ୍ୟକର କଥା ହେଉଛି ଭିଡିଓରେ ଚିନ୍‌ ଅପ୍‌ ମାରିବାର ଭିଜୁଆଲ ମଧ୍ୟ ରହିଛି । ଏହାପରେ ଡମ୍‌ବେଲସ ଓ ୱେଟ୍‌ ବାର ଉଠାଇବା ଓ ସାଇକଲିଂ କରୁଥିବା ର ନଜର ଆସିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ଭିଡିଓ ଶେଷରେ ନବୀନ କହୁଛନ୍ତି ଯେ, ଗେଟିଂ ରେଡି ଟୁ ଫାଇଟ୍‌ ଫର ଦ ପିପୁଲ ଅଫ ଓଡ଼ିଶା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment