Odisha News Portal

ଦୈନିକ ରାଶିଫଳ : 09 ମେ 2021 ରବିବାର, ସୂର୍ଯ୍ୟଦେବ ଙ୍କ କୃପାରୁ ଆଜି ଏହି ରାଶି ବ୍ୟକ୍ତିଙ୍କୁ ମିଳିବ କିଛି ବଡ ଖୁସି ଖବର

2021 ମସିହା ମଇ ମାସ 9 ତାରିଖ ରବିବାର , ବୈଶାଖମାସ , କୃଷ୍ଣପକ୍ଷ , ତୃତୀୟାତିଥୀ ,ଅନୁରାଧା ନକ୍ଷତ୍ର , ବିଛା ରାଶିରେ ଚନ୍ଦ୍ର । ଏହି ଦିନରେ ପୋଟଳ ନଖାଇଲେ ଭଲ ଏବଂ ଶୁଭ ସମୟ – ସକାଳ 5ଟା 23 ମିନିଟରୁ 7ଟା 3 ମିନିଟ , ଦିବା 10ଟା 28 ମିନିଟରୁ 1ଟା 1ମିନିଟ , ରାତ୍ରୀ 2 ଟା 22 ମିନିଟରୁ 3ଟା 5 ମିନିଟ ।

1 ମେଷରାଶି 

ଆପଣଙ୍କୁ ଲୋକମାନଙ୍କର ସହଯୋଗ ବୃଦ୍ଦି ପାଇବ , ସୁଖସମୃଦ୍ଧି ପ୍ରତି ବାଧାବିଘ୍ନ ଘଟିବା ଯୋଗୁଁ ଉଦ୍ ବେଗ ଏବଂ ଅଶାନ୍ତି ସୃଷ୍ଟି ହେବ । ବିଦ୍ୟା କ୍ଷେତ୍ରେର ମନଯୋଗ ଦେଇ ସଫଳ ହେବେ ଏବଂ ରାଜନୈତ୍କ କ୍ଷେତ୍ରେର ନିଜ ଗୋଡରେ ନିଜେ ଠିଆ ହେବାକୁ ସାହାସ ବାନ୍ଧିବେ । ପ୍ରତିକାର – ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

2 ବୃଷରାଶି 

କୋର୍ଟ କଚେରୀ ମାମଲା , ମାଲିମକର୍ଦ୍ଦମା ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ । ଜମି , ଜାଗା , ବାସଗୃହ ଓ ଯାନବାହାନ କିଣିବାର ସୁବିଧା ପାଇବେ , ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁ ରୂପେ ହେବ । ପ୍ରତିକାର – ବାପାମାଆ , ଗୁରୁଙ୍କୁ ପ୍ରଣାମ କରନ୍ତୁ ।

3 ମିଥୁନରାଶି 

କର୍ମ କ୍ଷେତ୍ରରେ ଉଦ୍ୟମ ଚେଷ୍ଟା ଦ୍ୱାରା ସାଫଲ୍ୟ ହେବେ ଏବଂ ପ୍ରତିଯୋଗୀତା ପରିକ୍ଷାରେ ଉତ୍ତିର୍ଣ୍ଣ ହେବେ। ବରିଷ୍ଠ ବ୍ୟକ୍ତି ଏବଂ ଗୁରୁଜନଙ୍କ ଠାରୁ ପ୍ରଶଂସା ପାଇବେ , ପାରିବାରିକ ଜୀବନରେ ସୁଖଶାନ୍ତି ଲାଭହେବ । ପ୍ରତିକାର – ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

4 କର୍କଟରାଶି 

ଆନୁଷ୍ଠାନିକ କାମରେ ଠିକ୍ ପରାମର୍ଶ ଦେଇ ସମ୍ମାନ ଓ ପ୍ରଶଂସା ମିଳିବ , ପରିବାରରେ କଳହ ମେଣ୍ଟିଯିବ । ବ୍ୟବସାୟରେ ଆଶାତୀତ ଲାଭକରି ଖୁସୀ ହେବେ , ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ପ୍ରତିକାର – ଅସହାୟଙ୍କୁ ସାହାର୍ଯ୍ୟ କରନ୍ତୁ ।

5 ସିଂହରାଶି 

ଆୟ ଉପାର୍ଜନରେ ବାଧା ନାହିଁ ,ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ ଏବଂ ବୁଦ୍ଧିଜିବୀ ମାନଙ୍କ ସାନିଧ୍ୟରେ ଆସିବେ । ପାରିବାରିକ ପରିସ୍ଥିତି ଠିକ୍ ରହିବ , ବ୍ୟବସାୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା ଦୂରେଇ ଯିବ । ପ୍ରତିକାର – ଚାଉଳ କୁଆ ପାରାଙ୍କୁ ଖାଇବାକୁ ଦିଅନ୍ତୁ ।

