Odisha News Portal

ଡାଏବେଟିସ୍‌ ( Diabetes ) ରୋଗୀ କ’ଣ ଖାଇବେ ? | Dr. Vaseem Choudhary

ହଁ ଦର୍ଶକ ବନ୍ଧୁ ସାଧାରଣତଃ ଦେଖିଥିବୁ କି ଯାହା ଘରେ ଡାଇବେଟିସରେ ପୀଡିତା ରୋଗୀ ରହିଥିବେ, ତାଙ୍କର ମେଡ଼ିସିନ ସବୁ ଦିନ ପାଇଁ ଲାଗିରହିଥିବ , ଆହୁରି ମଧ୍ୟ ତାଙ୍କୁ ଯଦି କିଛି ବି ରୋଗ ହୋଇଥିବ ତାହେଲେ ତାହା ସହଜରେ ମଧ୍ୟ ଭଲ ହୋଇନଥାଏ | କେତେକ ଲୋକ ଏପରି ଅଛନ୍ତି କି ଡାଇବେଟିସ କୁ ନମ୍ବର ମାନି ବିଭିନ୍ନ ପ୍ରକାରର ଖାଦ୍ୟ ଖାଇଥାନ୍ତି,ତେବେ ଆଜି ମୁଁ ଆପଣମାନଙ୍କୁ ଜଣଉଛି କେଉଁ କେଉଁ ଖାଦ୍ୟ ଖାଇବା ଡାଇବେଟିସ ରୋଗୀ ପାଇଁ ଆବଶ୍ୟକ ଆଉ କେଉଁ ପ୍ରକାର ଖାଦ୍ୟ ଡାଇବେଟିସ ରୋଗୀ ପାଇଁ ଠିକ ନୁହଁ|

ଆପଣ ମାନେ ତ ଡାଇବେଟିସ ରୋଗ ବିଷୟରେ ସମସ୍ତେ ଜାଣିଥିବେ ତେବେ ସାଧାରଣତଃ ଆମେ ଜାଣିଛୁ ଘରେ ଘରେ ଜଣେ ଡାଇବେଟିସ ରୋଗୀ ନିହାତି ଥିବେ, ଆଉ ସେହି ଡାଇବେଟିସ ଯୋଗୁ ଲୋକମାନେ ବିଭିନ୍ନ ରୋଗରେ ମଧ୍ୟ ପଡୁଥିବେ, ଆଉ ଏହି ରୋଗ ହେଲେ ରୋଗୀର ଶରୀରରେ ରୋଗ ପ୍ରତି ରୋଧର କ୍ଷମତା କମିଯାଇଥାଏ, ଯାହା ଯୋଗୁ ଆମ ଶରୀରରେ ସବୁ ପ୍ରକାର ରୋଗ ମାଡ଼ିବସିଥାଏ, ତାହେଲେ ଆଜି କେଉଁ ସବୁ ଖାଇବା ଓ କଣ କରିବା ଯୋଗୁଁ ଡାଇବେଟିସ ରୋଗ ଆମର କଂଟ୍ରୋଲରେ ରହିବ ଆସନ୍ତୁ ଜାଣିବା |

କଣ କରିବା ଉଚିତ :-

ଡାଇବେଟିସ ହେଇଥିବା ରୋଗୀ ମାନେ ଖାଦ୍ୟ ପ୍ରତି ବିଶେଷ ଭାବରେ ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ , ଡାଇବେଟିସ ରୋଗୀ ମାନେ ବେସନ , ମୋଇଦା, ଵା ତେଲିଆ ଜାତୀୟ ଖାଦ୍ୟ ଆଦୁ ବି ଖାଆନ୍ତୁ ନାହିଁ, ଯଦି ପାରିଛନ୍ତି ତ ଡାଲି ଓ ମାଣ୍ଡିଆ ଜାତୀୟ ଖାଦ୍ୟ ଖାଆନ୍ତି, ଅନେକ ଡାଇବେଟିସ ରୋଗୀ ଅଛନ୍ତି ଯୋଉ ମାନେ କି ରୁଟି ଖାଇବା ସହିତ ଭାତ ମଧ୍ୟ ଅଳ୍ପ ଖାଇଥାନ୍ତି ସେପରି କରନ୍ତୁ ନାହିଁ, ଆଉ ଅନେକ ସମୟରେ ରୋଗୀ ମାନେ କୁହନ୍ତି କି ଆମ୍ବ ଖାଇବେ କି ନାହିଁ ତେବେ ମାନେ ରଖନ୍ତୁ କି ଯୋଉ ମାନେ ଡାଇବେଟିସ କୁ ମାସକୁ ମାସ ଚେକ କରି ଡାକ୍ତର ଙ୍କ ପରାମର୍ଶ ନେଇଥିବେ ସେମାନେ ଅଳ୍ପ ଆମ୍ବ ଖାଇପାରିବେ | ଏହି ବ୍ୟକ୍ତି ମାନେ ଭାତ ନମ୍ବର ଖାଇ ରୁଟି ଖାଇବେ ଓ ସକାଳେ ଇଟିଲି ମୁଗ ଵା ବୁଟ ସିଝା ଓ ସନ୍ଧ୍ୟା ରେ ଅଣ୍ଡା ଖାଇପାରିବେ , ଏହି ବ୍ୟକ୍ତି ମାନେ ସେଓ କମଳା, ନାସପାତି ଓ ଅମୃତ ଭଣ୍ଡ ଅଳ୍ପ ପରିମାଣରେ ଖାଇପାରବେ |

ଡାଇବେଟିସ ରୋଗୀ ମାନେ ଇନ୍ସୁଲିନ ନେଉଥିଲେ ବେଶୀ ଖାଦ୍ୟ ଏକା ବେଳେ ନ ଖାଇ ଅଳ୍ପ ଅଳ୍ପ ଖାଦ୍ୟ ବହୁତ ଥର ଖାଇପାରିବେ , ଏହି ବ୍ୟକ୍ତି ମାନେ ବାହାରର ଖାଦ୍ୟକୁ ସମ୍ପୂର୍ଣ୍ଣ ଏଭଏଡ଼ କରିବେ,ତାହା ବ୍ୟତୀତ ଆପଣ ଲୁଣ କୁ ଏଭଏଡ଼ କରନ୍ତୁ ଓ ନିଶା ଜାତୀୟ ଦ୍ରବ୍ୟ ଖାଆନ୍ତୁ ନାହିଁ ମଦ ଓ ଦ୍ରୁମ୍ର ପାନଠୁ ନିଜକୁ ଦୁରେଇ ରଖନ୍ତୁ ତାହା ସହିତ , ଖାଇବା ଓ ଶୋଇବା ମଧ୍ୟ ଠିକ ରଖନ୍ତୁ , ନିୟମିତ ବେୟାମ କରନ୍ତୁ ଯାହା ଯୋଗୁଁ ଆପଣଙ୍କ ର ଶରୀର ଠିକ ରହିବ |

ଏହି ପରି ଉପାୟକୁ ମାନି ଚଳିଲେ ଆପଣଙ୍କର ଡାଇବେଟିସ କଂଟ୍ରୋଲ ରେ ରହିବ ଓ ଆପଣ ମଧ୍ୟ ସୁସ୍ଥ ରହିବେ | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।