ଭାରତୀୟ ଦଳକୁ ଚ୍ୟାଲେଞ୍ଜ କରି କିଛି ଏମିତି କହିଲେ ପାକିସ୍ତାନ ର ଦ୍ରୁତ ବୋଲର ଶୋଏବ ଅଖତର ! ଯାହାକୁ ଶୁଣିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ…

ହଁ ଦର୍ଶକ ବନ୍ଧୁ ଟି 20 ବିଶ୍ୱକପ ଏବେ ପୁଣି ଥରେ ଚର୍ଚ୍ଚାରେ | କାରଣ ନ୍ୟୁଜିଲାଣ୍ଡକୁ ସେମି ଫାଇନାଲ ପରାସ୍ତ କରି ଫାଇନାଲ ରେ ପହଞ୍ଚି ସାରିଛି ପାକିସ୍ତାନ | ସେପଟେ ଗୁରୁବାର ଦିନ ଇଂଲଣ୍ଡ ଓ ଭାରତ ମଧ୍ୟରେ ଦ୍ୱିତୀୟ ସେମି ଫାଇନାଲ ଖେଳାଯିବା ପୂର୍ବରୁ ଏନେଇ ଦର୍ଶକ ମନରେ ଏବେ ଠୁ ବିଭିନ୍ନ କଳ୍ପନା ଜଳ୍ପନା ଚାଲିଛି | ତେବେ କୁହାଯାଉଛି ଯଦି ଭାରତ ଇଂଲଣ୍ଡ କୁ ପରାସ୍ତ କରି ଫାଇନାଲ ରେ ପହଞ୍ଚି ଯିବ ତାହାଲେ ପୁଣି ଥରେ ଏକ ହାଇ ଭଲଟେଜ ମ୍ୟାଚ ଦେଖିବାକୁ ମିଳିବବୋଲି ସମସ୍ତେ ଆଶା କରି ରହିଛନ୍ତି | ତେବେ ଏ ନେଇ ମଧ୍ୟ ପାକିସ୍ତାନ ର ପୂର୍ବତନ କ୍ରିକେଟର ବା ଦ୍ରୁତ ବୋଲର ଭାରତକୁ ଏକ ବଡ଼ ଚ୍ୟାଲେଞ୍ଜ କରିଛନ୍ତି | ତେବେ ବୁଧବାରଦିନ ସିଡନି କ୍ରିକେଟ ଗ୍ରାଉଣ୍ଡଠାରେ ଚାଲିଥିବା ଟି-20 ବିଶ୍ବକପ ପ୍ରଥମ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ 7 ଓ୍ବିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି ପାକିସ୍ତାନ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |
ତେବେ ସୂଚନା ଅନୁଯାୟୀ ବୁଧୁବାର ଖେଳାଯାଇଥିବାଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା | ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ନିର୍ଧାରିତ 20 ଓଭରରେ 4 ଓ୍ବିକେଟ ହରାଇ 152 ରନ କରିଥିଲା | ଏହି ମ୍ୟାଚରେ ପାକିସ୍ତାନ ଆଗରେ 153 ରନର ବିଜୟ ଲକ୍ଷ୍ୟ ଥିବାବେଳେ ପାକିସ୍ତାନ ଦଳର ଦୁଇ ଓପନର ବାବର ଆଜମ ଓ ମହମ୍ମଦ ରିଜଓ୍ବାନ ଆରମ୍ଭରୁ ଲଢୁଆ ବ୍ୟାଟିଂ କରି ଦଳର ବିଜୟ ପାଇଁ ପଥ ପରିଷ୍କାର କରିଦେଇଥିଲେ | ବାବର 53 ଓ ରିଜଓ୍ବାନ 57 ରନ କରି ଆଉଟ ହୋଇଥିଲେ ।

ଆଉ ସେହିପରି ମହମ୍ମଦ ହ୍ୟାରିସ୍ 30 ରନ କରିଥିଲେ | ତାପରେ ପାକିସ୍ତାନ ର ଭଲ ବ୍ୟାଟିଂ କାରଣରୁ ପାକିସ୍ତାନ ଏହି ମ୍ୟାଚକୁ ଜିତି ଫାଇନାଲ ରେ ପହଞ୍ଚିସାରିବା ପରେ | 2 ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଗୁରୁବାରଦିନ ଆଡିଲେଡ ଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ |ତେବେ କୁହାଯାଇଛି ଯେ ପାକିସ୍ତାନ ଚମତ୍କାର ପ୍ରଦର୍ଶନ କରି ଫାଇନାଲ ରେ ପ୍ରବେଶ କରିବା ପରେ ଏ‌ବେ ସମସ୍ତଙ୍କ ନଜର ରହିଛି ଭାରତ ଉପରେ | ଭାରତ ଇଂଲଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କରୁଛି କି ନାହିଁ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ନିଜର ପ୍ରତିକ୍ରିୟା ରଖିଛନ୍ତି |

ଶୋଏବ ଅଖତର ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ଜାରି କରି ନିଜ ଦଳକୁ ଅଭିନନ୍ଦନ ଜଣାଇବା ସହ ଭାରତୀୟ ଦଳକୁ ଫାଇନାଲରେ ଭେଟିବାକୁ ଚ୍ୟାଲେଞ୍ଜ କରିଛନ୍ତି ବୋଲି କୁହାଯାଇଛି | ଆଉ ଯାହା ଏବେ ଚର୍ଚ୍ଚାର ବିଷୟ ବୋଲି କୁହାଯାଇଛି | ଦର୍ଶକ ବନ୍ଧୁ ଏହା ଥିଲା ଆଜିର ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment