Odisha News Portal

ହେ ପ୍ରଭୁ ସୁଟିଙ୍ଗ ସେଟ୍ ରେ ଅଭିନୟ କରୁ କରୁ କେମିତି ହଟାତ୍ ତଳେ ପଡିଗଲେ ଅଭିନେତା ରବି ମିଶ୍ର !

0 559

ମନୁଷ୍ୟ ଜୀବନରେ କେତେବେଳେ କଣ ଘଟିବା ତାହା କେହି କହିପାରିବେ ନାହିଁ , କଥାରେ ଅଛି ଆଜିକା ମଣିଷ କାଲି ନାହିଁ । ଆଜି ଆମେ ବଞ୍ଚିଚୁ ମାତ୍ର କାଲିକିଥିବା କି ନାହିଁ ତାହା କେହି କହିପାରିବ ନାହିଁ । ତେଣୁ ଯେତିକି ଦିନ ଯାଏ ଆମେ ମାନେ ଅଛୁ ସେହି ସମୟରେ କିଛି ଭଲ କର୍ମ କରିନେବା ଉଚିତ , ଯାହା ଫଳରେ କି ମରିବା ସମୟରେ ଆମର ଆତ୍ମାକୁ ଶାନ୍ତି ମିଳିବ । ଏହା ସହିତ ଆମର ଭଲ କର୍ମକୁ ଲୋକମାନେ ଚିରଦିନ ପାଇଁ ମନେ ରଖିଥିବେ ।

ଆଜି ଆମେ ଆପଣଙ୍କୁ ଏମିତି ଜଣେ ଲୋକଙ୍କ ବିଷୟରେ କହିବୁ , ଯାହାଙ୍କର ମୃତ୍ୟୁ ଖବର ଶୁଣି ସମସ୍ତେ ଚକିତ ହୋଇଯାଇଛନ୍ତି କାରଣ କେହି କେବେ ହେଲେ ମଧ୍ୟ ଭାବିନଥିଲେ କି ହଠାତ ଏପରି ତାଙ୍କ ସହିତ ହେବ ବୋଲି ।

ସୁଟିଂ ସେଟରେ ସୁଟିଂ ଚାଲିଥିବା ସମୟରେ କେହି କିଛି ବୁଝିବା ଆଗରୁ ଟଳି ପଡିଲେ ରବି ମିଶ୍ର ଏବଂ ସୁଟିଂ ଚଲିଥିବା ସମୟରେ ସତସତିକା ହୃଦଘାତର ଯେମିତି ଅଭିନୟ କରୁଥିଲେ ତାଙ୍କ ଜୀବନରେ । ସୁଟିଂ ସେଟରେ ସୁଟିଂର ସ୍କ୍ରିପ୍ଟ ଆନୁସାରେ ରବିମିଶ୍ର ହୃଦଘାତରେ ପଡିଯାଇଛନ୍ତି ଯାହାକି ସେହି ସ୍କ୍ରିପ୍ଟରେ ଲେଖାଥିଲା । ମାତ୍ର ସତ ସତିକା ହୃଦଘାତ ଯେ ରବି ମିଶ୍ରକୁ ମାଡି ବସିବ ତାହା କେହି ହେଲେ ମଧ୍ୟ କେବେ ଜାଣିନଥିଲେ ।

ନବେ ଦଶକର ଦୂରଦର୍ଶନରେ ପ୍ରସାରିତ ହେଉଥିବା ଗୋପାଳ ରହସ୍ୟ ଧାରାବାହିକ ଆଜି ମଧ୍ୟ ଲୋକମାନଙ୍କର ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । କେବଳ ଗୋପାଳ ରହସ୍ୟ କାହିଁକି ଅନେକ ପ୍ରକାର ସୁପରହିଟ ଫିଲ୍ମ ଯେପରିକି ଭାଇ ହେଲା ଭଗାରୀ , ସକଳ ତୀର୍ଥ ତେ ଚରଣେ , ମା ପରି କିଏ ହେବ , ରାକ୍ଷୀ ଭିଜିଲା ଆଖି ଲୁହରେ , ତୁମ ଠାରୁ ପରି ଅନେକ ପ୍ରକାର ଫିଲ୍ମରେ ସେ ଅଭିନୟ କରିଛନ୍ତି ।

ଦୁଇ ଦଶାନ୍ଦୀରୁ ଅଧିକ ସମୟ ରବି ମିଶ୍ର ଓଲିଉଡ ଜଗତରେ ଛାପ ଛାଡିଛନ୍ତି ରବି । କଥା କୁହା ରବି କଥା କହିଲେ ନାହିଁ । ତାଙ୍କର କଥା କୁହା ଠାଣି ଏବଂ ହାସ୍ୟ ଅଭିନୟରେ ଅଂଗଭଙ୍ଗି ଆଜି ମଧ୍ୟ ସମସ୍ତ ଦର୍ଶକଙ୍କ ହୃଦୟଙ୍କୁ ତାଜା କରିଦେଇଛି ।

 ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି । ତେବେ ତାଙ୍କର ଏହି ବିୟୋଗରେ ସମସ୍ତେ ବହୁତ ହିଁ ଶୋକ ପ୍ରକାଶ କରୁଛନ୍ତି । ଜଣେ ବର୍ଷିଆନ ଅଭିନେତା ଏବଂ ଚଳଚ୍ଚିତ୍ରରେ ଏହା ସହିତ ସିରିଏଲରେ ମଧ୍ୟ ଅଭିନୟ କରି ଲୋକମାନଙ୍କ ହୃଦୟକୁ ଜିତୁଥିଲେ ।

ଏବେକା ସମୟରେ ଜି ସାର୍ଥକରେ ପ୍ରସାରିତ ହେଉଥିବା ହେ ପ୍ରଭୁ ଧାରାବାହିକରେ ନିଜର ଜେଜେ ଭୂମିକାରେ ବହୁତ ସୁନ୍ଦର ଅଭିନୟ ମଧ୍ୟ କରୁଛନ୍ତି । ଧାରାବାହିକରେ ସେ ବହୁତ ଭଲ ରୋଲ କରୁଥିଲେ ଏବଂ ହଠାତ ସେ ସେହିପରି ମୁୁଳି ଯିବେ ତାହା କେହି କହିପାରିବେ ନାହିଁ । ଆମେ ମାନେ ଜଗନ୍ନାଥଙ୍କର ନିକଟରେ ପ୍ରାର୍ଥନା କରିବା କି ତାଙ୍କର ଆତ୍ମାର ସଦଗତି ହେଉ ବୋଲି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।