6 କନ୍ୟାରାଶି 

ଉଚ୍ଚଅଧିକାରୀ ଓ ବରିଷ୍ଠ ବ୍ୟକ୍ତି ସହ ସୁସମ୍ପର୍କ ଫଳରେ କର୍ମୋନ୍ନତି ହେବ , ପ୍ରତୀଯୋଗିତା ପରିକ୍ଷାରେ ଉତ୍ତିର୍ଣ୍ଣ ହେବେ । ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ , ଦୂରସ୍ଥାନକୁ ଯାତ୍ରା କରିବେ । ପ୍ରତିକାର – ବାପାମାଆ ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ ।

7 ତୁଳାରାଶି

ରାଜନୈତ୍କ କ୍ଷେତ୍ରରେ ଧୈର୍ଯ୍ୟ ଏବଂ ସହନଶୀଳତା ଯୋଗେ ଯଶ ମିଳିବ , କର୍ମନିଷ୍ଠା ମଧ୍ୟରେ ନିଜକୁ ସୀମିତ ରଖିବା ହିତକରହେବ । ବନ୍ଧୁବାନ୍ଧବ ମାନଙ୍କ ସହ ସାବଧାନତା ପୂର୍ବକ ନଚଳିଲେ ବିପଦରେ ପଡିବ । ପ୍ରତିକାର – କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

8 ବିଛାରାଶି

ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାର୍ଯ୍ୟ ସହଯୋଗ କରିବେ , ପାରିବାରିକ ସ୍ତର ହସଖୁସୀରେ କଟିବ । ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକରି ହେବ , ସାମାଜିକ ପ୍ରତିଷ୍ଠା ଓ ପ୍ରତିପତ୍ତି ବୃଦ୍ଧି ପାଇବ । ପ୍ରତିକାର – ଦହି ମିଠା ଖାଇ ଘରୁ ବାହାରନ୍ତୁ ।

9 ଧନୁରାଶି 

ପାରିବାରିକ ଜୀବନ ସମସ୍ତଙ୍କ ମେଳରେ ରହି ସୁଖ ସନ୍ତୋଷରେ କଟିବ , ସାମାଜିକ ସ୍ଥିତି ଓ ମାନସମ୍ମାନ ବଜାୟ ରହିବ । କର୍ମ କ୍ଷେତ୍ରରେ ନିଜର ପ୍ରତିଷ୍ଠା ସୁନାମ ବଢିବ । ପ୍ରତିକାର – ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

10 ମକରରାଶି 

ରାଜନୈତିକ କ୍ଷେତ୍ରରେ ଜଟିଳ ପରିସ୍ଥିତି ଦୂରେଇ ଯିବ , କୌଣସି ଶୁଭ ସମାଚାର ମଧ୍ୟ ଶୁଣିବାକୁ ମିଳିବ । ଭୋଗବିଳାସ ଓ ଆନନ୍ଦରେ ସମୟ କାଟିବେ ଏବଂ ସନ୍ତାନର ସୁଖବର ଶୁଣି ଖୁସୀ ହେବେ । ପ୍ରତିକାର – କଳାରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।

11 କୁମ୍ଭରାଶି

କୌଣସି ଗୁରୁତ୍ୱପୂର୍ଣ୍ଣ କର୍ମ ନେଇ ଆର୍ଥିକ ଅନଟନ ଦେଖାଦେଇପାରେ , ପିଲାମାନଙ୍କ ପ୍ରତି ସତର୍କ ରହି ଆନନ୍ଦିତ ହେବେ । ଗୃହୋପକରଣ କ୍ରୟ କରିବେ , ରାଜନୀତିରେ ସଫଳତା ମିଳିବ । ପ୍ରତିକାର – କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

12 ମୀନରାଶି

ରାଜନୈତ୍କ କ୍ଷେତ୍ରରେ ସ୍ଥିରତା ଦେଖାଦେବ , ଆନନ୍ଦ ଉଲ୍ଲାସରେ ଦିନଟି ବିତାଇବେ । ବିଦ୍ୟାର୍ଥୀ ମାନେ ଆପ୍ରାଣ ଚେଷ୍ଟା କରି ପ୍ରତିଦ୍ୱନ୍ଦିତାରେ ସଫଳ ହେବେ ଏବଂ ଗୁରୁଜନଙ୍କ ସହାନୁଭୁତି ଉପଲବ୍ଧ ହେବ । ପ୍ରତିକାର – ବାପାମାଆ ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ ।