Odisha News Portal

ପୁଣି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛନ୍ତି ରାନୁମଣ୍ଡଳ ! ବଲିଉଡ୍ କୁ ଫେରିବେ ରାନୁ , ଦେଖନ୍ତୁ ସେ କେମିତି ଏବେ କାଟୁଛନ୍ତି ଦିନ !

0 3

ଆଜି ଆମେ ଆପଣ ମାନଙ୍କୁ ବଲିଉଡର କିଛି କଥା ବିଷୟରେ କହିବୁ , ତେବେ ବଲିଉଡରେ ତ ସବୁବେଳେ ବିଭିନ୍ନ ପ୍ରକାର କଥା ଶୁଣିବା ପାଇଁ ମିଳେ । ଆଜି ଆମେ ଆପଣ ମାନଙ୍କୁ ସେମିତି ଏକ ଗାୟକ ବିଷୟରେ କହିବୁ ଯିଏ କିଛି ଅଲ୍ପ ସମୟ ମଧ୍ୟରେ ବହୁତ ଫେମସ ହୋଇଥିଲେ ମାତ୍ର ତାହା ପରେ ତାଙ୍କର ଦେଖା ନଥିଲା ମାତ୍ର ଏବେ ପୁଣି ଥରେ ସେ ବଲିଉଡକୁ ଫେରୁଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ସିଙ୍ଗରଙ୍କ ବିଷୟରେ ।ପୁଣି ଥରେ ବଲିଉଡକୁ ଫେରିବେ ରାନୁ ମଣ୍ଡଳ , ପୁଣି ଥରେ ଚମକିବ ରାନୁଙ୍କର ଭାଗ୍ୟ । ଦୀର୍ଘ ଦିନର ଅନ୍ତର ପରେ ପୁଣି ଥରେ ଚର୍ଚ୍ଚାକୁ ଆସୁଛନ୍ତି ରାନୁ ମଣ୍ଡଳ ।

ଏକତା ରେଳ ଷ୍ଟେସନରେ ଗୀତ ଗାଇ ରାତାରାତି ଷ୍ଟାର ପାଲଟିଥିବା ରାନୁ ମଣ୍ଡଳକୁ ନେଇ କରି ପୁଣି ଥରେ ବଲିଉଡରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ହିମେଶ ରେଶମେୟାଙ୍କ ଫିଲ୍ମ ରେ ତେରି ମେରି ପ୍ରେମ କାହାଣୀ ଗୀତରେ ଗୀତ ଗାଇ ଦର୍ଶକ ମାନଙ୍କୁ ମତୁଆଲା କରିଥିବା ରାନୁଙ୍କୁ ଦୀର୍ଘ ଦିନ ପରେ ପୁଣି ସିନେମାରେ ଗୀତ ଗାଇବା ପାଇଁ ସୁଯୋଗ ମିଳିଛି ।

ତାଙ୍କୁ ଏହି ସୁଯୋଗ ପ୍ରଦାନ କରିଛନ୍ତି ଅଭିନେତ୍ରୀ ଦୀପିକା ଚିଖାଲିଆ । ଦୀପିକା ଚିଖାଳିଆଙ୍କ ଆଗାମୀ ଚଳଚ୍ଚିତ୍ର ସରୋଜିନରେ ଗୀତ ଗାଇବେ ରାନୁ । ତେବେ ଏହି ଦୀପିକା ନିଜେ ଟ୍ୱିଟ କରି ସୂଚନା ପ୍ରଦାନ କରିଛନ୍ତି । ତେବେ ଦୀପିକା ଟ୍ୱିଟ ଯୋଗେ ରାନୁଙ୍କର ଏକ ଭିଡିଓ ମଧ୍ୟ ଛାଡିଛନ୍ତି । ରାନୁ ହିଁ ତାଙ୍କର ଆଗାମୀ ସିନେମା ବାବଦରେ କହୁଥିବାର ସୂଚନା ମିଳିଛି । ତେବେ ଏହି ପ୍ରଜେକ୍ଟରେ କାମ କରିବା ପରେ ରାନୁ ମଣ୍ଡଳଙ୍କ ଭାଗ୍ୟ ପୁଣି ଥରେ ଚମକିବ ବୋଲି ଜଣାପଡିଛି । କରୋନା କାଳରେ ହାତରେ କାମ ନଥିବାରୁ ବହୁତ ଦୁଃଖରେ ଜୀବନ କାଟୁଥିଲେ ରାନୁ ।

ତେବେ କିଛି ସୋସିଆଲ ମିଡିଆର ସୂଚନା ମୁତାବକ ପୁଣି ଥରେ ରାନୁ ବଲିଉଡକୁ ଫେରିବାକୁ ଯାଉଥିବା ବେଳେ ତାଙ୍କ ପାଇଁ ଏହି ପ୍ରଜେକ୍ଟ ଅନେକ ମହତ୍ତ୍ୱ ରଖିଥାଏ । ତେବେ ଫିଲ୍ମ ସରୋଜିନୀର କଥା ବସ୍ତୁ ସ୍ୱାଧୀନତା ସଂଗ୍ରାମୀ ସରୋଜୀନି ନାଇ଼ଡୁଙ୍କ କଥା ବସ୍ତୁଙ୍କୁ ନେଇ କରି ତିଆରି କରାଯାଇଛି । ସ୍ୱାଧୀନତା ସଂଗ୍ରାମ ଉପରେ ମହିଳା ମାନଙ୍କର ଭୂମିକା ଦେଶରେ ମହିଳା ମାନଙ୍କ ଉପରେ ହେଉଥିବା ଅତ୍ୟାଚାର , ମହିଳା ମାନଙ୍କୁ ସ୍ୱାବଲମ୍ବୀ କରାଉଥିବା ସରୋଜିନିଙ୍କ ଭୂମିକା ଆଦି ଏହି ଚଳଚ୍ଚିତ୍ରରେ ସ୍ଥାନ ଦିଆଯାଇଥିବା କଥା ସୂଚନା ମିଳିଛି ।
ଆକାଶ ନାୟକ ଏବଂ ଧୀରେଜ ମିଶ୍ର ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ବାର ସମ୍ଭାଳି ତିବା ବେଶେ କାହାଣୀ ରଚନା କରିଛନ୍ତି ଧୀରଜ ମିଶ୍ର ଓ ଯୋଶମତି ଦେବୀ । ତେବେ ଏହି ଚଳଚିତ୍ରରେ ରାନୁଙ୍କୁ କେତୋଟି ଗୀତ ଗାଇବାର ସୁଯୋଗ ପ୍ରଦାନ କରାଯାଇଚି ତାହା ଏବେ ପର୍ଯ୍ୟନ୍ତ ଜଣା ପଡିନାହିଁ । ମାତ୍ର ରାନୁ ମଣ୍ଡଳ ଗୀତ ଗାଉଥିବା ପରେ ଏହି ଚଳଚିତ୍ରକୁ ଦେଖିବା ପାଇଁ ଦର୍ଶକ ମାନଙ୍କ ଭିତରେ ପ୍ରବଳ ଆଗ୍ରହ ଦେଖା ଦେଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।