Odisha News Portal

ଆସନ୍ତୁ ଜାଣିବା ପ୍ରଥମେ ପ୍ରେମ ବିବାହ କରି ମଧ୍ୟ ଦ୍ଵିତୀୟ ବିବାହ କରିବାଥିବ ଓଡ଼ିଆ ଆକ୍ଟ୍ରେସ୍ ମାନେ ଜାଣନ୍ତୁ ତାଙ୍କର କାହାଣୀ ସଂପର୍କରେ

0 237

ଆପଣ ମାନେ ସମସ୍ତେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ କାମ କରୁଥିବା ଅଭିନେତା ଏବଂ ଅଭିନେତ୍ରୀ ଙ୍କୁ ତ ବହୁତ ଭଲ ଭାବରେ ଜାଣିଥିବେ । ତେବେ ତାଙ୍କର ପର୍ସନାଲ ଲାଇଫ୍ କଥା ମଧ୍ୟ ଅଳ୍ପ ବହୁତ ଜାଣିଥିବେ । ଅଲିଉଡ ଜଗତରୁ ପ୍ରତିଦିନ କିଛି ନାଁ କିଛି ରୋଚକପୂର୍ଣ୍ଣ ଖବର ସାମ୍ନାକୁ ଆସିଥାଏ । ତେବେ ଅଲିଉଡ ଇଣ୍ଡଷ୍ଟ୍ରିରେ ଏମିତି କିଛି ହିରୋ ହିରୋଇନ୍ ମାନେ ଅଛନ୍ତି ଯେଉଁମାନେ କି ବିବାହ କରିବା ପରେ ତାଙ୍କର ପରସ୍ପର ମଧ୍ୟରେ ଡିଭୋର୍ସ ଘଟିଛି,

ଯାହାଫଳରେ କି ସ୍ବାମୀ ସ୍ତ୍ରୀ ପରସ୍ପର ଠାରୁ ଦୂରେର ରହୁଛନ୍ତି ଏବଂ ତାଙ୍କର ପର୍ସନାଲ ଲାଇଫ୍ ରେ ବିଚ୍ଛେଦ ଘଟିଛି । ତେବେ ଆଜି ଆମେ ସେହି କଳାକାର ମାନଙ୍କ ବିଷୟରେ ଜାଣିବା ଯେଉଁମାନେ ପ୍ରଥମେ ପ୍ରେମ ବିବାକ କରି ପରେ ଅଲଗା ହୋଇ ପୁଣି ବିବାହ କରିଛନ୍ତି ।

1. ପ୍ରିୟା ଚୌଧୁରୀ –

ଅଲିଉଡ ଲୋକପ୍ରିୟ ଅଭିନେତ୍ରୀ ପ୍ରିୟା ପ୍ରଥମେ 2004 ରେ ବିବାହ କରିଥିଲେ । କିନ୍ତୁ ବିବାହ କିଛି ଦିନ ପରେ ପ୍ରିୟା ଏବଂ ତାଙ୍କ ସ୍ବାମୀ ଦୁହେଁ ପରସ୍ପର ଠାରୁ ଅଲଗା ହୋଇଯାଇ ଥିଲେ । ଆଉ ଏହାପରେ ପ୍ରିୟା ଜଣେ ବିଜନେସ୍ ମ୍ୟାନଙ୍କୁ 2013 ମସିହାରେ ବିବାହ କରିଥିଲେ ଏବଂ ତାଙ୍କର ଗୋଟିଏ କୁନି ପୁଅ ଅଛି ।

2. ରଚନା ବାନାର୍ଜୀ ଏବଂ ସିନ୍ଧାନ୍ତ ମହାପାତ୍ର –

ରଚନା ଏବଂ ସିନ୍ଧାନ୍ତ 2004 ମସିହାରୁ ପରସ୍ପର ପ୍ରେମ କରୁଥିଲେ କିନ୍ତୁ ସେମାନଙ୍କର ପ୍ରେମ ଜୀବନ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲା । ତେଣୁ ପରେ ସେମାନେ ଅଲଗା ହୋଇ ସିନ୍ଧାନ୍ତ ମାମ ମିଶ୍ରଙ୍କୁ ଏବଂ ରଚନା ପଲ୍ଲବ ବାସୁଙ୍କୁ ବିବାହ କରିଥିଲେ ।

3. ଅନୁ ଚୌଧୁରୀ –

 

ଅଲିଉଡର ଜଣେ ଆଗ ଧାଡିର ତଥା ସଫଳ ଅଭିନେତ୍ରୀ । ଯିଏକି 2006 ମସିହାରେ ଡକ୍ଟର ସନ୍ଦିପ ମିଶ୍ରଙ୍କୁ ବିବାହ କରିଥିଲେ । କିନ୍ତୁ 1012 ମସିହାରେ ସେମାନ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ ।

4. ଅସୀମା ପଣ୍ଡା –

ଅଲିଉଡର ଜଣେ ପପୁଲାର୍ ସିଙ୍ଗର୍ ହେଉଛନ୍ତି ଅସୀମା ପଣ୍ଡା । ଯିଏକି ଏହି କିଛି ପୂର୍ବରୁ ହିଁ ବିବାହ କରିଥିଲେ । ଅସୀମାଙ୍କ କହିବା ଅନୁସାରେ ତାଙ୍କ ସ୍ବାମୀ ତାଙ୍କୁ ବିବାହ ପରେ ଗୀତ ଗାଇବା ପାଇଁ ମନା କରିଥିଲେ କିନ୍ତୁ ଏଥିରେ ଅସୀମା ବିରୋଧ କରିଥିଲେ । ତେଣୁ ସେମାନଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା ।

5. ସବ୍ୟସାଚୀ ମିଶ୍ର –

ଅଲିଉଡ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ କିଏ ବା ନ ଜାଣେ , ଯିଏକି ବର୍ତ୍ତମାନ ସମୟରେ ଓଡିଶା ପାଇଁ ଜଣେ ରିଏଲ୍ ହିରୋ । ସେ 2013 ମସିହାରେ ସୀମାଙ୍କୁ ବିବାହ କରିଥିଲେ କିନ୍ତୁ ସେମାନଙ୍କର ବୈବାହିକ ଜୀବନ ଅଧିକ ଦିନ ତିଷ୍ଠି ପାରିନଥିଲା । ଆଉ ଏବେ ସେମାନେ ପରସ୍ପର ଠାରୁ ଅଲଗା ହୋଇଯାଇଛନ୍ତି ।

6. ଚନ୍ଦନ କର –
ଅଭିନେତା ଚନ୍ଦନ ଅଭିନେତ୍ରୀ ଜୁଲିଙ୍କୁ ବିବାହ କରିଥିଲେ । କିନ୍ତୁ କୌଣସି କାରଣ ବଶତଃ ସେମାନେ ପରସ୍ପର ଠାରୁ ବିଚ୍ଛେଦ ହୋଇ ଯାଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।