Odisha News Portal

ଦେଖନ୍ତୁ ଏହି ଦୃଶ୍ୟ – ସିସିଟିଭି ରେ ଧରାପଡିଲା ୧୪ ମାସର ଶିଶୁ କୁ ହାତଗୋଡ ବାନ୍ଧି ନିଜ ମାଆ ମାରିଲା ଗୋଇଠା , ଏଭଳି ମାଙ୍କୁ କ’ଣ କରାଯିବା ଦରକାର କମେଣ୍ଟରେ ଜାଣାନ୍ତୁ

0 20

ଆଜିର ସମାଜ ବହୁ ମାତ୍ରାରେ କଳୁଷିତ ହେବାରେ ଲାଗିଛି । ତେବେ ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକି ଅତ୍ୟନ୍ତ ଲଜ୍ୟାଜନକ ଅଟେ । ଘଟଣାଟି ଘଟିଛି କୋଣାର୍କ ଜିଲ୍ଲାରେ । ତେବେ ଏଠାରେ ଯେଉଁ ଘଟଣା ଘଟିଛି ତାହା କହିବା ପାଇଁ ମଧ୍ୟ ଯୋଗ୍ୟ ନୁହଁ । ଯାହା ସମାଜରେ ଆଦୌ ଗ୍ରହଣୀୟ ନୁହଁ କିମ୍ବା ଉପସ୍ଥାପନର ଯୋଗ୍ୟ ମଧ୍ୟ ନୁହଁ । କୁହାଯାଏ ଭଗବାନ ନିଜେ ସମସ୍ତଙ୍କ ଯତ୍ନ ନେଇ ପାରିବେ ନାହିଁ ବୋଲି ସମସ୍ତଙ୍କୁ ତାଙ୍କ ରୂପରେ ଜଣେ ଜଣେ ମାଁଙ୍କୁ ଦେଇଛନ୍ତି ।

ଆଉ ଦୁନିଆରେ ସମସ୍ତେ ଆପଣଙ୍କ ହାତ ଛାଡିଦେଲେ ମଧ୍ୟ ମାଁ କେବେ ଛାଡେନା ଏବଂ ଆମର ସମସ୍ତ ଭୁଲକୁ ସେ ହସିହସି କ୍ଷମା କରିଦିଏ । କିନ୍ତୁ କଣ କେବେ ଏପରି ମାଁ ବିଷୟରେ ଶୁଣିଛନ୍ତି ଯିଏକି ନିଜ 14 ମାସର ଶିଶୁକୁ କିପରି ଗୋଇଁଠା ଏଵଂ ବେକରେ ଗୋଡ଼ ମାରି ଠିଆ ହୋଇପାରିବ । ଏହି ଘଟଣା ନିହାତି ଭାବେ ସମସ୍ତଙ୍କୁ ଚକିତ କରିଛି।

ଏପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଆଉ ଯାହାକୁ ନେଇ ଲୋକେ ବହୁ ପ୍ରକାର ମନ୍ତବ୍ୟ ମଧ୍ୟ ରଖୁଛନ୍ତି ।ତେବେ ଜଣେ ନିର୍ଦ୍ଧ୍ୟୟ ମାଁ ନିଜ 14 ମାସ ର ଶିଶୁ କୁ ଅତି ନିଷ୍ଠୁର ଭବାରେ ମାଡ ମାରିବା ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି ।

କୌଣାର୍କ ଗୋପ ବ୍ଲକ ପାଇକ୍ ସାହି ଗ୍ରାମର ଏହି ଘଟଣା । ଜଣେ ମାଁ ନିଜର 14 ମାସର ଶିଶୁ ପୁତ୍ର କୁ ଗୋଡ ,ହାତ ଦୌଡି ରେ ବାନ୍ଧି ମାଡ ମାରୁଥିବାର ଘଟଣା ଏବେ ସାମ୍ନାକୁ ଆସିଛି । ପାଇକ ସାହି ଗାଁ ର ଚକ୍ରଧର ଭୂବନେଶ୍ବର ରେ ବ୍ୟବସାୟ କରନ୍ତି ଏବଂ ଅଧିକାଂଶ ସମୟ ସେ ଘରେ ରୁହନ୍ତି ନାହିଁ । ଘରେ ବୟସ୍କ ବାପା, ପତ୍ନୀ ଏବଂ 14 ମାସ ର ଶିଶୁ ପୁତ୍ର ରୁହନ୍ତି ।


ତେବେ ଚକ୍ରଧର ଙ୍କ ପତ୍ନୀ ଶାଶୁ ଶଶୁରଙ୍କୁ ନିର୍ଯ୍ୟାତନା ଦେଉଥିବାର ଅଭିଯୋଗ ଆସୁଥିଲା । ଏ ନେଇ ଚକ୍ରଧର ନିଜ ପତ୍ନୀ ଙ୍କ ବିରୋଧରେ କୋର୍ଟ ର ଆଶ୍ରମ ମଧ୍ୟ ନେଇଥିଲେ । ଆଉ ଏପଟେ ଘରେ ପତ୍ନୀ ଙ୍କ ଅଜାଣତରେ ଏକ ସିସି ଟିଭି ମଧ୍ୟ ଲଗେଇ ଦେଇଥିଲେ ।

ତେବେ କିଛି ଦିନ ପରେ ଚକ୍ରଧର ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ପାଇଥିଲେ ଯେ , ଘର ଭିତରେ ଶିଶୁ ଟି ଏକା ଅଛି ଏବଂ ତାର ହାତ , ଗୋଡ କୁ ମାଁ ଦୌଡି ରେ ବାନ୍ଧି ଦେଇଛି ।

ଆଉ ଅତି ନିଷ୍ଠୁର ତଥା ନିର୍ଦ୍ଧୟ ଭବାରେ ସେ ବି ହାତରେ ନୁହେଁ ବରଂ ଗୋଡ ରେ ମାଡ ମାରି ଚାଲିଛି । ତେବେ ଶିଶୁ ପୁତ୍ରର କରୁଣ କାନ୍ଦ ମଧ୍ୟ ମାଁ କାନରେ ପଡୁନି ଏବଂ ଗୋଡ ରେ ମାରି ଚାଲିଛି ନିଷ୍ଠୁର ମାଁ ।ତେବେ ଏହି ଘଟଣା ନେଇ ଚକ୍ରଧର ଗୋଫ ଥାନା ରେ ଏତେଲା ଦେଇଛନ୍ତି । ଆଉ ମାଁ ସେପଟେ ସଫେଇ ଦେଇ କହିଛନ୍ତି ଯେ ସେତେବେଳେ ତାଙ୍କର ମାନସିକ ସ୍ଥିତି ଠିକ୍ ନଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।