Odisha News Portal

ଦେଖନ୍ତୁ ଭିଡିଓ – 4 ବର୍ଷର କୁନି ଝିଅର ଅର୍ଥ ସାଜିଛି ବାଧକ ଦୟାକରି ଆପଣଙ୍କ ଗୋଟିଏ ସେୟାର ପିଲାଟିର ଜୀବନ ବଞ୍ଚାଇ ପାରିବ

ଦୁନିଆରେ ପ୍ରତିଦିନ କିଛି ନାଁ କିଛି ଅଜବ ତଥା ଦୁଃଖଦ ଘଟଣା ସାମ୍ନାକୁ ଆସିଥାଏ । ତେବେ ଆଜି ଆମେ ଯେଉଁ ଘଟଣା ବିଷୟରେ ଏହି ଲେଖା ମାଧ୍ୟମରେ କହିବାକୁ ଯାଉଛୁ ତାହା ଜାଣିବା ପରେ ଆପଣଙ୍କ ରୋମ ଟାଙ୍କୁରି ଉଠିବ୍ ।ଘଟଗାଁ ବ୍ଲକ ବାଲିଝୁଡି ଗ୍ରାମର କୁନି ଝିଅ ଜମ୍ବୋବତୀ ନାୟକ । ବୟସ ମାତ୍ର 4 ବର୍ଷ, ଦୁନିଆ କଣ ଜାଣିବା ଆଗରୁ ଦଇବ ସାଜିଲା ଦାଉ । ଆଉ ଏକ ଭୟଙ୍କର ଦୁର୍ଘଟଣା ଶିଶୁର ଭବିଷ୍ୟତ କୁ କରି ଦେଲା ଅନ୍ଧାର । ଅସାବଧାନତା ଯୋଗୁଁ ଦୁଇ ହାତ ପୋଡି ହୋଇ ଆଙ୍ଗୁଳି ସବୁ ଯୋଡି ହୋଇ ଯାଇଛି ।

ଅପରେସନ୍ ପାଇଁ ଅର୍ଥ ଆବଶ୍ୟକ ପଡୁଥିବା ବେଳେ ବିଧବା ଆଈ କୁନି ଝିଅ କୁ ଚିକିତ୍ସା କରିବା ପାଇଁ ଅସମର୍ଥ । ଏ ବାବଦ ରେ ଜାଣିବା ପରେ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି ଘଟଗାଁ ବିଡିଓ ।

କୁନି ଝିଅର ପାଠ ପଢିବା ପାଇଁ ବହୁତ ଇଚ୍ଛା ବୋଲି ସେ କହିଥିବା ବେଳେ ହାତରେ ଲେଖି ପାରୁନଥିବା କଥା ମଧ୍ୟ କହିଛି । ଏହାସହିତ ସରକାର ଯଦି ତାଙ୍କର ହାତ ଭଲ କରିବାରେ କିଛି ସହାୟତା କରିଥାନ୍ତେ ,ସେ ପାଠ ପଢି ପାରନ୍ତେ ବୋଲି କହିଛନ୍ତି ।

ତେବେ ତାଙ୍କ ଆଈ ବାଡିରେ ପାଉଁଶ ଧୂଳି ପକାଇଥିଲେ ଏବଂ ସେଥିରେ ନିଅଁ ଥିଲା । ଆଉ ତାଙ୍କ ନାତୁଣୀ ସେତେବେଳେ 1ବର୍ଷର ହୋଇଥାଏ ଏବଂ ନୂଆ ପାଦ ଉଠାଇ ଚାଲିବା ଆରମ୍ଭ କରିଥାଏ । ତେଣୁ ସେ କେତେବେଳେ ସେଠାକୁ ଚାଲି ଯାଇ ନିଆଁରେ ପଡି ଯାଇଥିଲେ ଏବଂ ତାଙ୍କର ହାତ ପୋଡି ଯାଇଥିଲା ବୋଲି ତାଙ୍କ ଆଈ ମାଁ କହିଛନ୍ତି ।

ତେବେ ଘଟଗାଁ ବିଡିଓ ଙ୍କ କହିବା ଅନୁଯାୟୀ ସେ ନିଜେ ଯାଇ ଉଭୟ ଆଈ ଏବଂ ନାତୁଣୀଙ୍କ ସହିତ ଦେଖା କରିଥିଲେ । ଆଉ ଏ ବାବଦରେ ସେ ଝିଅର ହାତର ଫୋଟ ମଧ୍ୟ ଆଣି ତାଙ୍କର ସୁପରିଟେଣ୍ଡର ଙ୍କୁ ଦେଇଛନ୍ତି । ଆଉ ଏହା ପରେ ତାଙ୍କର ଆପ୍ଲିକେଶନ ଆଣି ହାଇରା ଅଥୋରେଟି ଙ୍କୁ ଦେବେ ବୋଲି ଏବଂ ତା ଦ୍ବାରା ସରକାରଙ୍କ ତରଫରୁ ଯାହା ସାହାଯ୍ୟ ହୋଇ ପାରିବ କରିବେ ବୋଲି କହିଛନ୍ତି ଘଟଗାଁ ବିଡିଓ ।


ସେହିପରି ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କୁର୍ଲି ଗାଁର ଯୁବକ କୃପାସିନ୍ଧୁ ରଣା ଦୁଇ ବର୍ଷ ହେଲାଣି ଅଜଣା ରୋଗ ରେ ପିଡିତ ହୋଇ ରୋଗ ଶର୍ଯ୍ୟାରେ ଝଟପଟ ହେଉଛନ୍ତି । ଚିକିତ୍ସା ପାଇଁ ଘରେ ଯାହା ସମ୍ବଳ ଥିଲା ଶେଷ ହୋଇ ଥିବା ବେଳେ ଏବେ ସରକାରୀ ସହାୟତା କୁ ଅପେକ୍ଷା କରି ରହିଛନ୍ତି ।

ତେବେ ପ୍ରଶାସନ ଏହି ଦୁଇ ଅସହାୟ ଙ୍କ ଚିକିତ୍ସା ରେ ସହାୟକ ହେଲେ ଦୁଇ ଜଣ ପୁଣି ଗୋଟିଏ ନୂଆ ଜୀବନ ପାଇବେ ଏବଂ ଦୁନିଆ କୁ ଭୟ ଭାବରେ ଦେଖି ନଥିବା ଏବଂ ବୁଝି ନଥିବା ପିଲାଟିର ମଧ୍ୟ ଭବିଷ୍ୟତ ଆଗକୁ ଉଜ୍ଜଳ ହେବ ବୋଲି ଆଶା କରା ଯାଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।