Odisha News Portal

ଦେଖନ୍ତୁ ଏହି ଲଜ୍ୟାଜନକ ଭିଡିଓ ! ଜଣେ ମହିଳା ଙ୍କୁ କେମିତି ଗାଁ ଦାଣ୍ଡରେ ଘୋଷାରି ଘୋଷାରି ନିସ୍ତୁକ ମାଡ ମାରୁଛନ୍ତି ଦୁଇ ପୁରୁଷ ! ସଭ୍ୟ ସମାଜରେ ଲୋକମାନଙ୍କ ଅସଭ୍ୟ ଚେହେରା …

କେତେଦିନ ଯାଏ ଆମ ସମାଜରେ ଏପରି ଚାଲିଥିବ କେତେଦିନ ଯାଏ ଗାଁ ଦାଣ୍ଡରେ ମହିଳା ମାନେ ମାଡ ଖାଉଥିବେ । ଆମର ଯୁବ ଗୋଷ୍ଟୀ ମଧ୍ୟ ଦେଖୁଛନ୍ତି ଏମିତି ତାମସା , ଧିକ କହିବ ଏହିଭଲି ଲୋକମାନଙ୍କୁ । ନାରୀଙ୍କୁ ସମ୍ମାନ ଦେଇ ଶିଖିନାହାନ୍ତି ଏମାନେ ଆଉ କଣ ନା ଏମାନେ ଗ୍ରାମର ମୁରବି । ଚଣ୍ଡାଳ ମଧ୍ୟ ଏପରି କାମ କରିବନି ଯେପରି ଏହି ମଣିଷ ମାନେ କରି ଦେଉଛନ୍ତି । ସୋମବାର ପୁଣି ସଂକ୍ରାନ୍ତିରେ ମା ବୟସର ମହିଳା ମାନଙ୍କୁ ହାତ ଉଠାଇବା ପାଇଁ ସାହସ ହେଲା କେମିତି , କଣ ଏହା ଆମର ସଂସ୍କାର । ପୋଲଗଡ ଅଞ୍ଚଳରେ ମହିଳା ପ୍ରତି ଏମିତି କିଭଳି ବ୍ୟବହାର ।

କିଛି ଦିନ ତଳେ ଜଣେ ମହିଲାଙ୍କୁ ଗାଁ ଦାଣ୍ଡରେ ମାଡ ମାରାଯାଉଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ପୋଲଗଡ ବ୍ଲକ ଧଲା ପଥର ଏବଂ କଳାଗଡା ବ୍ଲକରେ ଏପରି ମହିଳାଙ୍କୁ ସର୍ବ ସମୁଖରେ ଗାଁ ଦାଣ୍ଡରେ ଶଶୁର ଆକ୍ରମଣ କରୁଥିବାର ଦୃଶ୍ୟ ସମଗ୍ର ରାଜ୍ୟରେ ହଇଚଲ ସୃଷ୍ଟି କରିଥିଲା ।

ଆଜି ପୁଣି ଥରେ ସେହିପରି ଗାଁ ଦାଣ୍ଡରେ ମହିଳାଙ୍କୁ ମାଡ ମାରାଯାଉଥିବା ଦୃଶ୍ୟ ସତରେ ସମସ୍ତଙ୍କ ମନରେ ପ୍ରଶ୍ନ ବୁଣିଚାଲିଛି । କରବ ଗ୍ରାମର ମିନିକା ବଳବନ୍ତରାୟଙ୍କୁ ଏହି ଗ୍ରାମର କିଛି ଜମିଜମା ଘଟଣାକୁ ନେଇ କରି ଏହି ଗ୍ରାମର ଲୋକମାନେ ସେହି ମହିଳାଙ୍କୁ ମାଡ ମାରୁଛନ୍ତି । ମୁଁହକୁ ଛାତିକୁ ଗୋଇଠା ମାରିଛନ୍ତି କେବଳ ସେତିକି ନୁହେଁ ମାଡ ମାରିବା ପରେ ତାଙ୍କର ଏକ ଚାଳ ଘରେ ମଧ୍ୟ ନିଆଁ ଲଗେଇ ଦେଇଛନ୍ତି । ତେବେ କାରଣ କିଛି ବି ହେଉ ନା କାହିଁକି କାହାକୁ ହାତ ଉଠେଇବା ସଂପୂର୍ଣ୍ଣ ଭୁଲ ଅଟେ । ଏତେ ନିଷ୍ଟୁର କାହିଁକି ହୋଇଯାଉଛି ସମାଜ । 

ମହିଳା ଜଣକ ମାଡ ଖାଉଛନ୍ତି ଏବଂ ହାତରେ ଯାହା ପଡୁଛି ତାହା ଫୋପାଡୁଛନ୍ତି । ମାତ୍ର ଏହି ଘଟଣାରେ କାହାର କିଛି ହେଲେ ମଧ୍ୟ ଯାଏ ଆସେ ନାହିଁ । ସେ ବି କାହାର ମା , ସେ ବି କାହାର ପତ୍ନୀ , ପୁରୁଷ ମାନେ ତାଙ୍କୁ ଏଭଳି ମାଡ ମାରି କଣ ପ୍ରମାଣ କରିବା ପାଇଁ ଚାହିଁଛନ୍ତି । ଯେଉଁ ଯୁବକ ମାନେ ଛିଡା ହୋଇ ହସୁଛନ୍ତି , ଛିଡା ହୋଇଛନ୍ତି କେବେ ନିଜକୁ ପଚାରିବେ କି ନିରୋଳାରେ ଯାହା ହେଲା ଣ ଠିକ ହେଲା । ଯେଉଁ ଦୃଶ୍ୟ ନେଇ ଆପଣ ମାନେ ହସିଲେ ତାହା ଲକଣ ଠିକ କଲେ ।

ତେବେ ଏ ନେଇ ବେଗୁନିଆ ଥାନାରେ ଅଭିଯୋଗ କରାଯାଇଥିବା ବେଳେ ବେଗୁନିଆ ପୋଲିସ ଉଭୟଙ୍କ ନାମରେ କେଲ ଦାୟର କରିଛି । ସବୁଠୁ ଆଶ୍ଚର୍ଯ୍ୟର କଥା ଏହା କି ପୋଲିସ ଏବେ ଚୁପ ହୋଇ ବସିଛି । ଗାଁ ଦାଣ୍ଡରେ ସର୍ବ ସମ୍ମୁଖରେ ଏପରି ମାଡ ମାରିବାର ଅଭିଯୋଗ ସାଧାରଣରେ ନିନ୍ଦା କରାଯାଉଥିବା ବେଲେ ପୋଲଗଡ ବ୍ଲକରେ ବାରମ୍ବାର ଏପରି ଘଟଣା ଖୋର୍ଦ୍ଦା ଜିଲ୍ଲାର ମହିଳାଙ୍କ ସୁରକ୍ଷା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।