ବନ୍ଧୁଗଣ ବର୍ତମାନ ପ୍ରାୟ ଅଧିକାଂଶ ଲୋକଙ୍କ ଠାରେ ଡାଇବେଟିସ ଭଳି ମାରାତ୍ମକ ରୋଗ ଦେଖା ଗଲାଣି |ଏହି ରୋଗ କେବେ ସମ୍ପୂର୍ଣ ଭଲ ହୋଇନଥାଏ |ଏହି ରୋଗକୁ ଆମେ କମାଇ ରଖିଥାଉ, ଆମର ଜୀବନ ଶୈଳୀ ଓ ଖାଦ୍ୟପେୟ କାରଣରୁ ଡାଇବେଟିସ ପରି ସମସ୍ୟକୁ ଆମେ କମାଇ ପରିବା |ଶରୀର ଓଜନ 🥳ବଢିବା ଓ ସର୍ବଦା ନନଭେଜ ଖାଇବା ଦ୍ଵାରା ଆମର ଡାଇବେଟିସ ବଢି ଯାଇଥାଏ |ମୁଁ ଆଜି ଆପଣକୁ ଡାଇବେଟିସ ରୋଗ ଥିଲେ ଆପଣ କଣ ଖାଇବା ଆବଶ୍ୟକ ଓ କେତେ ପରିମାଣରେ ଖାଇବା ଉଚିତ ସେ ବିଷୟରେ ଜଣେଇବି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଡାଇବେଟିସ ଥିଲେ କଣଖାଇବା ସେବିଷୟରେ ସମ୍ପୂର୍ଣ କଥାଜାଣିବା |
ଡାଇବେଟିସ ରୋଗର ଖାଦ୍ୟ ପ୍ରଣାଳୀ :-
ସାଧରତଃ ଦେଖିବାକୁ ଗଲେ ଆପଣ ଆପଣଙ୍କ ପରିଶ୍ରମ ଅନୁସାରେ ଖାଦ୍ୟ ଖାଆନ୍ତୁ,ଆପଣ ଯଦି କମପରିଶ୍ରମ କରୁଛନ୍ତି ତେବେ ଆପଣ 1200କ୍ୟାଲୋରୀ ଖାଦ୍ୟ ଖାଇପାରିବେ ଯଦି ଆପଣ ସବୁଠାରୁ ଅଧିକ ପରିଶ୍ରମ କରୁଛନ୍ତି ତେବେ ଆପଣ 2400କ୍ୟାଲୋରୀ ଖାଦ୍ୟ ଖାଇବା ଉଚିତ |ଆପଣ ନିଜ କାମର ପରିଶ୍ରମ ଠାରୁ ଅଧିକ କ୍ୟାଲୋରୀ ଖାଦ୍ୟ ଖାଇଲେ ଆପଣଙ୍କ ଡାଇବେଟିସ ବଢିଯାଇ ପରେ ତେଣୁ ଆପଣ ଆବଶ୍ୟକ ଅନୁଯାଇ ଖାଦ୍ୟ ଖାଆନ୍ତୁ |ଯଉଁ ବ୍ୟକ୍ତିମାନେ ଇନସୁଲିନ ନେଉଛନ୍ତି ସେମାନଙ୍କ ଖାଦ୍ୟର ରୁଟିନ ଅଲଗା ହୋଇଥାଏ, ସେମାନେଙ୍କ ଇନସୁଲିନକୁ ନେଇ ସେମାନେ କେତେ ପରିମାଣରେ ଖାଦ୍ୟ କେତେବେଳେ ଖାଇବେ ସେ ବିଷୟରେ ଜାଣିବା ଉଚିତ |ସେମାନେ ଯଦି ଠିକ ସମୟରେ ଖାଦ୍ୟ ନଖାଆନ୍ତି ତେବେ ସେମାନଂକୁ ହାୟପୋଗ୍ଳାସମୀୟା ହେବ |
