Odisha News Portal

ଦେଖନ୍ତୁ ଭିଡିଓ , ଯୁବତୀ ଜଣଙ୍କ ଟ୍ରେନ୍ ଲାଇନ୍ କୁ ଯାଉଥିଲେ ଆତ୍ମହତ୍ୟା କରିବାକୁ , କିନ୍ତୁ ଦୁଇ ଜଣ ଯୁବକ ଆସି ତାଙ୍କ ଏମିତି କରିଦେଲେ ଜାଣିଲେ ଆପଣଙ୍କ ହୋସ ରହିବନି…..

ଏବେକା ସମାଜରେ ପ୍ରତ୍ୟେକ ବ୍ୟକ୍ତି ଟିକେ ଟିକେ କଥାକୁ ନେଇ କରି ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରନ୍ତି । ମାତ୍ର ଯେଉଁ ମାନେ ଭଲ ବୁଝିବିଚାରି କାମ କରିବା ଲୋକ ସେମାନେ ସମସ୍ତ ସମସ୍ୟାକୁ ସମାଧାନ କରିଥାନ୍ତି କେବେବି ଟିକେ ଟିକେ କଥାରେ ହତାଶ ହୋଇ ପଡନ୍ତି ନାହିଁ । ମାତ୍ର ଯେଉଁ ମାନଙ୍କର ମାନସିକ ଚିନ୍ତାଧାରା ଅତି ଦୁର୍ବଳ ଅର୍ଥାତ ମାନସିକ ରୋଗୀ ମାନେ ସେମାନେ କଣ କରନ୍ତି କେଉଁଟା ଠିକ କି ଭୁଲ ତାହା ଜାଣି ପାରନ୍ତି ନାହିଁ । ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି ଏକ କଥା ବିଷୟରେ କହିବୁ , ଯାହାକୁ ଜାଣିଲେ ଆପଣ ମାନେ କଣ ବାବିବେ କି ସେ ଜଣେ ଭଲ ବ୍ୟକ୍ତି କି ମାନସିକ ରୋଗୀ ଅଟନ୍ତି ।

ମୋ ପାଇଁ ଯଦି ଏତେ ଚିନ୍ତା ତେବେ ମୋ ସହ ଏମିତି କରନ୍ତୁନି । ମୋ ମୁଣ୍ଡ ଏବେ ଟିକେ ଠିକ ନାହିଁ , ଏ ଫୋନକୁ ମୋ ସାମ୍ନାରୁ ହଟାଅ । ଏମିତି କହି ଟ୍ରେନ ଲାଇନ ଉପରେ ପଡିଥିବା ପଥର ଉଠାଇ ଲୋକଙ୍କ ଉପରକୁ ଫିଙ୍ଗିବାକୁ ଚେଷ୍ଟା କରୁଛନ୍ତି ଯୁବତୀ ଜଣକ ।

କଥାବାର୍ତ୍ତା ବା ବେଶ ପୋଷାକରୁ ଲାଗୁନି କି ସେ ଜଣେ ମାନସିକ ରୋଗୀ , ମାତ୍ର ତାଙ୍କର କାର୍ଯ୍ୟକଳାପ କଥା ଶୁଣିଲେ ହୁଏତ ଆପଣ ମାନେ କିଛି ଏମିତି ଭାବିପାରନ୍ତି । ଟ୍ରେନ ଲାଇନ କଡରେ ଚାଲି ଚାଲି ଯାଉଥିବା ଏହି ଯୁବତୀଙ୍କର ଉଦ୍ଦେଶ୍ୟ ଥିଲା କିଛି ଭିନ୍ନ , ହୁଏତ ଘରୁ ରାଗିକରି ଆସିଥିଲେ କିମ୍ବା କିଛି ମନସ୍ତାପରେ ଥିଲେ ।

ତେବେ ତାଙ୍କର ହାଭଭାବ ଦେଖି ପାଖରେ ଥିବା ଲୋକମାନେ ତାଙ୍କୁ ବୁଝେଇବା ପାଇଁ ଚେଷ୍ଟା କଲେ ଏବଂ ପରେ ତାଙ୍କୁ ଏକ ଚରମ ନିଷ୍ପତ୍ତି ନେବାରୁ ବଞ୍ଚିତ କଲେ । ତେବେ ସେହି ଲୋକଙ୍କ ଉପରେ ଯୁବତୀ ଜଣକ ରାଗି ଯାଇଛନ୍ତି ଏବେ ତାଙ୍କୁ ଟେକା ଫୋପାଡିବା ପାଇଁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି ।

 ସେହି ଯୁବକ ଜଣକ ପଚାରୁଛନ୍ତି କି ତାଙ୍କ ସହିତ କଣ ହୋଇଛି , ତାଙ୍କର ନାମ କଣ ଏବଂ ସେ କେଉଁଠାରେ ରହନ୍ତି । ମାତ୍ର ଏହି ଯୁକଙ୍କର ପ୍ରଶ୍ନରେ ସେ ଯୁବତୀ ଜଣକ ଉତ୍ତର ଦେବା ପାଇଁ ରାଜି ନୁହନ୍ତି । ଏହା ବ୍ୟତୀତ ଏ ଯୁବକଙ୍କର ପ୍ରଶ୍ନରେ ସେ ଯୁବତୀ ଜଣକ ଆହୁରି ରାଗି ଯାଉଛନ୍ତି । ତେବେ ପରିଶେଷରେ ଏହି ଲୋକମାନେ ତାଙ୍କୁ ସେଟାରୁ ଉଦ୍ଦାର କରିଥିଲେ ।

ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ବଅଁରପାଳ ଥାନ୍ତା ଅନ୍ତର୍ଗତ ଗଡ ବୁଢାବଙ୍ଗ ଗ୍ରାମ ଅଞ୍ଚଳରେ ଏହି ଯୁତୀ ଜଣକ ଟ୍ରେନ ଲାଇନରେ ଆତ୍ମହତ୍ୟା କରିବା ପାଇଁ ଯାଉଥିଲେ । ଏହି ସମୟରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଦାର କରି ବଅଁରପାଳ ଥାନାକୁ ସ୍ଥାନାନ୍ତର କରିଥିଲେ ।ଥାନା ଅଧିକାରୀଙ୍କର କହିବା ଅନୁସାରେ ଯୁବତୀ ଜଣକ ଜଣେ ମାନସିକ ରୋଗୀ , ସନ୍ଧାନ ନେବା ପରେ ଜଣାପଡିଥିଲା କି ସେ ସ୍ଥାନୀୟ ଅଞ୍ଚଳର । ଏହଗା ପରେ ତାର ପରିବାର ସହ ଯୋଗାଯୋଗ କରି ଯୁବତୀଙ୍କୁ ହସ୍ତାନ୍ତର କରିଥିଲେ ପୋଲିସ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।