ଡାଇବେଟିସ ରୋଗରୁ ସମ୍ପୂର୍ଣ ମୁକ୍ତି ପାଇବା ପାଇଁ କରନ୍ତୁ ଏହି ଛୋଟିଆ ଉପାୟ…

ବନ୍ଧୁଗଣ ଆଜିକାଲି ଆମେ ଆମର ଅନିୟମିତ ଜୀବନଶୈଳୀ ଏବଂ ଖାଦ୍ୟ ପେୟରେ ସନ୍ତୁଳନ ରଖି ନପାରିବା କାରଣରୁ ଅନେକ ରୋଗର ଆକ୍ରାନ୍ତ ହେବାକୁ ପଡୁଛି। ତେବେ ଅନେକ ମାରାତ୍ମକ ରୋଗ ମଧ୍ୟ ଏଭଳି ଲାଇଫ ଷ୍ଟାଇଲ ପାଇଁ ଆମକୁ ଆକ୍ରାନ୍ତ କରୁଛି। ତେବେ ସେଥି ମଧ୍ୟରୁ ମଧୁମେହ ରୋଗ ଅନ୍ୟତମ ଅଟେ। ମଧୁମେହ ରୋଗରେ ଆକ୍ରାନ୍ତ ରୋଗୀଙ୍କ ପାଇଁ ଏହା ଖୁବ ଜରୁରୀ ହୋଇଥାଏ ଯେ ସେମାନେ ନିଜ ଲାଇଫ ଷ୍ଟାଇଲ ପ୍ରତି ବିଶେଷ ଧ୍ୟାନ ଦେବେ। ଏହାଛଡା ଖାଦ୍ୟ ପାନୀୟ ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ସେମାନଙ୍କୁ ପରାମର୍ଶ ମଧ୍ୟ ଦିଆଯାଏ।ବିଶେଷ କରି ଯେପରି ସେମାନଙ୍କ ବ୍ଲଡ ସୁୁଗାର ମାତ୍ରା କଣ୍ଟ୍ରୋଲରେ ରହିବ।

ତେବେ ଏକ୍ସପର୍ଟଙ୍କ ମୁତାବିକ ଖାଇବା ପିଇବା ରେ ଉଚିତ୍ ପଦକ୍ଷେପ ଯୋଗୁଁ ଏଭଳି ସମସ୍ୟା ରୁ ଅନେକାଂଶରେ ମୁକ୍ତି ମିଳି ପାରିବ। ବିଶେଷଜ୍ଞ ଙ୍କ କହିବା ଅନୁସାରେ ତୁଳସୀ ସହ ଅନ୍ୟାନ୍ୟ ଔଷଧିୟ ଗଛର ପତ୍ର ଖାଇବା ଦ୍ୱାରା ଏହାକୁ କଣ୍ଟୋଲ କରିହେବ। ତେବେ ଆଜି ଆମେ କହିବୁ ସେସବୁ ସମ୍ପର୍କରେ ଯାହା ଆପଣଙ୍କୁ ମଧୁମେହ ରୋଗ ବିରୋଧରେ ଲଢେଇ କରିବା ଏବଂ ଏହାକୁ ନିୟନ୍ତ୍ରଣ ରେ ରଖିବାରେ ସାହାଯ୍ୟ କରିଥାଏ। ଏହାଛଡା ଭବିଷ୍ୟତ ରେ କିପରି ଡାଇବେଟିସ ଆପଣଙ୍କୁ ହେବ ନାହିଁ ସେ ବିଷୟରେ ମଧ୍ୟ ଆପଣ ଆଜି ଏହି ଲେଖାରେ ଜାଣି ପାରିବେ।

ଆପଣ ଅନେକ ପ୍ରକାର ମେଡ଼ିସିନ୍ ସେବନ କରିବା କଥା ଶୁଣିଥିବେ ମଧୁମେହ ରୋଗକୁ ନିୟନ୍ତ୍ରଣ ରେ ରଖିବା ପାଇଁ। କିନ୍ତୁ ମେଡ଼ିସିନ୍ ରୋଗ ଭଲ କରୁ ନକରୁ ତାର କିଛି ନା କିଛି ପାର୍ଶ୍ଵ ପ୍ରତିକ୍ରିୟା ରହିଥାଏ।

ଲକ୍ଷଣ- ବାରମ୍ଵାର ପରିସ୍ରା ହେବା। ହାଲିଆ ଏବଂ ଦୁର୍ବଳ ଲାଗିବା। କିଛି କ୍ଷେତ୍ରରେ ଓଜନ ବୃଦ୍ଧି ହେବା ସହ ୭୦ ପ୍ରତିଶତ କ୍ଷେତ୍ରରେ ଓଜନ ହ୍ରାସ ହେବା। କିଛି କ୍ଷେତ୍ରରେ ମୁଣ୍ତ ବୁଲାଇବା, ବାଳ ଝଡ଼ିବା, ଖାଇବାକୁ ଇଚ୍ଛା ନହେବା ଆଦି ଲକ୍ଷଣ ଦେଖା ଦେଇଥାଏ।

ଚିକିତ୍ସା- ମେଥି ୧୦୦ ଗ୍ରାମ, ତେଜପତ୍ର ୧୦୦ ଗ୍ରାମ, ଜାମୁକୋଳି ମଞ୍ଜି ୧୫୦ ଗ୍ରାମ ଏବଂ ଶୁଖିଲା ବେଲପତ୍ର ୨୫୦ ଗ୍ରାମ ନେଇ ଗୁଣ୍ଡ କରି ଦିଅନ୍ତୁ। ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ୧ ଚାମଚ ଲେଖାଏଁ ପାଣି ସହିତ ସେବନ କରନ୍ତୁ। ଏହାକୁ ଆପଣ ଖାଲି ପେଟରେ ସେବନ କରିବେ ଏବଂ ଏହି ଗୁଣ୍ଡକୁ ଖାଇବାର ୧ ଘଣ୍ଟାପରେ ଆପଣ ଖାଦ୍ୟ ଖାଇବେ। ତେବେ ମାତ୍ର ୯୦ ଦିନ ଭିତରେ ଆପଣ ଏହାର ଉପକାରୀ ପ୍ରଭାବ ବିଷୟରେ ଜାଣି ପାରିବେ।

ଏହାସହିତ ଆପଣ କିଛି ପ୍ରାଣାୟମ କରି ପାରିବେ। ଯେମିତିକି ଭସ୍ତ୍ରିକା ୫ ମିନିଟ୍, ଅନୁଲମ୍ ବିଲୋମ ୩୦ ମିନିଟ୍, ଏବଂ କପାଳ ଭାଟି ୨୫ ମିନିଟ୍। ଏସବୁ କରିବା ଦ୍ଵାରା ଆପଣ ମଧୁମେହ କୁ ନିୟନ୍ତ୍ରଣ କରିପାରିବା ସହିତ ଏହାଠାରୁ ଦୂରେଇ ରହି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment