Odisha News Portal

ଦେଖନ୍ତୁ ଏହି ଅଜବ ଯୋଡି ଙ୍କୁ, 35ବର୍ଷୀୟ ମହିଳା ସହିତ ବିବାହ କଲେ 75 ବର୍ଷର ବୃଦ୍ଧା ! ବହୁତ ଦିନରୁ ସେମାନେ ପରସ୍ପର କୁ କରୁଥିଲେ…….

0 60

ବୃଦ୍ଧା ହଗା ତେରା ବାପ୍ । ଏହା କୌଣସି ସୁନ୍ଦର ଡାଇଲଗ୍ ହୋଇପାରେ ହେଲେ ବାସ୍ତବ ଜୀବନରେ ଆପଣ ଏମିତି ଲୋକ ଙ୍କୁ ନିଶ୍ଚିୟ ଭେଟି ଥିବେ, ଆଉ ଯଦି କେବେ ଭେଟି ନାହାଁନ୍ତି ତାହେଲେ ମନ ଦୁଃଖ କରନ୍ତୁନି । କାହିଁକି ନାଁ ଆମେ ଆଜି ଆପଣଙ୍କୁ ଏମିତି ଜଣେ ବ୍ୟକ୍ତି ଙ୍କ ବିଷୟ ରେ କହିବୁ ଯାହା ଶୁଣିବା ପରେ ଆପଣ ପୂରା ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ବିଶ୍ବାସ ମଧ୍ୟ କରି ପାରିବେ ନାହିଁ । ତେବେ ଚାଲନ୍ତୁ ପୂରା ଘଟଣା ବିଷୟରେ ଜାଣିନେବା ।

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଆପଣ ଦେଖିଲେ ବିଶ୍ବାସ କରିପାରିବେ ନାହିଁ । ତେବେ ଭିଡିଓଟିରେ ଦେଖିବା ପାଇଁ ମିଳିଛି ଯେ , ବାଜା ବାଜୁଛି ଏବଂ ହୁଳହୁଳି ମଧ୍ୟ ପଡୁଛି , ଆଉ ଏହି ଦୃଶ୍ୟଟି କୌଣସି ଏକ ଗାଁ ର ହୋଇ ଥିବାର ମନେ ହେଉଛି । ଆଉ ସେହି୍ ଭିଡିଓ ଦେଖିଲେ ଲାଗୁଛି ଗାଁ ରେ ଉତ୍ସବର ମାହଲ । ତେବେ ଚାଲନ୍ତୁ ସଂମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା ।

ତେବେ ସେହି ଭିଡିଓଟି୍ ଏକ ବାହାଘର ବରଯାତ୍ରୀ ଙ୍କର ଦୃଶ୍ୟ । ଘଟଣା ଅନୁସାରେ ,,ସେହି ବର କନ୍ୟାଙ୍କ ବିଷୟରେ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ । ତେବେ ନବ ବିବାହିତା କନ୍ୟାର ବୟସ ହେଉଛି 35 ବର୍ଷ ଏବଂ ବର ର ବୟସ ହେଉଛି ମାତ୍ର 75 ବର୍ଷ । କଣ ଏମାନ ଙ୍କ ବୟସ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇ ଗଲେ କି । କିନ୍ତୁ ଆପଣ ଆଶ୍ଚର୍ଯ୍ୟ ହେଲେ କଣ ହେବ ।

 ସୂବର୍ଣ୍ଣପୂର ଜିଲ୍ଲା ତରଭା ବ୍ଲକ ଅରତା ଗାଁରେ କିନ୍ତୁ ସମସ୍ତେ ବହୁତ ଖୁସି । କାରଣ ଦେବାର୍ଜନା ଙ୍କ ବିବାହ ଚାଲିଛି । ଘଟଣା ଅନୁସାରେ , କିଛି ବର୍ଷ ପୂର୍ବେ ଦେବାର୍ଜନା ଙ୍କ ପତ୍ନୀ , ପୁଅ ଏବଂ ଝିଅ ଙ୍କ ର ମୃତ୍ୟୁ ହୋଇ ଯିବା ପରେ ନିଜ ନାତୁଣୀ ମୁହଁ କୁ ଚାହିଁ ଚାହିଁ ସବୁ କିଛି ଭୂଲି ଯାଇଥିଲେ ସେ । ନାତୁଣୀ ର ବିବାହ ମଧ୍ୟ କରାଇଲେ ଏବଂ ସବୁ ଜଞ୍ଜାଳ ଶେଷ ହେଲା ।

ହେଲେ ତା ପରେ ଏକାକୀ ଜୀବନ କାଟିବା ତାଙ୍କ ପାଇଁ ଆଉ ସମ୍ଭବ ହେଲାନି , ତେଣୁ ଗାଁ ଲୋକଙ୍କ ସହମତିରେ ପୁଣି ବିବାହ କରିବାକୁ ମନସ୍ଥ କରିଲେ ଦେବାର୍ଜନା ।

ବଲାଙ୍ଗିର ଜିଲ୍ଲା ଲୁଇସିଂହା ଗ୍ରାମ ର କନ୍ୟା ଙ୍କୁ ପାରମ୍ପାରିକ ରୀତି ନୀତିରେ ବିବାହ କରି ଘରକୁ ଆଣିଛନ୍ତି । ତେଣୁ ଗାଁ ରେ ବି ସମସ୍ତେ ବହୁତ ଖୁସି । ତାହେଲେ ଆମେ ବା କାହିଁକି କଟାକ୍ଷା କରିବା । ଏବେ ତ ଦେବାର୍ଜନା ପ୍ରମାଣ କରି ଦେଇଛନ୍ତି ବୟସ ଆଗରେ ମଣି୍ଷ ହାର ମାନେନି ,ବରଂ ନିସଙ୍ଗ ଜୀବନ ମଣିଷ କୁ ହରାଇ ଦିଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।