Odisha News Portal

ଦେଖନ୍ତୁ ଅଦ୍ଭୁତ ଭିଡିଓ । ପିଲା ହେବା ପାଇଁ ମହିଳାଙ୍କ ପିଠି ଉପରେ ଚାଲିଲେ ପୂଜକ , ସୋସିଆଲ ମିିଡିଆରେ ନିଆଁ ଭଳି ଭାଇରାଲ ହେଉଛି ଭିଡିଓ……

ଆଜି ବି ଆମ ସମାଜରେ ଅନେକ କୁପ୍ରଥା, ଅନ୍ଧ ବିଶ୍ବାସ ସମାଜରେ ମୁଣ୍ଟ ଟେକି ଆମ ଆଗରେ ଗୋଟିଏ ପାହାଡ ସଦୃଶ୍ୟ ସମସ୍ୟା ହୋଇ ଛିଡା ହୋଇଛି । ଆଜିର ଏହି ଯୁଗକୁ ଇଣ୍ଟରନେଟ୍ , କମ୍ୟୁଟରର ଯୁଗ କୁହାଯାଏ । କିନ୍ତୁ କଣ ବର୍ତ୍ତମାନ ଏହି ଅତ୍ୟାଧୁନିକ ଟେକନୋଲୋଜିର ଦୁନିଆଁରେ ମଧ୍ୟ ନାରୀ ମାନଙ୍କ ପ୍ରତି କେଉଁଠି ବି ଅର୍ଥାତ କୌଣସି ବି ଦେଶରେ ନାରୀ ମାନେ ସୁରକ୍ଷିତ ନୁହଁନ୍ତି । ଯେକୌଣସି ସ୍ତରରେ ଥିଲେ ମଧ୍ୟ ନାରୀ ସୁରକ୍ଷିତ ନୁହେଁ , କଣ ତାର ଗୋଟିଏ ମାତ୍ର ଭୁଲ କି ସେ ଜଣେ ନାରୀ ହୋଇ ଏ ଦୁନିଆରେ ଜନ୍ମ ଗ୍ରହଣ କରିଛି ।

ଆଜିର ସମାଜ ଉନ୍ନତି ପଥରେ ଯାଉଛି ସତ ,କିନ୍ତୁ ଆଜିର ଲୋକର ଚିନ୍ତାଧାରା ନୀଚ୍ଚ ରହିଛି। ସମାଜରେ ଏବେ ବି ଅନ୍ଧ ବିଶ୍ୱାସ ଭରି ରହିଛି,ଯାହା ଦ୍ୱାରା ଅନେକ ଲୋକ ଅସୁବିଧାରେ ପଡୁଛନ୍ତି । ଆଉ ଏହି ଅନ୍ଧ ବିଶ୍ୱାସର ଫାଇଦା ଉଠାଉଛନ୍ତି କିଛି ଭଣ୍ଡ ବାବା ।

ଆଜିର ଲୋକମାନଙ୍କ ମନରେ ଖାଲି ଅନ୍ଧ ବିଶ୍ୱାସ ନୁହଁ , ପୁଅ ଓ ଝିଅ ଭିତରେ ଅନେକ ପାର୍ଥକ୍ୟ ମଧ୍ୟ ଦେଖାଯାଉଛି । ଆଜି ବି କେହି ଝିଅ ଜନ୍ମ ହେବାକୁ ପସନ୍ଦ କରୁନାହାନ୍ତି । ତେବେ ଅନେକ ଲୋକ ପୁଅ ଜନ୍ମ ପାଇଁ ଅନେକ ପୂଜା ପାଠ କରନ୍ତି । ତେବେ ସେମିତି ଏକ ନିନ୍ଦନୀୟ ଘଟଣାଟି ଦେଖିବାକୁ ମିଳିଛି,ଯାହା ଆଧୁନିକ ମଣିଷକୁ ଲୋକହସା କରାଉଛି।

ପୁତ୍ର ସନ୍ତାନ ପାଇଁ ଛତିଶଗଡ଼ରେ ଦେଖିବାକୁ ମିଳିଛି ଏମିତି ଏକ ଘଟଣା,ତେବେ ସେହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସେହି ଭିଡିଓରେ ଦେଖିବାକୁ ମିଳିଛି କି 200 ରୁ ଅଧିକ ମହିଳା ତଳେ ସୋଇଥିବା ବେଳେ ସେମାନଙ୍କ ଉପରେ ପୂଜକ ଓ କିଛି ଲୋକ ଚାଲି ଚାଲି ଯାଉଛନ୍ତି । ଏମିତି କଲେ ଦେବୀଙ୍କ ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ୱାସ କରନ୍ତି ,ଆଉ ଫଳ ସ୍ୱରୂପ ମହିଳା ମାନଙ୍କର ପୁତ୍ର ସନ୍ତାନ ପ୍ରାପ୍ତି ହୋଇଥାଏ ।

 


ତେବେ ପୂର୍ବରୁ ଏକ ଅନ୍ଧ ବିଶ୍ୱାସ ରହିଛି କି ଯଦି କାହାର ପିଲା ଛୁଆ ନ ହୁଏ ତେବେ ସେ କଲିସ୍ ପାଖକୁ ଯାଏ ଓ କାଲିସି ତା ଉପରେ ଚାଲି ଗଲେ ତାର ପୁତ୍ର ସନ୍ତାନ ହୋଇଥାଏ । ଏହି ପୁତ୍ର ସନ୍ତାନ ପାଇଁ ଛତିଶଗଡରେ ବିଶେଷ କରି ଏକ ମେଳା ପାଳନ କରାଯାଏ,ଯାହାର ନାମ ହେଉଛି ବଡେଇ ମେଳା ।

ତେବେ ରଙ୍ଗ ରେଲ୍ ଡ୍ୟାମ ନିକଟରେ ପୂଜା ପାଉଥିବା ଦେବୀ ଅଙ୍ଗରାମତିଙ୍କୁ ଲେମ୍ବୁ ନଡ଼ିଆ ଦେଇ ଆରାଧନା କରି ଥାଆନ୍ତି । ଏହି ମେଳାରେ ହଜାର ହଜାର ସ୍ତ୍ରୀ ଲୋକ କେଶକୁ ମୁକୁଳା କରି ଭୂମିରେ ଶୋଇଥାନ୍ତି ,ଆଉ ଦଶ ଜଣରୁ ଅଧିକ ପୂଜକ ମାଁଙ୍କୁ ଆରାଧନା କରି ପୂଜାପାଠ କରି ମହିଳାଙ୍କ ଉପରେ ଚାଲିଚାଲି ମନ୍ଦିରକୁ ଯାଇଥାନ୍ତି ।

ଲୋକଙ୍କ କହିବା ଅନୁସାରେ, ଏହି ପର୍ବ 1200 ବର୍ଷ ରୁ ଚାଲି ଆସୁଛି, ଆଉ ଏହି ପର୍ବକୁ ବହୁତ ଲୋକ ମଧ୍ୟ ବିଶ୍ୱାସ କରନ୍ତି । ଏହି ମେଳାରେ ଭାଗ ନେଲେ ପୁତ୍ର ସନ୍ତାନ ହୋଇଥାଏ ବୋଲି ଦାବି ରହିଛି । କିନ୍ତୁ ବୈଜ୍ଞାନିକଙ୍କ ମତରେ କଲିସ୍ ଏକ ସ୍ନାୟୁ ରୋଗ । ଆଉ ଦେବିଙ୍କ ନାମ କହି କାଲିସି ଲାଗିଛି ବୋଲି କୁହାଯାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।