Odisha News Portal

Special Tips – ଡାଏବେଟିସ୍ (ମଧୁମେହ) କାହିଁକି ହୁଏ ? ଆଜି ହିଁ କରନ୍ତୁ ଏହାର ନିରାକରଣ ୧୦୦% ଗ୍ୟାରେଣ୍ଟି

ଡାଇବେଟିସ ବା ମଧୁମେହ ଆମ୍ଭ ମାନଙ୍କର ଅନେକଙ୍କର ଚିର ସାଥୀ ହୋଇ ଗଲାଣି। ପ୍ରାୟତଃ ୧୦୦ ଜଣଙ୍କ ଭିତରେ ୨୦ ରୁ ୨୫ ଜଣ ମଧୁମେହ ରୋଗରେ ଆକ୍ରାନ୍ତ। ଯେଉଁ ପରିବାରକୁ ଥରେ ଡାଇବେଟିସ ଆସେ ତାହା ସହଜରେ ଛାଡ଼ି ଯାଏନି।ଏହା ସେହି ପରିବାରରେ ଚିରନ୍ତନ ବନ୍ଧୁ ଭାବରେ ରହିଯାଏ। ବାସ୍ତବରେ ଏହି ଡାଇବେଟିସ ସମସ୍ୟା ଦିନକୁ ଦିନ ସାଧାରଣ ହୋଇ ଗଲାଣି। ଏହା ଏବେ ଛୋଟ ପିଲାଙ୍କ ମଧ୍ୟରେ ବି ଦେଖିବାକୁ ମିଳୁଛି। ଏହା ହେବାର ମୁଖ୍ୟ କାରଣ ହେଉଛି ସୁଗାରର ସ୍ତର ବଢ଼ିବା। ତେବେ ଯଦି ଏହାକୁ କଣ୍ଟ୍ରୋଲରେ ନ ରଖାଯାଏ ତାହେଲେ ଆଖି, କିଡନୀ ଏବଂ ହୃଦ ସମ୍ବନ୍ଧୀୟ ରୋଗର ମଧ୍ୟ ଭୟ ରହିଥାଏ।ତେବେ ଆସନ୍ତୁ ଜାଣିବା ଡାଇବେଟିସ ସମ୍ବନ୍ଧିତ କିଛି ଦରକାରୀ ତଥ୍ୟ।

ମୁଖ୍ୟ କାରଣ- ଏହାର ମୁଖ୍ୟ କାରଣ ହେଉଛି ବଂଶଗତ କାରଣ। ଅଜା, ଆଈ, ବାପା, ମାଆ ଙ୍କ ପାଖରେ ଥିଲେ ଏହା ତାଙ୍କ ସନ୍ତାନ ସନ୍ତତି ପାଖକୁ ଆସିଥାଏ। ଦ୍ଵିତୀୟରେ ଅଟୋ ଇମ୍ୟୁନୋ ଡିଜ୍ଅର୍ଡର୍ କାରଣରୁ ମଧ୍ୟ ହୋଇଥାଏ।ଆଉ ତୃତୀୟରେ ଗର୍ଭସ୍ଥ ଶିଶୁ କୁ ହର୍ମନାଲ୍ ଇମବାଲାନ୍ସ କାରଣରୁ ହୋଇଥାଏ। ଇଁସୁଲିନ ରିଲେଟିଭ୍ ଡେଫିଶିଏନଶି କାରଣରୁ ଏହା ହୋଇଥାଏ।ସୁଗାରର ସ୍ତର ବଢ଼ିବା କାରଣରୁ ଏହା ହୋଇଥାଏ।ଅଳସୁଆମି ହେଲେ ଡାଇବେଟିସ ସମସ୍ୟା ଅଧିକ ଥାଏ।

ଲକ୍ଷଣ- ଦୁର୍ବଳ ଅନୁଭଵ ହେବା। ଆପଣ ଝଡି ଯିବେ। ଅଧିକ ଭୋକ ଲାଗିବା। ବାରମ୍ବାର ପରିସ୍ରା ଲାଗିବା। ବହୁତ୍ ଶୋଷ ଲାଗିବା। ଦେହରେ କେଉଁଠି ଖଣ୍ଡିଆ ହୋଇଥିଲେ ଶୁଖିବାକୁ ବିଳମ୍ବ ହେବ। ପରିସ୍ରା ଦ୍ଵାର କୁଣ୍ଡେଇ ହେବ। ବେଳେବେଳେ ପୁରୁଷ ମାନଙ୍କର ଏହା ଫାଟି ଯାଇ ଥାଏ। ଅର୍ଶ ଥିବା ଲୋକ ମାନଙ୍କର ଏହା ବଢ଼ି ଯାଇଥାଏ। ଯେ କୌଣସି ଜାଗାରେ ପ୍ରଦାହ ହେଲେ ତାହା ଶୁଖିବାରେ ବିଳମ୍ବ ହେବ। ଆଖି ଜାଲ ଜାଲ ଦେଖାଯିବ। ସ୍ନାୟବିକ ଦୁର୍ବଳତା ଦେଖାଦେବ। ପାଦ ଝିମ ଝିମ୍ ଲାଗିବ। ଚାଲିଲେ ପାଦ ବଧିରା ଲାଗିବ।

ପରୀକ୍ଷା- ରକ୍ତ ପରୀକ୍ଷା କରି ରକ୍ତରେ ସୁଗାରର ମାତ୍ରାରୁ ଆପଣ ଏ ବିଷୟରେ ଜାଣି ପାରିବେ ଯେ ଆପଣଙ୍କୁ ଡାଇବେଟିସ ଅଛି କି ନାହିଁ।

ଚିକିତ୍ସା- ଭୟଭୀତ ହୁଅନ୍ତୁ ନାହିଁ। ଖାଦ୍ୟ ଖାଇବାରେ ସଂଯମତା ରକ୍ଷା କରନ୍ତୁ। କେଉଁ ଖାଦ୍ୟ କେତେ ପରିମାଣରେ ଖାଇବେ ତାହା ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଏହାସହ ଡାକ୍ତରଙ୍କ ପରାମର୍ଶ ସହ ବଟିକା ସେବନ କରିବା। ଶର୍କରା ର ପରିମାଣ ଅଧିକ ହୋଇଗଲେ ଆପଣଙ୍କୁ ବଟିକା ନନେଇ ଇନସୁଲିନ କୁ ନେବାକୁ ପଡିବ। କାରଣ ଇନସୁଲିନ ଅଭାବରୁ ହିଁ ଏହା ହୋଇଥାଏ। ତେଣୁ ଏହା ଡାଇବେଟିସ ର ଭଲ ଚିକିତ୍ସା ଅଟେ। ପ୍ରତିଦିନ ୩-୪ କିମି ଚାଲନ୍ତୁ। ନିଜକୁ ସକ୍ରିୟ ରଖନ୍ତୁ। ଅଳସୁଆ ହୁଅନ୍ତୁ ନାହିଁ। ଜଙ୍କ ଫୁଡ୍ ଠାରୁ ଦୂରେଇ ରୁହନ୍ତୁ। ମାନସିକ ଅବସାଦ ଭିତରେ ରୁହନ୍ତୁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।