ଦାନ୍ତର ମାଢ଼ି ରୋଗ (Gingivitis & Periodontal) କେମିତି କରିବେ ଦୂର ଜାଣନ୍ତୁ ? Dr Sreevidya

ଦାନ୍ତ ମୁଖ ମଣ୍ଡଳର ସୁନ୍ଦରତାକୁ ଦ୍ୱିଗୁଣିତ କରିଥାଏ।ମୁହଁର ସୌନ୍ଦର୍ଯ୍ୟ ପାଇଁ ଦାନ୍ତର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ତେବେ ଦାନ୍ତକୁ ଷ୍ଟ୍ରଙ୍ଗ ଓ ସୁସ୍ଥ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ସେ ହେଉଛି ମାଢି। ଯଦି ମାଢି ଆମର ଷ୍ଟ୍ରଙ୍ଗ ନଥିବ ତାହାଲେ ଦାନ୍ତ ଆମର କେବେ ବି ଷ୍ଟ୍ରଙ୍ଗ ହେବ ନାହିଁ। ତେବେ ଦାନ୍ତର ସଠିକ ଭାବେ ଯତ୍ନ ନ ନେଲେ ଦାନ୍ତ ମାଢି ଲାଲ ଦେଖାଯିବା ତଥା ଫୁଲିଯିବା, ଭୀଷଣ ବିନ୍ଧିବା ଓ ମାଢିରୁ ସହଜରେ ରକ୍ତ ବାହାରିବା ଇତ୍ୟାଦି ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଇଥାଏ ଯାହାକୁ ଆମେ ମାଢି ରୋଗ ବୋଲି କହିଥାଉ ତେବେ ଆସନ୍ତୁ ଜାଣିବା ଏହି ମାଢି ରୋଗ କଣ ଏବଂ ଏହାକୁ ରୋକିବେ କିପରି।

ମାଢି ରୋଗ କାନ ଓ କାହିଁକି ହୋଇଥାଏ:-

ମାଢି ରୋଗକୁ ଡାକ୍ତରୀ ଭାଷାରେ ପେରିଓଡୋଣ୍ଟାଇସ ବୋଲି କୁହା ଯାଇଥାଏ। ଏହା ଦ୍ବାରା ମାଢି ସଂକ୍ରମିତ ହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥାଏ। ଏହା ସହିତ ଫୁଲିଯିବା, ଭୀଷଣ ବିନ୍ଧିବା ଓ ମାଢିରୁ ସହଜରେ ରକ୍ତ ବାହାରିବା ଇତ୍ୟାଦି ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଇଥାଏ। ଯଦି ଆପଣଙ୍କ ପାଟିରୁ ଦୁର୍ଗନ୍ଧ ବାହାରୁଛି ତାହାଲେ ଜାଣିବେ ଯେ ଆପଣଙ୍କ ଠାରେ ମାଢି ରୋଗର ସମସ୍ୟା ରହିଛି।

ଯଦି ଆପଣ ଯଦି ପ୍ରପର୍ଲି ଓରାଲ ହାଇଯେନ୍ ମେଣ୍ଟେନ କରୁ ନାହାଁନ୍ତି ତେବେ ପଟିର ଯେଉଁ ଦାର୍ଟି ତାହା ମାଢିରେ ଜମା ହୋଇ ରହିଯାଏ। ଆଉ ସେଇଟା ଧିରେ ଧିରେ ସଲ୍ଟି ହୋଇ କାଲକୁଲସ୍ ବା ଟାଟାର ରୂପ ନେଇଯାଇଥାଏ। ଆଉ ଏହାପରେ ଆମର ଯେଉଁ ଗମ୍ ରହିଛି ତାହା ଏକ ପକେଟ୍ ଫରମେସନ୍ ନେଇଯାଇ ଥାଏ। ଏହା ପରେ ଆମର ମାଢି ରୋଗ ଷ୍ଟାର୍ଟ ହୋଇ ଯାଇଥାଏ।

ଏହା ଛଡା ଗର୍ଭବତୀ ମହିଳା ମାନଙ୍କ କ୍ଷେତ୍ରରେ ଏହି ରୋଗ ଅଧିକା ଦେଖା ଯାଇଥାଏ ସେମାନଙ୍କ ମାଢି ଫୁଲି ଲାଲ୍ ଦେଖା ଯାଇଥାଏ। ଡାଇବେଟିସ ରୋଗୀଙ୍କ କ୍ଷେତ୍ରରେ ମଧ୍ୟ ଏହି ରୋଗ ଦେଖା ଯାଇଥାଏ।ସେମାନଙ୍କ ସୁଗାର ଲେବୁଲ ଇନକ୍ରିଜ୍ ହେଲେ ଏହି ସମସ୍ୟା ଦେଖା ଯାଇଥାଏ। ଯେଉଁ ମାନଙ୍କର ଓଜନ ଖୁବ୍ ଅଧିକ ରହିଛି ସେମାନେ ମଧ୍ୟ ବହୁତ୍ ସତର୍କ ରହିବା ଆବଶ୍ୟକ। ଏହା ଛଡା ଏହାର ସବୁଠୁ ମୁଖ୍ୟ କାରଣ ହେଉଛି ତମାଖୁ ସେବନ। ତେବେ ତମାଖୁ ଆଦି ମଦ୍ୟପ ଦ୍ରବ୍ୟ ଠାରୁ ସର୍ବଦା ଦୂରେଇ ରୁହନ୍ତୁ।ମାଢି ରୋଗକୁ ରୋକିବେ କିପରି:-ଯଦି ଆପଣଙ୍କ ପାଖରେ ଏହି ସମସ୍ୟା ରହିଛି ତେବେ ଆପଣ ସର୍ବଦା ଉଷୁମ ପାଣିର ବ୍ୟବହାର କରନ୍ତୁ। ଏହା ସହିତ ହଳଦୀ ଏବଂ ଏଲୋବେରା ନେଇ ଆପଣ ଆପଣଙ୍କ ମାଢିକୁ ଭଲ ଭାବରେ ମାସଜ୍ କରନ୍ତୁ। ଦାନ୍ତକୁ ସଫା ରଖନ୍ତୁ। ଏହା ସହିତ ଡ଼ାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରାନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Comment