Odisha News Portal

ଦେଖନ୍ତୁ ଭିଡିଓ ! ଅନୁଭବଙ୍କ ଘରେ କେମିତି ପାଳନ କଲେ କୁମାର ପୂର୍ଣ୍ଣିମା .,କଣ ସତରେ ବର୍ଷା ଅନୁଭବ ଏକ ହେବେ….

0 3

ଅଲିଉଡ କ୍ୟୁଇନ୍ ବର୍ଷା ପ୍ରିୟଦର୍ଶନୀଙ୍କୁ ତ ଆପଣ ମାନେ ସମସ୍ତେ ବେଶ୍ ଭଲ ଭାବରେ ଜାଣିଥିବେ । ଯିଏ କି ଅଲିଉଡର ଆଗ ଧାଡିର ସଫଳ ଅଭିନେତ୍ରୀ ଅଟନ୍ତି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ପ୍ରଥମେ ଆଲବମ୍ ଦୁନିଆରୁ ହିଁ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ଏହି ଠାରୁ ଆରମ୍ଭ ହୋଇଥିଲା ତାଙ୍କର ଜୀବନର ସଫଳତାର ସିଡି । ସେ ଏହାପର ଠାରୁ ଆଉ କେବେ ପଛକୁ ବୁଲି ଚାହିଁ ନାହାଁନ୍ତି । ତାପରେ ସେ ଆଲବମ୍ ଦୁନିଆରୁ ସିଧା ଫିଲ୍ମ ଦୁନିଆରେ ଏଣ୍ଟ୍ରି କରିଥିଲେ । ତେବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ବହୁତ ସାରା ଫିଲ୍ମରେ ଆକ୍ଟିଂ କରିଛନ୍ତି ଏବଂ ଦର୍ଶକ ମାନେ ତାଙ୍କର ଅଭିନୟକୁ ବହୁତ ପସନ୍ଦ ମଧ୍ୟ କରିଛନ୍ତି ।

ଓଡିଶାରେ ତାଙ୍କର ଅନେକ ଫ୍ୟାନ୍ ରହିଛନ୍ତି । କିନ୍ତୁ ସବୁଠାରୁ ବଡ କଥା ହେଉଛି ବର୍ଷା ଅଲିଉଡର ଅନେକ ହିରୋ ମାନଙ୍କ ସହିତ ଅଭିନୟ କରିଛନ୍ତି , ହେଲେ ଦର୍ଶକ ମାନେ ସବୁବେଳେ ବର୍ଷାଙ୍କ ସହିତ ଅନୁଭବ ଯୋଡିକୁ ଅଧିକ ପସନ୍ଦ ତଥା ଭଲ ପାଉଥିଲେ । ପରେ ସେ ଅନୁଭବଙ୍କୁ ବିବାହ କରିଥିଲେ । ସେ ଜଣେ ସେଲେବ୍ରିଟି ଭାବରେ ସାରା ଓଡିଶାରେ ବେଶ ପରିଚିତ ।

କିନ୍ତୁ ଲୋକପ୍ରିୟତା କାରଣରୁ ଲୋକ ମାନେ ତାଙ୍କର ଜୀବନଶୈଳୀ ଏବଂ ଚଳଣିକୁ ବେଶ୍ ଅନୁସରଣ କରିଥାନ୍ତି ଏବଂ ତାଙ୍କର ଅନୁସୃତ ମାର୍ଗରେ ମଧ୍ୟ ଅନେକ ଯାଇଥାନ୍ତି । ତେବେ ବହୁତ ପ୍ରଶଂସକ ମାନେ ଅଚନ୍ତି ଯେଉଂ ମାନେ ବର୍ଷାଙ୍କୁ ତାଙ୍କର ରୋଲ୍ ମଡେଲ ବୋଲି ମଧ୍ୟ ମାନିଥାନ୍ତି ଏବଂ ଆଦର୍ଶ ଭାବରେ ଗ୍ରହଣ ମଧ୍ୟ କରିଥାନ୍ତି ।


ବର୍ତ୍ତମାନ ସୋସିଆଲ ମିଡିଆରେ ବର୍ଷାଙ୍କର ଏକ ଭିଡିଓ ଭାଇରାଲ୍ ହୋଇଛି ଯେଉଁଥି ପାଇଁ କି ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ତେବେ ଆସନ୍ତୁ ଜାଣିବା ଭିଡିଓ ସମ୍ପର୍କରେ ।
ତେବେ ଏହି ଭାଇରାଲ ଭିଡିଓରେ ବର୍ଷା ପ୍ରିୟଦର୍ଶନୀ ତାଙ୍କ ଶାଶୁ ଘରେ କୁମାର ପୂର୍ଣ୍ଣିମା ପାଳନ କରୁଥିବାର ଦେଖିବାକୁ ମିଳିଛି । ସେ ପୂରା ଓଡିଆ ଘରର ବୋହୂ ପରି ଶାଢ଼ୀ ପିନ୍ଧି ପାରମ୍ପରିକ ଢଙ୍ଗରେ ପୂଜାର୍ଚ୍ଚନା କରିଥିବାର ଦେଖିବାକୁ ମିଳିଛି ।

ଶାଶୁ ଘରେ ପୂଜାର୍ଚ୍ଚନା କରିବା ପରେ ବର୍ଷା ତାଙ୍କ ପରିବାର ସହିତ ଅର୍ଥାତ ତାଙ୍କ ଶାଶୁ ଘର ଲୋକ ମାନଙ୍କ ସହିତ ଏବଂ ସ୍ବାମୀ ଅନୁଭବ ମହାନ୍ତିଙ୍କ ସହିତ ବେଶ ଧୁମଧାମରେ କୁମାର ପୂର୍ଣ୍ଣିମା ଉତ୍ସବ ପାଳନ କରୁ ଥିବାର ଦେଖିବାକୁ ମିଳିଛି । ବର୍ଷା ସେଠାରେ ବହୁତ୍ ଖୁସି ଥିବାର ନଜର ଆସିଥିଲେ ଏବଂ ସେହି ପରିବେଶକୁ ବହୁତ ମନଭରି ଉପଭୋଗ ମଧ୍ୟ କରିଥିଲେ ।


ଭିଡିଓରେ ଆହୁରି ମଧ୍ୟ ଦେଖିବାକୁ ମିଳିଛି ଯେ ବର୍ଷା ନିଜର ବଡ଼ ଜାଆଙ୍କର ଝିଅକୁ ନେଇ ବହୁତ ଖୁସି ଥିବାର ନଜରର ଆସିଛନ୍ତି , ଅନୁଭବ ମଧ୍ୟ ତାଙ୍କର ଭାଇଙ୍କର ଝିଅକୁ ନେଇ ବହୁତ ମଜାମସ୍ତି କରୁଥିବାର ଦେଖିବାକୁ ମିଳି୍ଛି । ତେବେ ପୂରା ପରିବାରସହିତ ଦୁହେଁ ବହୁତ ଖୁଶି ଥିବାର ଦେଖିବାକୁ ମିଳିଛି ଏବଂ ଲାଗୁଛି୍ ଯେମିତି ସେମାନଙ୍କ ଭିତରେ ସବୁ କିଛି ଠିକ୍ ହୋଇଯାଇଛି । ଏବେ ସେମାନେ ହାପି ଲାଇଫ୍ କାଟୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।