ଆପଣ ମାନେ ଜାଣିଛନ୍ତି ଅଲିଉଡ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଜଣେ ଲୋକପ୍ରିୟ ତଥା ବହୁ ଚର୍ଚ୍ଚିତ ଅଭିନେତ୍ରୀ ହେଉଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଯାହାଙ୍କୁ ଅଲିଉଡ କ୍ୟୁଇନ ବୋଲି କୁହାଯାଇଥାଏ । ତେବେ ସେ ଜଣେ ସେଲେବ୍ରିଟି ଭାବରେ ସାରା ଓଡିଶାରେ ବେଶ ପରିଚିତ । କିନ୍ତୁ ଲୋକପ୍ରିୟତା କାରଣରୁ ଲୋକ ମାନେ ତାଙ୍କର ଜୀବନଶୈଳୀ ଏବଂ ଚଳଣି କୁ ବେଶ୍ ଅନୁସରଣ କରିଥାନ୍ତି ଏବଂ ତାଙ୍କର ଅନୁସୃତ ମାର୍ଗରେ ମଧ୍ୟ ଅନେକ ଯାଇଥାନ୍ତି । ତେବେ ବହୁତ ପ୍ରଶଂସକ ମାନେ ଅଚନ୍ତି ଯେଉଂ ମାନେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ତାଙ୍କର ରୋଲ୍ ମଡେଲ ବୋଲି ମଧ୍ୟ ମାନିଥାନ୍ତି ଏବଂ ଆଦର୍ଶ ଭାବରେ ମଧ୍ୟ ଗ୍ରହଣ କରିଥାନ୍ତି ।
ତେବେ କିଛି ଦିନ ପୂର୍ବରୁ ବର୍ଷାଙ୍କର ଗୋଟିଏ ଭିଡିଓ ଗଣ ମାଧ୍ୟମରେ ପୋଷ୍ଟ ହେବାପରେ ବର୍ତ୍ତମାନ ତାହା ବହୁତ୍ ଭାଇରାଲ ହେବାରେ ଲାଗିଛି । ତେବେ ଚାଲନ୍ତୁ ଅଭିନେତ୍ରୀ ତଥା ଅଲିଉଡ କ୍ୟୁଇନ ବର୍ଷା ପ୍ରିୟଦର୍ଶନୀ ଏହି ଭିଡିଓରେ କଣ ସବୁ କରୁଛନ୍ତି ।
ତେବେ ଏହି ଭାଇରାଲ ଭିଡିଓ ରେ ବର୍ଷା ପ୍ରିୟଦର୍ଶନୀ ତାଙ୍କ ଶାଶୁ ଘରେ ଦୂର୍ଗା ପୂଜା ପାଳନ କରୁଥିବାର ଦେଖିବାକୁ ମିଳିଛି । ସେ ପୂରା ଓଡିଆ ଘରର ବୋହୂ ପରି ଶାଢ଼ୀ ପିନ୍ଧି ପାରମ୍ପରିକ ଢଙ୍ଗରେ ପୂଜାର୍ଚ୍ଚନା କରିଥିବାର ଦେଖିବାକୁ ମିଳିଛି । ତେବେ ଶାଶୁ ଘରେ ପୂଜାର୍ଚ୍ଚନା କରିବା ପରେ ବର୍ଷା ତାଙ୍କ ପରିବାର ସହିତ ଅର୍ଥାତ୍ ତାଙ୍କ ବାପ ଘରର ଲୋକ ମାନଙ୍କ ସହିତ କଟକ ର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ କୁ ବୁଲିବାକୁ ଏବଂ ମାଁ ଦୁ୍ର୍ଗ ଦୁର୍ଗତି ନାଶିନୀ ଦୁର୍ଗାଙ୍କୁ ଦର୍ଶନ କରିବାକୁ ଯାଇଥିଲେ ।
ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ସେଠାରେ ବହୁତ୍ ଖୁସି ଥିବାର ନଜର ଆସିଥିଲେ ଏବଂ ସେହି ପରିବେଶକୁ ବହୁତ ମନଭରି ଉପଭୋଗ ମଧ୍ୟ କରିଥିଲେ । ଭିଡିଓ ରେ ଆହୁରି ମଧ୍ୟ ଦେଖିବାକୁ ମିଳିଛି ଯେ ବର୍ଷା ନିଜର ବଡ଼ ଭଉଣୀଙ୍କ ସହିତ ମିଶି ଖୁବ୍ ମଜା ମସ୍ତି ମଧ୍ୟ କରିଛନ୍ତି । ଏହା ସହିତ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ବଡ ଭଉଣୀଙ୍କ ମୁଣ୍ଡରେ ସିନ୍ଦୂର ଲଗାଇ ଦେଉଥିବା ବେଳେ ତାଙ୍କ ବଡ଼ ଭଉଣୀ ମଧ୍ୟ ବର୍ଷାଙ୍କ ମୁଣ୍ଡରେ ସିନ୍ଦୂର ଲଗାଇ ଦେଉଥିବାର ଦେଖିବାକୁ ମିଳିଛି ।
ଆପଣ ମାନଙ୍କୁ ଅବଗତ କରାଇ ଦେଉଛୁ କି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ସହିତ ଦୁର୍ଗା ମାଁଙ୍କର ମଣ୍ଡପ ବୁଲିବାକୁ ଯାଇ ନଥିଲେ । ବରଂ ସେ ତାଙ୍କର ବାପ ଘରର ଲୋକ ମାନଙ୍କ ସହ ସେଠାକୁ ଯାଇଥିଲେ । କାରଣ ଆପଣ ମାନେ ତ ଜାଣିଛନ୍ତି ଯେ ବର୍ତ୍ତମାନ ବର୍ଷା ଏବଂ ଅନୁଭବଙ୍କ ମଧ୍ୟମରେ ବିବାଦ ଲାଗି ରହିଛି । ବର୍ତ୍ତମାନ ଏହି ମାମଲା କୋର୍ଟଙ୍କ ବିଚାରାଧୀନ ରହିଛି ଏବଂ ଆସନ୍ତା ନଭେମ୍ବର ମାସ ଦ୍ଵିତୀୟ ସପ୍ତାହରେ ଏହି ମାମଲାର ଶୁଣାଣି ହେବ ବୋଲି କୋର୍ଟଙ୍କ ପକ୍ଷରୁ ସୂଚନା ରହିଛି ।
ତେବେ କୋର୍ଟର ଶୁଣାଣି ପରେ ଜଣା ପଡ଼ିବ ଏହି ମାମଲାରେ କୋର୍ଟ ଙ୍କ ନିଷ୍ପତି କଣ ରହୁଛି ଏବଂ ବର୍ଷା – ଅନୁଭବଙ୍କ ବିବାଦ କେଉଁ ଆଡକୁ ମୋଡ ନେଉଛି ।ତେବେ ସେମାନେ ଦୁହେଁ ପରସ୍ପର ଠାରୁ ଅଲଗା ହୋଇ ଯାଉଛନ୍ତି ନା କୋର୍ଟ ଙ୍କ ପରାମର୍ଶ କ୍ରମେ ସେମାନଙ୍କ ମଧ୍ୟରେ ଆପୋଷ ବୁଝାମଣା ଯୋଗୁଁ ପୁଣି ଏକାଠି ହୋଇ ଯାଉଛନ୍ତି । ତେବେ ଏବେ କେବଳ ସମୟକୁ ଅପେକ୍ଷା ରହିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।