Odisha News Portal

ଦୁଇ କନ୍ୟା କୁ ଜଣେ ବର । ଏକା ସାଙ୍ଗରେ ତିନି ଜଣଙ୍କର ପଡିଲା ହାତ ଗଣ୍ଠି , ଏ ବିବାହ କରିବାର ପ୍ରକୃତ କାରଣ ଜାଣିଲେ ଆପଣ ଚକିତ ହୋଇଯିବେ…..

0 117

ଆଜିକାଲି ତ ସବୁଦିନେ ବହୁ ଅଜବ ଘଟଣା ସବୁ ଘଟୁଛି , ଆପଣ ଖବର ଶୁଣୁଥିବେ ଏବଂ ନିଜ ଆଖପାଖରେ ମଧ୍ୟ ଦେଖୁଥିବେ । କେଉଁଠି କିଏ ନିଜ ସ୍ବାମୀଙ୍କୁ ପ୍ରେମିକା ହାତରେ କୋଟି କୋଟି ଟଙ୍କାରେ ବିକି ଦେଲାଣି ତ ଆଉ କିଏ ବେଦୀ ଉପରେ କନ୍ୟାକୁ ଛାଡିଚାଲି ଯାଉଛି ପ୍ରେମିକା ପାଖକୁ । ତେବେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯେ ଯାହାକୁ ଶୁଣି ଆପଣ ଜିଭ କାମୁଡି ଦେବେ । ଏବେ ପୁଅଙ୍କୁ ବାହା ହେବା ପାଇଁ ଝିଅ ମିଳିବା କଷ୍ଟକର ହେଉଛି ସେଭଳି ସ୍ଥିତିରେ ଗୋଟିଏ ବେଦିରେ ଜଣେ ବରକୁ ବାହା ହୋଇଛନ୍ତି ଦୁଇ ଜଣ କନ୍ୟା । ଛତିଶଗଡ ବସ୍ତରରେ ହୋଇଛି ଏହି ନିଆଁରା ବିବାହ ।

ଦୁଇ କନ୍ୟା କୁ ଜଣେ ବର । ଏକା ସାଙ୍ଗରେ ତିନି ଜଣଙ୍କର ପଡିଲା ହାତ ଗଣ୍ଠି । ଏମିତି ବାହାଘର ଆପଣ ପୂର୍ବରୁ କେବେ ଦେଖି ନଥିବେ । ଦୁଇ କନ୍ୟା ଙ୍କ ସହ ବିବାହ କରିଲେ ଜଣେ ଯୁବକ । ହୋମ ନିଆଁ ଜଳିଲା ଆଉ ହାତ ଗଣ୍ଠି ବି ପଡିଲା ।

ତେବେ ସମସ୍ତଙ୍କ ଉପସ୍ଥିତି ରେ ରୀତି ନୀତି ଅନୁଯାୟୀ ବିବାହ କାର୍ଯ୍ୟ ସଂମ୍ପୂର୍ଣ୍ଣ ମଧ୍ୟ ହେଲା । ତେବେ ଚାଲନ୍ତୁ ଜାଣିବା କଣ ରହିଛି ସଂମ୍ପୂର୍ଣ୍ଣ ଘଟଣା ଏବଂ କିଏ ସେହି ବ୍ୟକ୍ତି ଯିଏକି ଏକା ସାଙ୍ଗ ରେ ଦୁଇ ଜଣ ଯୁବତୀ ଙ୍କୁ ବିବାହ କରିଲେ । ଆସନ୍ତୁ ନଜର ପକାଇବା ଏହି ଆଶ୍ଚର୍ଯ୍ୟକର ବବିହା ଘଟଣା ଉପରେ ।

ତେବେ ଘଟଣା ଅନୁସାରେ , ଚନ୍ଦୁ ମୌର୍ଯ୍ୟ ନାମକ ଜଣେ ଯୁବକ ହସିନା(20) ଏବଂ ସୁନ୍ଦରୀ(21) ନାମକ ଦୁଇ କନ୍ୟା ଙ୍କୁ ବିବାହ କରି ଛନ୍ତି । ତେବେ ସବୁ ଠାରୁ ବଡ କଥା ଏବଂ ଆଶ୍ଚର୍ଯ୍ୟ କର କଥା ହେଉଛି କି ଏହି ତିନି ଜଣ ଙ୍କ ର ପ୍ରେମ ବିବହା ହୋଇଛି । ବାସ୍ତବ ରେ ଘଟଣା ଥିଲା କିଛି ଏହି ପରି । ତେବେ କଥାଟି ଶୁଣିବା ଟିକେ ଅଡୁଆ ଲାଗୁ ଥିଲେ ମଧ୍ୟ ଘଟଣା ଟି ହେଉଛି ନିରାଟ ସତ୍ୟ ।


ସୂଚନା ଅନୁସାରେ , କଲେଜ ରେ ପାଠ ପଢୁ ଥିବା ସମୟ ରେ ଚନ୍ଦୁ କୁ ଭଳ ପାଇ ବସି ଥିଲେ ହସିନା ଏବଂ ସୁନ୍ଦରୀ । ଏହି ପ୍ରେମ ସଂପର୍କ ଯେତେ ବେଳେ ସମସ୍ତ ଙ୍କ ସାମ୍ନା କୁ ଆସିଲା ସେତେ ବେଳେ ଗାଁ ଲୋକ ମାନେ ଏବଂ ପରିବାର ଲୋକ ମାନେ ମିଶି ବିଚାର କରିବା ପରେ ହସିନା ଏବଂ ସୁନ୍ଦରୀ ଙ୍କୁ ଚନ୍ଦୁ ସହ ବିବାହ କରି ବାକୁ ନିଷ୍ପତି କରି ଥିଲେ । ଆଉ ତା ପରେ ଗୋଟିଏ ମଣ୍ଡପ ରେ ଗୋଟିଏ ବେଦି ରେ ହିଁ ବସି ଚନ୍ଦୁ କୁ ହସିନା ଓ ସୁନ୍ଦରୀ ବିବାହ କରି ଥିଲେ ।

 

ତେବେ କେବଳ ଝିଅ ର ପରିବାର ନୁହେଁ ବରଂ ଚନ୍ଦୁ ଙ୍କ ବାପା ମାଁ ମଧ୍ୟ ନିମନ୍ତ୍ରଣ କାର୍ଡ ଛାପି ବନ୍ଧୁ ବାନ୍ଧବଙ୍କୁ ନିମନ୍ତ୍ରଣ କରି ଥିଲେ । ଗାଁ ଲୋକ ଏବଂ ପରିବାର ଲୋକ ଙ୍କ ଉପସ୍ଥିତି ରେ ବେଶ୍ ଧୁମ୍ ଧାମ୍ ରେ ଏହି ବିବାହ ସମ୍ପର୍ଣ୍ଣ ହୋଇଛି ।