Odisha News Portal

ଦେଖନ୍ତୁ ଭିଡ଼ିଓ । ଅମ୍ଲାନ – ଭୂମିକା ବିବାଦ ପରେ ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ଅର୍ଚ୍ଚିତା । ଶେଷରେ LIVE ଭିଡିଓ କରି କହିଲେ ଏମିତି…..

ଅପେକ୍ଷାର ଅନ୍ତ ହୋଇଛି । ତେବେ ଦୀର୍ଘ ଦିନ ଧରି ଓଡିଶାର ସିନେ ପ୍ରେମୀ ମାନେ କରିଥିବା ଅପେକ୍ଷାର ଅନ୍ତ ଘଟିଛି । କାହିଁକି ନାଁ ବର୍ତ୍ତମାନ ରିଲିଜ ହୋଇ ସାରିଛି ମନୋରଞ୍ଜନ ଧର୍ମୀ ଫିଲ୍ମ୍ ଦୁର୍ଗତି ନାଶିନୀ । ଆଉ ଓଡିଶାର ଅଗଣିତ ଦର୍ଶକମାନେ ସମସ୍ତେ ଏହାକୁ ନିଜ ଘରେ ବସି ନିଜ ଟେଲିଭିଜନ ପରଦାରେ ହିଁ ଦେଖି ପାରିବେ । ଯେଉଁ ବିଷୟରେ ନିଜ ପ୍ରଶଂସକ ମାନଙ୍କୁ ଅବଗତ କରାଇବା ପାଇଁ ଏବଂ ସୂଚନା ଦେବା ପାଇଁ ତାସହିତ ଫିଲ୍ମ୍ ରେ ତାଙ୍କର ଅନୁଭୂତିକୁ ସମସ୍ତଙ୍କ ଆଗରେ ସେୟାର କରିବା ପାଇଁ ଲାଇଭ ଆସିଲେ ଓଲିଉଡର ଆଗ ଧାଡ଼ିର ସଫଳ ତଥା ଚୁଲବୁଲି ସୁନ୍ଦରୀ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ।

ତେବେ ଅର୍ଚ୍ଚିତା ସାହୁ ଏହି ଫିଲ୍ମ୍ ରେ ଲିଡ ରୋଲ୍ ପ୍ଲେ କରିଛନ୍ତି । ସେ ତାଙ୍କର ପ୍ରଶଂସକ ମାନଙ୍କ ସହିତ ନିଜର ଅନୁଭୂତି କୁ ସେୟାର କରିବା ସହିତ ସେମାନଙ୍କ ର ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ସେ କିଛି ସମୟ ପାଇଁ ଲାଇଭ ଆସିଛନ୍ତି । ତେବେ ପ୍ରଥମେ ସେ ସମସ୍ତଙ୍କୁ ନମସ୍କାର ଜଣାଇ ତାଙ୍କର ପ୍ରଶଂସକ ମାନଙ୍କ ପାଇଁ ଲାଇଭ ଆସିବାର କାରଣ କହିଛନ୍ତି .


ସେ କହିଛନ୍ତି ଯେ ଆଜି ସନ୍ଧ୍ୟା 6 ଟାରେ ତାଙ୍କର ଫିଲ୍ମ୍ ଦୁର୍ଗତି ନାଶିନୀ ମୁକ୍ତିଲାଭ କରିବାକୁ ଯାଉଛି,ଏବଂ ଆପଣ ମାନେ ସମସ୍ତେ ଏହାକୁ ଦେଖନ୍ତୁ ଏବଂ ଉପଭୋଗ କରନ୍ତୁ । ଏହାଛଡା ସେ ଆହୁରୀ ମଧ୍ୟ କହିଛନ୍ତି ଯେ ସେମାନଙ୍କର ଯାହା ପଚାରିବାର ଅଛି ସେମାନେ ବିନା କୌଣସି ଦ୍ବନ୍ଦରେ ପଚାରି ପାରିବେ ଏବଂ ସେ ସମସ୍ତ ପ୍ରଶ୍ନର ଉତ୍ତର ଦେବେ ବୋଲି କହିଛନ୍ତି ।

 


ତେବେ ମେକଅପ୍ ସହିତ ଅଭିନେତ୍ରୀ ଅର୍ଚ୍ଚିତା ବହୁତ୍ ସୁନ୍ଦର୍ ଏବଂ ଗ୍ଲାମରସ୍ ଦେଖା ଯାଉଛନ୍ତି । ସେ ମେକଅପ୍ ରେ ରହି ଥିବାରୁ ବହୁତ୍ ସୁନ୍ଦର୍ ଭାବରେ ନିଜକୁ ସଜେଇ ରଖିଛନ୍ତି । ଏମିତିରେ ତ ଅଭିନେତ୍ରୀ ଅର୍ଚ୍ଚିତା ବହୁତ୍ ସୁନ୍ଦର୍ ଦେଖା ଯାଇଥାନ୍ତି । ଯେଉଁ କାରଣ ପାଇଁ ତାଙ୍କର ବହୁତ ଫ୍ୟାନ୍ ଫଲୋଇଙ୍ଗ ରହିଛନ୍ତି ଏହା ସହିତ ତାଙ୍କର ଅଭିନୟକୁ ମଧ୍ୟ ଲୋକମାନେ ବହୁତ ପସନ୍ଦ କରିଥାନ୍ତି । ଅର୍ଚ୍ଚିତା କହିଛନ୍ତି ତାଙ୍କର ଏହି ଫିଲ୍ମ୍ ପାଇଁ ସେ ବହୁତ୍ ଉତ୍ସାହିତ ଅଛନ୍ତି ଏବଂ ତାଙ୍କର ଦୁର୍ଗତି ନାସିନୀ ପରିବାର ମଧ୍ୟ ।

ତାଙ୍କର ଏହି ଫିଲ୍ମ୍ ଦୁର୍ଗତି ନାଶିନି କରନା ସଂକ୍ରମଣ ସମୟରେ ବି ସଚେତନ ରହି ପ୍ରସ୍ତୁତ ହୋଇଛି । ଏହି ଫିଲ୍ମ୍ ଟି ନିଶ୍ଚିତ ଦର୍ଶକ ମାନଙ୍କୁ ବହୁତ୍ ଭଲ ଲାଗିବ ଏବଂ ଏହା ବହୁତ୍ ଭଲ ହୋଇଛି।

ତେବେ ଏହି ଫିଲ୍ମକୁ ନେଇ ସମସ୍ତଙ୍କ ମନରେ ଏକ ଉତ୍କଣ୍ଠା ରହି ଥିଲାକି ତାଙ୍କ ଫିଲ୍ମ୍ କେବେ ଆସିବ ବୋଲି, ଯାହାକୁ ନେଇ ଅନେକ ଜଣ ଅର୍ଚ୍ଚିତା ଙ୍କୁ ପ୍ରଶ୍ନ ମଧ୍ୟ ପଚାରି ଥିଲେ । କିନ୍ତୁ ବର୍ତ୍ତମାନ ଅପେକ୍ଷାର ଅନ୍ତ ଘଟିଛି,ଆଜି ସନ୍ଧ୍ୟା 6ଟା ରେ ଜି ସାର୍ଥକ ରେ ସମସ୍ତେ ଏହାକୁ ଦେଖି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।