Odisha News Portal

ଦେଖନ୍ତୁ ଭିଡ଼ିଓ – ଏ କି ଚମତ୍କାର ! ପାଣି ବଦଳରେ ନଳକୂପ ରୁ ବାହାରୁଚି ନିଆଁ, ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ….

ଏବେକା ସମୟ ହେଉଛି ସୋସିଆଲ ମିଡିଆର ଯୁଗ , ଏହି ସମୟରେ କେଉଁଠାରେ ମଧ୍ୟ କିଛି ଘଟଣା ଘଟିଲେ ଆପଣ ମାନେ ତାହାକୁ ଲାଇଭ ଦେଖିପାରୁଛନ୍ତି ତାହା ପୁଣି ଘରେ ବସିକରି । ଏହା ସହିତ ବିଭିନ୍ନ ଘଟଣା ଯେପରିକି କେବେ ବର୍ଷା ହେବ ବାତ୍ୟା ହେବ , ପ୍ରତ୍ୟେକ ଦିନରେ ସମସ୍ତ ସୂଚନା ସଂପର୍କରେ ଆପଣ ମାନେ ଅତି ସହଜରେ ଜାଣିପାରୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏପରି ଏକ କଥା ବିଷୟରେ କହିବୁ ଯାହାକୁ ଆପଣ ମାନେ ମିଥ୍ୟା ବୋଲି ଭାବୁଥିବେ କିନ୍ତୁ ଘଟଣାଟି ସତ୍ୟ ଅଟେ କାରଣ ଅନେକ ଥର ଆମ ସାମ୍ନା କୁ ଏମିତି ସବୁ ଘଟଣା ମାନ ଆସି ଥାଏ, ଯାହାକୁ ସହଜ ରେ ବିଶ୍ୱାସ କରି ହୋଇ ନଥାଏ ।

ଆଜି ଆମେ ଆପଣ ମାନଙ୍କୁ ସେମିତି ଏକ ଅଜବ କଥା ବିଷୟରେ କହିବୁ ଯାହାକୁ ଆପଣ ମାନଙ୍କୁ ଆଶ୍ଟର୍ଯ୍ୟ କରିଦେବ । କଥାରେ ଅଛି ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲେ ।

ତେବେ ଏବେ ସେହିପରି କିଛି କଥା ପୁରୀ ଜିଲ୍ଲାର ଗୋପ ବ୍ଲକ ବାଲୋଣୀ ଗ୍ରାମରେ ଘଟିଛି , ଯେଉଁଠାରେ ଟ୍ୱିଏଲ କୋଲିବା ସମୟରେ ପାଣି ବଦଳରେ ଟ୍ୱିଏଲରୁ ବାହାରୁଛି ନିଆଁ । ଯାହାକୁ ଦେଖିକରି ସମସ୍ତେ ହୋଇଛନ୍ତି ଆଶ୍ଚର୍ଯ୍ୟ । ତବେ କଣ ଘଟିଛି ଘଟଣା ଆସନ୍ତୁ ଜାଣିବା ସେ ବିଷୟରେ ।

ପୁରୀ ଜିଲ୍ଲା ଗୋପ ବ୍ଲକ ବାଲେଣୀ ଗ୍ରାମରେ ଗାଁ ଅଧିବାସୀ ଅଶୋକ ବିଶ୍ୱାଳ ନମାକ ଜମେ ବ୍ୟକ୍ତି ନିଜର ଘରେ 1 ତାରିଖରେ ଟ୍ୟୁଏଲ ଖୋଲୁଥିଲେ । ଏହା ପରେ ଟ୍ୟୁଏଲ ବସାଇବାର କିଛି ସମୟ ପରେ ତା ଭିତରୁ ଭର ଭର ହୋଇ କଣ ଗୋଟେ ବାହାରିଲା । ଲୋକମାନେ ସନ୍ଦେହ କରି ସେହି ଗ୍ୟାସରେ ଦିଆସିଲି ମାରିବା ମାତ୍ରେ ହୁ ହୁ କରି ଜଳୁଛି ନିଆଁ ।

ତେବେ ସେଠାକରା ଲୋକମାନେ ଏହାକୁ ଦେଖିକରି ବହୁତ ଭୟଭୀତ ହୋଇପଡିଛନ୍ତି କାରଣ ଏପରି ଏକ ଦୃଶ୍ୟ ସମସ୍ତଙ୍କୁ ଡରେଇ ଦେଇଛି । କାହିଁକି ପାଣି ବଦଳରେ ନିଆଁ ବାହାରିବା ଦେଖି ପରିବାର ଲୋକ ସହିତ ଗ୍ରାମର ଲୋକମାନେ ମଧ୍ୟ ଭୟଭୀତ ହୋଇପଡିଛନ୍ତି । ଏହାର ପଛର କଣ କାରଣ ରହିଛି ତାହା କେହି ଜାଣିପାରୁନାହାନ୍ତି , ଏହା ପଛରେ କୌଣସି ବୈଜ୍ଞାନିକ କାରଣ ରହିଛି ନା କୌଣସି ଦୈବୀ ଶକ୍ତି ଲୁଚି ରହିଛି ତାହା କେହି ଜାଣିପାରୁ ନାହାନ୍ତି ।

ଏପରି ଏକ ଘଟଣା ଏବେ ସମସ୍ତଙ୍କୁ ଚିନ୍ତାରେ ପକେଇ ଦେଇଛି । ଗ୍ରାମର ଲୋକମାନେ ରୋଷେଇ କରି ଖାଇବାକୁ ମଧ୍ୟ ଡରୁଛଛନ୍ତି କାହିଁକିନା ଯଦି ସେହି ଗ୍ୟାସ ବାହାରି ପଡିବ ଏବଂ ଚାରିଆଡେ ନିଆଁ ଲାଗିଯିବ । ତେବେ ଏହାର କିଛି ସମାଧାନ କରିବା ପାଇଁ ପରିବାର ଲୋକ ଏବଂ ଗ୍ରାମର ଲୋକମାନେ ସରକାରଙ୍କୁ ଆବେଦନ କରିଛନ୍ତି । ଏହା ଏକ ଆଶ୍ଚର୍ଯ୍ୟକର କତା ହୋଇଥିଲେ ମଧ୍ୟ ସତ୍ୟ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।