Odisha News Portal

ପୁଣି ଚର୍ଚ୍ଚାକୁ ଆସିଲେ ଅଭିନେତ୍ରୀ ଏଲିନା ସାମନ୍ତରାୟ, ଡ଼ାଇରେକ୍ଟର ଙ୍କ ସହ ମିଶି କଲେ ” ପାପ ” । ଦେଖିଲା ପରେ ଆପଣ ଙ୍କ ମନରେ କିଛି ନା କିଛି ପ୍ରଶ୍ନ ଉଙ୍କି ମାରିବ…..

ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ସବୁଠାରୁ ଲୋକପ୍ରିୟ ତଥା ଚୁଲବୁଲି ଅଭିନେତ୍ରୀ ଏଲିନା ସାମନ୍ତରାୟ ଙ୍କୁ କିଏ ବା ନଜାଣେ । ତେବେ ଏଲିନା ବିଗତ କିଛି ବର୍ଷ ଧରି ଓଡ଼ିଆ ସିନେମା ଜଗତରେ ରାଜ କରି ଆସୁଛନ୍ତି । ଏହି କିଛି ବର୍ଷ ମଧ୍ୟରେ ସେ ଅନେକ ସୁପରହିଟ ଫିଲ୍ମ ମାନ ଲୋକ ମାନଙ୍କୁ ଭେଟି ଦେଇଛନ୍ତି । ଆଉ ଲୋକମାନେ ମାନେ ମଧ୍ୟ ତାଙ୍କ ଫିଲ୍ମ ସବୁ ଦେଖିବା ପାଇଁ ବହୁତ ପସନ୍ଦ କରିଥାନ୍ତି କାହିଁକି ନାଁ ଏଲିନା ସାମନ୍ତରାୟ ଙ୍କର ଅଭିନୟ ର ଢାଞ୍ଚା ବେଶ୍ ନିଆରା ଏବଂ ଆକର୍ଷଣୀୟ ଅଟେ । ସୁନ୍ଦର ଚେହେରା ସାଙ୍ଗକୁ ତାଙ୍କର ମନୋଲଭା ଆଖି ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ ଓଲିଉଡର ସବୁଠାରୁ ସୁଇଟ୍ ତଥା ଚୁଲବୁଲି ଏବଂ ନଟଖଟି୍ କୁହା ଯାଉଥିବା ସୁନ୍ଦରୀ ନାୟିକା ହେଉଛନ୍ତି 24 ବର୍ଷୀୟା ଏଲିନା ସାମନ୍ତରାୟ ।

ତେବେ ସେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଅଭିନୟ ପାଇଁ ଦର୍ଶକଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ଆଉ ଓଡ଼ିଆ ସିନେମା ଦୁନିଆରେ ସେ ପାଦ ଦେବା ପାଖରୁ ଓଡ଼ିଶାର ଦର୍ଶକ ମାନଙ୍କର ସେ ପାଲଟି ଯାଇଛନ୍ତି ପ୍ରଥମ ପସନ୍ଦର ଅଭିନେତ୍ରୀ ।

ସେ 22 ଜୁଲାଇ 1996ରେ ଭଦ୍ରକ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ଏଲିନାଙ୍କ ପରିବାରରେ ତାଙ୍କ ବାପା,ମାଁ ଏବଂ ଭାଇ ଅଛନ୍ତି । ତେବେ ଏଲିନା ସାମନ୍ତରାୟ କିଏ ହେବ ମୋ ହିରୋଇନ୍ ରୁ ତାଙ୍କର ଫିଲ୍ମ ଜୀବନ ଆରମ୍ଭ କରିଥିଲେ । ଆଉ ତାଙ୍କର ପ୍ରଥମ ଫିଲ୍ମ ଥିଲା ଇସ୍କ ତୁ ହି ତୁ (2015) । ସେ 10ରୁ ଅଧିକ ଫିଲ୍ମ କରି ସାରିଲେଣୀ । ଆଉ ସେବେ ଠାରୁ ତାଙ୍କ ପାଇଁ ସମସ୍ତେ ଦିୱାନ ହୋଇ ଯାଇଛନ୍ତି ।

ସେ କିଛିଦିନ ଧରି କରନା ମହାମାରୀ କାରଣରୁ ସମସ୍ତଙ୍କ ଭଳି ଫିଲ୍ମ୍ ଦୁନିଆରୁ ଟିକେ ଦୂରରେ ରହିଥିଲେ । ତେବେ ଏବେ ସେ ବହୁତ ଚର୍ଚ୍ଚାରେ ରହିଛନ୍ତି । କୁହାଯାଉଛି କି ଅନୁଭବ ମହାନ୍ତି ଯେମିତି ନିଜର ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ ରହିଥିଲେ ଠିକ୍ ସେହିପରି ଏବେ ଏହି ଅଭିନେତ୍ରୀ ଜଣଙ୍କ ତାଙ୍କର ଏକ କାର୍ଯ୍ୟ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଯାହାକୁ ନେଇ ଏବେ ସମସ୍ତେ ଆଲୋଚନା ସମାଲୋଚନା କରିବାରେ ଲାଗିଛନ୍ତି।


କୁହାଯାଉଛି ସେ ଏକ ପାପ କରି ଦେଇଛନ୍ତି ଯେଉଁ କାରଣରୁ ଏବେ ଚର୍ଚ୍ଚାରେ ରହିଛନ୍ତି । କଣ ସେହି ପାପ ଏବଂ କାହିଁକି ଏଥିପାଇଁ ସେ ଅନ୍ୟମାନଙ୍କ ସାମ୍ନାରେ ଏଭଳି ଭାବରେ ପ୍ରରୋଚିତ ହେଉଛନ୍ତି । ପ୍ରକୃତ କଥା ହେଉଛି ଏଲିନା ସାମନ୍ତରାୟ କରିବାକୁ ଯାଉଛନ୍ତି ‘ପାପ’। ତେବେ ଆପଣମାନେ ଏହାକୁ ଶୁଣିକି ନିଶ୍ଚୟ ଆଶ୍ଟର୍ଯ୍ୟ ହୋଇ ଜାଇଥିବେ ।

କାରଣ ଏଲିନା ପୁଣି କଣ ପାପ କରିବେ? ଏଠାରେ ଆପଣ ପାପର ଅର୍ଥ ଯାହା ଭାବୁଛନ୍ତି ବାସ୍ତବରେ ତାହା ନୁହେଁ । ଆମେ କହୁଛୁ ଏଲିନାଙ୍କ ଅପକମିଂ ଫିଲ୍ମ ‘ପାପ’ କଥା। ତରଙ୍ଗ ସିନେ ପ୍ରଡକ୍ସନରେ ପ୍ରସ୍ତୁତ ଏହି ଫିଲ୍ମରେ ଏଲିନା ମୁଖ୍ୟ ଭୂମିକାରେ ନଜରକୁ ଆସିବେ।ଏଥିରେ ସେ ନିର୍ଦେଶକ ଅଶୋକ ପତିଙ୍କ ସହିତ ଅଭିନୟ କରିବାର ନଜର ଆସିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।