ଯେଉଁ ଖାଦ୍ୟରେ ଅଧିକ କ୍ୟାଲୋରୀ ରହିଛି ସେ ଖାଦ୍ୟ ଆପଣ କମ ପରିମାଣରେ ଖାଇବା ସହିତ କମ କ୍ୟାଲୋରୀ ଥିବା ଖାଦ୍ୟ ଆପଣ ଅଧିକ ପରିମାଣରେ ଖାଆନ୍ତୁ |ଶାଗ, କଞ୍ଚା କଦଳୀ, କଞ୍ଚା ଲଙ୍କା, ବାଇଗଣ, ଜହ୍ନି, ଭେଣ୍ଡି,କଙ୍କଡ ଇତ୍ୟାଦି ଆପଣ ଅଧିକ ପରିମାଣରେ ଖାଇଲେ ଆପଣଙ୍କ ଡାଇବେଟିସ ଅଧିକ ହୋଇନଥଏ ତେଣୁ ଆପଣ ସମସ୍ତ ଖାଦ୍ୟର କ୍ୟାଲୋରୀ ଜାଣି ତାହାକୁ ଖାଆନ୍ତୁ |ବର୍ତମାନ ସମସ୍ତ ବ୍ୟକ୍ତି ଖାଦ୍ୟରେ ଗ୍ଲାଇସେମିକ ଇଣ୍ଡେକ୍ସ, ଗ୍ଲାସେମିକ ଲୋଡ଼ ଓ କ୍ୟାଲୋରୀ ବିଷୟରେ ଅବଗତ ରହିବା ଉଚିତ ଏବଂ ଆପଣ ଡାଇବେଟିସ ରେସିପି ଅନୁଯାଇ ଖାଦ୍ୟ ଖାଇବା ଉଚିତ |
ଡାଇବେଟିସ ରୋଗର ଚିକିତ୍ସା :-
ଯଦି ଆପଣ ଡାଇବେଟିସ ରୋଗରେ ପୀଡିତ ଅଛନ୍ତି ତେବେ ଆପଣ ସଙ୍ଗେସଙ୍ଗେ ଡାକ୍ତରଙ୍କ ପରାମର୍ଶନେବା ଉଚିତ ଏବଂ ତାଙ୍କ କହିବା ଅନୁଯାଇ ଆପଣ ଡାଇବେଟିସ ପରୀକ୍ଷାକରି ମେଡ଼ିସିନ କିମ୍ବା ଇନସୁଲିନ ଆପଣ ନେଇପାରିବେ |ଆପଣ ଡାକ୍ତର ପାଖରୁ ଡାଏଟଚାର୍ଟ ମଧ୍ୟ୍ୟ ଆଣିପାରିବେ |ଏହାସହିତ ଆପଣ ନିଜର ଖାଦ୍ୟର ପରିବର୍ତନ କରିବା ସହିତ ନିଜ ଜୀବନଶୈଳୀରେ ମଧ୍ୟ ପରିବର୍ତନ କରିବା ଉଚିତ |ଆପଣ ଅଧିକ ପରିଶ୍ରମ କରିବା ପାଇଁ ଚେଷ୍ଟା କରନ୍ତୁ, ସକାଳ ଉଠି ଦୌଡିବା କିମ୍ବା ବ୍ୟାୟାମ କରିବା ଉଚିତ |ଆପଣଙ୍କର ଯଦି ଡାଇବେଟିସ ରହିଛି ତେବେ ଆପଣ ମାସକୁ ଥରେ ଶର୍କରା ଟେଷ୍ଟ କରିବା ସହିତ ଛଅ ମାସରେ ଥରେ ଆପଣ ନିଜ ଶରୀରର ଅରଗାନ ଗୁଡିକୁ ଡାକ୍ତରଙ୍କ ଠାରୁ ପରୀକ୍ଷା କରିନେବା ଉଚିତ |ଆପଣ ସର୍ବଦା ଖୁସି ରହିବା ପାଇଁ ଚେଷ୍ଟାକରନ୍ତୁ, କେବେବି ଷ୍ଟ୍ରେସ୍ର ନିଅନ୍ତୁ ନାହିଁ |ଏହିପରି କରିବା ଦ୍ଵାରା ଆପଣଙ୍କ ଡାଇବେଟିସ କମିଯିବା ସହିତ କେବେ ମାରାତ୍ମକ ହୋଇନଥଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।