ଷ୍ଟେଜ୍ ଶୋ୍ ରୁ ବାହାବେଦି । ପ୍ରଥମେ ପରସ୍ପର କୁ ଦେଖାଚାହାଁ ଆଉ ତା ପରେ ପ୍ରେମ ଏବଂ ଏବେ ବିବାହ । କିନ୍ନର ଚିନ୍ମୟ ସାଜିଲେ କନ୍ୟା ବବୁଲୁ ସାଜିଲେ ବର । ଆଉ ଶେଷରେ ପଡିଲା ହାତଗଣ୍ଠି । କଣିହା ଅଞ୍ଚଳର ବବୁଲୁ ବଅଁରପାଳ ଅଞ୍ଚଳର କିନ୍ନର ଚିନ୍ମୟ ଙ୍କୁ ବିବାହ କରି ଏବେ ଚର୍ଚ୍ଚା ରେ । ତେବେ ପ୍ରଥମେ ଏକ ଷ୍ଟେଜ୍ ଶୋ୍ ରେ ପରସ୍ପରକୁ ଦେଖିଥିଲେ, ତାପରେ ମନ ଦିଆ ନିଆ ଏବଂ ଏହାପରେ ସଂପର୍କ ଏତେ ନିବିଡ ହେଲା ଯେ ଦୁହେଁ ନିଷ୍ପତି ନେଲେ ବାହା ହେବାକୁ ।
5 ବର୍ଷ ଧରି ଉଭୟ ଉଭୟଙ୍କୁ ଭଲ ପାଇଲେ, ପରସ୍ପରକୁ ଚିହ୍ନିଲେ, ଆଉ ଶେଷରେ ସାରା ଜୀବନ ସାଥୀ ହୋଇ ରହିବା ପାଇଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଅନୁଗୁଳ ର ମାଁ ବୁଢି ଠାକୁରାଣୀକୁ ସାକ୍ଷୀ ରଖି ବାହା ହୋଇଛନ୍ତି ଏହି ପ୍ରେମୀ ଯୁଗଳ ।
ତେବେ କିନ୍ନର ଚିନ୍ମୟ ଏବଂ ବବୁଲୁ କହିଛନ୍ତି କି 5 ବର୍ଷ ଧରି ଦୁହେଁ ଦୁହିଁଙ୍କୁ ଭଲପାଉଥିଲେ ଏବଂ ସେହି କାରଣରୁ ଆଗକୁ କେମିତି ସାରା ଜୀବନ ଏକାଠି ରହିବୁ ତାହା ଭାବି ଆମେ ବିବାହ କରିଛୁ । ତେବେ ପ୍ରଥମେ କୋର୍ଟ ରେ ବିବାହ କରିଥିଲେ ଆଉ ପରେ ମାଁ ଠାକୁରାଣୀ ଙ୍କ ସାମ୍ନାରେ ଗାଁ ଲୋକ ମାନଙ୍କର ସମ୍ମତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛୁ । ବବୁଲୁ ଏବେ ଚିନ୍ମକୁ ବିବାହ କରି ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି ଏବଂ ସାରା ଜୀବନ ଚିନ୍ମୟଙ୍କ ସହିତ ଖୁସିରେ ଘର ସଂସାର କରିବେ ବୋଲି କହିଛନ୍ତି ।
ତେବେ ଯେମିତି ଜଣେ ପୁରୁଷ ଜଣେ ଝିଅକୁ ବିବାହ କରେ ସେମିତି ଜଣେ କିନ୍ନର ବି ଥାର୍ଡ ଜେଣ୍ଡରକୁ ବିବାହ କରି ପାରିବ । ଆଉ ଏମିତିରେ ବି ଆମର ସର୍ବୋଚ୍ଚ ଆଇନ୍ ସୁପ୍ରିମକୋର୍ଟ ଥାର୍ଡ ଜେଣ୍ଡରକୁ ମାନ୍ୟତା ଦେଇ ସାରିଛି । ତେଣୁ ସୁପ୍ରିମକୋର୍ଟ ଥାର୍ଡଜେଣ୍ଡର ମାନ୍ୟତା ନେଇ ଜଣେ କିନ୍ନର ଯଦି ସ୍ବଇଚ୍ଛାରେ ରାଜି ଥିବ ଏବଂ ପୁରୁଷ ରାଜି ଥିବ ତାହେଲେ ସେମାନେ ବିବାହ କରିପାରିବେ । ଏଥିରେ କୌଣସି ବି ଅସୁବିଧା ନାହିଁ ଆଉ ଏହାକୁ ସମଲିଙ୍ଗି ସଂପର୍କ ମଧ୍ୟ କୁହାଯାଇ ପାରିବ ।
ତେବେ କେବଳ ଯେ ଏମାନ ଙ୍କ ବାହାଘର ଚର୍ଚ୍ଚାରେ ସେକଥା ନୁହେଁ ବରଂ ବିବାହ ପରେ ସେମାନେ ଯେଉଁ କାମ କରିଛନ୍ତି ତାକୁ ନେଇ ଅନେକ ପ୍ରଂଶସା ମିଳିଛି ଏମାନଙ୍କୁ । ବବୁଲୁ ଏବଂ ଚିନ୍ମୟ ବାହାଘର ସରିବା ପରେ ଗୋଟିଏ ଅନାଥ ଆଶ୍ରମ କୁ ଯାଇ ଥିଲେ ଆଉ ସେଠାରୁ ଗୋଟିଏ ଶିଶୁ କୁ ପୋଷ୍ୟ କରି ଘରକୁ ଆଣିଛନ୍ତି । ଆଉ ଏହି ଠାରୁ ଆରମ୍ଭ ହୋଇଛି ସେମାନ ଙ୍କର ନୂଆ ଜୀବନ ।
ପ୍ରେମ ବୁଝେନା ପରିସୀମା , ପ୍ରେମ ବୁଝେନା ବର୍ଣ୍ଣ, ଜାତି ଧର୍ମ ବୟସ ଏବଂ ଲିଙ୍ଗ ସବୁ କିଛି ଛୋଟ ପ୍ରେମ ଆଗରେ , ଯାହା ଆଉ ଥରେ ପ୍ରମାଣିତ କରିଛନ୍ତି ବବୁଲୁ ଏବଂ କିନ୍ନର ଚିନ୍ମୟ । ଏହି ବବାହକୁ ନେଇ କିନ୍ନର ସଂପ୍ରଦାୟ ବେଶ୍ ଖୁସି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।