ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରିରେ କାମ କରୁଥିବା କଳାକାର ମାନଙ୍କୁ ଜାଣିଥିବେ । ତେବେ ତାଙ୍କର ପର୍ସନାଲ ଲାଇଫ୍ କଥା ମଧ୍ୟ ଅଳ୍ପ ବହୁତ ଜାଣିଥିବେ । ଓଡିଆ ଜଗତର କଳାକାର ମାନେ ନିଜର ଚେଷ୍ଠା, ନିଷ୍ଠା ଏବଂ ସଂଘର୍ଷ ମାଧ୍ୟମରେ ଆଜି ଏପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି । ତେବେ ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି କେବଳ ନିଜର ଆତ୍ମ ବିଶ୍ବାସ , ଦୃଢ ମନୋବଳ ଏବଂ କଠିନ ପରିଶ୍ରମ ବଳରେ । ଏହି କଳାକାର ମାନଙ୍କର ଅବଦାନ ମଧ୍ୟ ଅନେକ ରହିଛି ଓଡିଆ ଇଣ୍ଡଷ୍ଟ୍ରିକୁ ।
ତେବେ ଆପଣ ମାନେ କଣ ଓଡିଆ ଅଭିନେତ୍ରୀ ନିତୁ ମିଶ୍ରଙ୍କ ବିଷୟରେ କିଛି ଜାଣିଛନ୍ତି । ନିଶ୍ଚୟ ଆପଣଙ୍କ ମନରେ ତାଙ୍କ ବିଷୟରେ ଜାଣିବା ପାଇଂ ବହୁତ ଆଗ୍ରହ ହେଉଥିବ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ଓଡିଆ ଅଭିନେତ୍ରୀ ନିତୁ ମିଶ୍ରଙ୍କ ବିଷୟରେ କିଛି ଅଜଣା କଥା କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଆରମ୍ଭ କରିବା ।
ଆପଣ ମାନେ ନିଶ୍ଚିତ ଭାବରେ ତରଙ୍ଗରେ ପ୍ରସାରିତ ନୂଆ ବୋହୂ ସିରିଏଲ୍ ଦେଖୁଥିବେ । ତେବେ ସେଥିରେ ଅଭିନୟ କରୁଥିବା ରାଧିକାଙ୍କ ଶାଶୁ ପଦ୍ମଜାଙ୍କୁ ଦେଖିଥିବେ । ଆଜି ଆମେ ସେହି ନୂଆବୋହୂ ଧାରାବାହିକରେ ଅଭିନୟ କରୁଥିବା ପଦ୍ମଜାଙ୍କ ବିଷୟରେ ଆପଣ ମାନଙ୍କୁ ଜଣାଇବୁ । ତାଙ୍କର ରିଏଲ୍ ନାଁ ହେଉଛି ନିତୁ ମିଶ୍ର ।
ନିତୁଙ୍କ ଜନ୍ମ ଦିନ ହେଉଛି ନଭେମ୍ବର 11 ତାରିଖ । ତାଙ୍କର ଜନ୍ମ ସ୍ଥାନ ହେଉଛି ପୁରୀ ଆଉ ସେହିଠାରେ ହିଁ ତାଙ୍କର ଘର । ନିତୁଙ୍କ ପରିବାର କଥା ଯଦି କହିବା ତେବେ ତାଙ୍କ ବାପା ମାଁ ଏବଂ ଜଣେ ବଡ ଭଉଣୀ ଓ ଜଣେ ସାନ ଭାଇ ଅଛନ୍ତି । ନିତୁଙ୍କ ସ୍ବାମୀଙ୍କ ନାଁ ହେଉଛି ଶିବାନନ୍ଦ ମିଶ୍ର ଏବଂ ତାଙ୍କର ଜଣେ କୁନି ଚୁଲବୁଳି ଝିଅ ଅଛି । ତାଙ୍କ ଝିଅଙ୍କ ନାଁ ହେଉଛି ୟତିକା ମିଶ୍ର । ତାଙ୍କ ଶଶୁର ରୁଦ୍ରନନ୍ଦନ ମିଶ୍ର ଏବଂ ଶାଶୁ ଉର୍ମିଳା ମିଶ୍ର । ତେବେ ସେ ତାଙ୍କ ଛୋଟ ପରିବାରକୁ ନେଇ ବହୁତ ଖୁସିରେ ଅଛନ୍ତି .
ତାଙ୍କର ଅଭିନୟ ଜୀବନୀ କଥା ଯଦି କହିବା ତେବେ ନିତୁ ଦଶମ ଶ୍ରେଣୀରୁ ଓଡିଶୀ ନୃତ୍ୟୁ ଶିଖୁଥିଲେ । ପରବର୍ତ୍ତି ସମୟରେ ସେ (DDONE) ଚ୍ୟାନାଲରେ ପ୍ରସାରିତ ଜୟ ସନ୍ତୋଷି ମାଁ ଧାରାବାହିକରେ ହିଁ ପ୍ରଥମେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହାପରେ ସେ ଆହୁରୀ ଅନେକ ଦାରାବାହିକରେ ଅଭିନୟ କରିଥିଲେ । ତେବେ ସେ ଗାୟତ୍ରୀ ମେଗା ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ । ଯେଉଂଥିରେ ଲୋକମାନେ ତାଙ୍କୁ ଏବଂ ତାଙ୍କର ଅଭିନୟକୁ ବହୁତ ପସନ୍ଦ ତଥା ଭଲ ପାଉଥିଲେ ।
ସେ ଏକାଧାରରେ ଓଡିଆ ଫିଲ୍ମ, ଧାରାବାହିକ, ଓଡିଆ ଭଜନରେ ମଧ୍ୟ ଅଭିନୟ କରିଛନ୍ତି । ଏହାସହିତ ସେ ଅନେକ ଆୱାର୍ଡ ପାଇଛନ୍ତି । 2019, ତରଙ୍ଗ ପରିବାର ଶ୍ରେଷ୍ଠ ଖଳନାୟିକା ଆୱର୍ଡ ମଧ୍ୟ ପାଇଛନ୍ତି । ନିତୁ ଜଣେ ବାଲୁକା ଶିଳ୍ପୀ ଏବଂ ଚିତ୍ରକାର ମଧ୍ୟ । ଆଉ ବର୍ତ୍ତମାନ ସେ ନୂଆବୋହୂ ଧାରାବାହିକରେ ନଜରରେ ଆସୁଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।