Odisha News Portal

ଡାକ୍ତର ହେବେ ଦିନ ମଜୁରିଆ ପୁଅ । ଚାରିଆଡୁ ଆସୁଛି ଭୁରି ଭୁରି ପ୍ରଶଂସା, ଓଡ଼ିଆ ପୁଅ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ….. ଆପଣଙ୍କ ଆର୍ଶିବାଦ ରହିଲେ ଏ ପିଲା ନିଶ୍ଚିତ ଆଗେଇବ…

ମନୁଷ୍ୟକୁ ଦୁନିଆର ସର୍ବଶ୍ରେଷ୍ଟ ପ୍ରାମା ବାବରେ ବିଚାର କରାଯାଇଥାଏ , କାରଣ ତା ପାଖରେ ବୁଝିବା ଶକ୍ତି ବିଚାର କରିବାର ଶକ୍ତି ସମସ୍ତ କତାକୁ ସମାଧାନ କରିବାର ଶକ୍ତି ରହିଥାଏ । ପ୍ରତ୍ୟେକ ମନୁଷ୍ୟ ପାଖରେ ତାହା ରହିଥାଏ ମାତ୍ର ସମାନ ଭାବରେ ରହିନଥାଏ । ଭଗବାନ ପ୍ରତ୍ୟେକ ମନୁଷ୍ୟକୁ ସମାନ ଜ୍ଞାନ , ଗୁଣ ଦେଇ କରି ଜନ୍ମ ଦେଇଥାନ୍ତି ମାତ୍ର ପ୍ରତ୍ୟେକ ମନୁଷ୍ୟ ତାହାର ସଠିକ ବ୍ୟବହାର କରିପାରନ୍ତି ନାହିଁ ମାତ୍ର ଯିଏ ତାହାର ସଠିକ ବ୍ୟବହାର କରିପାରିଲା ସେ ଦୁନିଆରେ ଚର୍ଚ୍ଚିତ ହେଲା । ମନରେ ଅଦମ୍ୟ ସାହସ ଏବଂ ଦୃଢ଼ ଇଚ୍ଛା ଶକ୍ତି ଥିଲେ ମଣିଷ କିଛି ବି କରିପାରିବ ।

କେବଳ ମଣିଷର ବିଶ୍ୱାସ ଏବଂ ଦୃଢ଼ ମନ ରହିବା ଆବଶ୍ୟକ ସଫଳତାର ଶୀର୍ଷରେ ପହଞ୍ଚିବାକୁ , ମଣିଷର ଦୃଢ଼ ଇଛାଶକ୍ତି ଏବଂ ମନୋବଳ ଆଗରେ ସବୁକିଛି ହାର୍ ମାନିଥାଏ । ତେବେ ଏପରି ଏକ କାମକୁ ପ୍ରମାଣ କରିଦେଇଛନ୍ତି ଜଣେ ଦିନ ମଜୁରିଆପର ପୁଅ । କାରଣ ଏବେ ତାଙ୍କର ପୁଅ ହେବାକୁ ଯାଉଛନ୍ତି ଡାକ୍ତର । କଣ ରହିଛି ଏହା ପଛର ଘଟଣାବଳୀ ଆସନ୍ତୁ ଜାଣିବା ସେ ବିଷୟରେ ।

ଏହି ଘଟଣାଟି ହେଉଛି କଟକ ସହରର , କଟକରେ ବାଲିକୁଦା ଅଞ୍ଚଳର ନବୀନ ସାମଲ ଜଣେ ବ୍ୟକ୍ତି ଯିଏକି ଦିନ ମଜୁରିଆ ଭାବରେ କାମ କରି ନିଜର ଜୀବନ ଜୀବିକା କୁ ଚଲାନ୍ତି । ପରିବାରରେ ପାଞ୍ଚ ଲୋକ , ତେବେ ବହୁତ କଷ୍ଟ କରି ସେ କାମ କରି ନିଜର ପରିବାର ପୋଷଣ କରିବା ସହିତ ନିଜର ପୁଅକୁ କୋମିତି ନିଜ ଗୋଡରେ ଛିଡା କରାଇବେ ସେ ନେଇ ଆଶା ରଖିଥିଲେ ଏବଂ ବହୁତ କଠିନ ପରିଶ୍ରମ କରି ପୁଅକୁ ଡାକ୍ତରୀ ପଢାଇଥିଲେ ।

ନିଜକୁ ଯେତେ କଷ୍ଟ ହେଉ ପଛକେ ପୁଅକୁ ମଣିଷ କରିବା ପାଇଁ ନବୀନ ତାଙ୍କ ଜୀବନରେ ପରିଶ୍ରମ କରିବାରେ କେବେ ଅବହେଳା କରି ନାହାନ୍ତି । ତେବେ ବାପାଙ୍କର ଏପରି କଠିନ ପରିଶ୍ରମକୁ ସଫଳ କରିଛି ପୁଅ , ଅର୍ଥାତ ଏବେ ପୁଅ ଡାକ୍ତରୀ ପରୀକ୍ଷାରେ ପାସ କରିଛି । ଯାହା ପାଇଁ ବାପା ମାଙ୍କର ମନରେ ଏତେ ଖୁସି ଭରିଯାଇଛି କି ସେମାନେ ତାହାକୁ ଭାଷାରେ ପ୍ରକାଶ କରିପାରୁ ନାହାନ୍ତି ।

ଡାକ୍ତରୀ ପରୀକ୍ଷା ପାସ୍ କରିବା ସହିତ କଟକ ବଡ଼ ମେଡିକାଲ୍ ରେ ସେ ଏବେ ଆଡ଼ମିଶନ ନେଇଛନ୍ତି । ଦୀପକ ମାଟ୍ରିକ ରେ 93 % ରଖି କୃତକାର୍ଯ୍ୟ ହେବା ପରେ ଜଣେ ଘରୋଇ କଲେଜ ଶିକ୍ଷକଙ୍କ ସଂସ୍ପର୍ଶରେ ଆସି ରେଭେନ୍ସା ଯୁକ୍ତ ଦୁଇ ବିଜ୍ଞାନ କଲେଜରେ ଯୁକ୍ତ ଦୁଇ ପାଇଁ ତାଙ୍କର ନାମ ଲେଖାଇଥିଲେ । ଆଉ ସେହିଠାରୁ ହିଁ ସେ ଡାକ୍ତର ହେବାର ସ୍ୱପ୍ନ ଦେଖିଥିଲେ।ଆଉ ଏବେ ତାଙ୍କର ସ୍ୱପ୍ନ ପୂରଣ ହେବା ପରେ ସେ ବହୁତ ଖୁସି ଅଛନ୍ତି ।