ବିବାହ ବନ୍ଧନରେ ବାନ୍ଧିହେବା ପରେ ଦେଖନ୍ତୁ ରିୟାଙ୍କର ଶାଶୂ ଘରେ ପ୍ରଥମ ରାତି ସେ କେମିତି କଟିଲେ ? ଦେଖନ୍ତୁ Full ଭିଡିଓ

ଆପଣ ମାନେ ଜାଣିଥିବେ କି ଓଲିଉଡର ଚୁଲବୁଲି ନାୟିକା ରିୟା ଦେଙ୍କ ବିବାହ ସରି ଯାଇଛି ଆଉ ବିବାହ ପରେ ରିୟା ତାଙ୍କ ଶାଶୁ ଘରକୁ ଚାଲି ଯାଇଛନ୍ତି। ଆଉ ଶାଶୁ ଘରେ ସେ ବେଶ୍ ଖୁସି ମଧ୍ୟ ନଜର ଆସୁଛନ୍ତି। ତେବେ ଶାଶୁ ଘରେ ରିୟାଙ୍କ ଏକ ଫୋଟ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କି ରିୟା ଶାଢ଼ୀ ପିନ୍ଧି ପୁରା ଓଡ଼ିଆ ଘରର ବୋହୂ ରୂପରେ ନଜର ଆସିଛନ୍ତି। ମୁଣ୍ଡରେ ସିଏ ନବବଧୂ ପରି ଓଢ଼ଣା ମଧ୍ୟ ଦେଇଛନ୍ତି। ଫୋଟରେ ରିୟାଙ୍କ ସହିତ ତାଙ୍କ ସ୍ବାମୀ ସୁନୀଲ ମଧ୍ୟ ନଜର ଆସିଛନ୍ତି ଆଉ ଉଭୟ ବେଶ୍ ଖୁସି ଅଛନ୍ତି।

ତେବେ ଖୁବ୍ ଧୁମଧାମ୍ ର ସହିତ ହିନ୍ଦୁ ରୀତିନୀତି ଅନୁସାରେ ଅଭିନେତ୍ରୀ ରିୟା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୀର୍ଘ ଚାରି ବର୍ଷର ଭଲ ପାଇବା ପରେ ରିୟା ତାଙ୍କ ବୟ ଫ୍ରେଣ୍ଡ ସୁନୀଲ ଙ୍କୁ ବିବାହ କରିଛନ୍ତି। ତେବେ ବିବାହ ପରେ ରିୟା ଏବେ ତାଙ୍କ ଶାଶୁ ଘର ପୁରୀ ରେ ରହୁଛନ୍ତି। ତେବେ ରିୟା ତାଙ୍କ ସ୍ଵାମୀଙ୍କ ସହିତ ଏକ ଫୋଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହା ଆପଣ ସ୍କ୍ରିନ ରେ ଦେଖି ପାରୁ ଥିବେ।

ଫୋଟରେ ଦେଖିବା ପାଇଁ ମିଳିଛି ରିୟା ଏକ ରେଡ କଲର୍ ଶାଢ଼ୀ ପିନ୍ଧି ମଥାରେ ଓଢ଼ଣି ଦେଇ ତାଙ୍କ ସ୍ଵାମୀଙ୍କ ପାଖରେ ଛିଡା ହୋଇଛନ୍ତି। ଆଉ ରିୟାଙ୍କର୍ ଏହି ନୂଆ ଗେଟଫ୍ ଫ୍ୟାନସ୍ ମାନଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଛି। ବିବାହ ପାଇଁ ସୋସିଆଲ ମିଡିଆରୁ ରିୟା ଏବଂ ସୁନୀଲଙ୍କୁ ବେଶ୍ ଶୁଭେଚ୍ଛା ଓ ଶୁଭକାମନା ଜଣାଇ ଛନ୍ତି ପ୍ରଶଂସକ। ତେବେ ବିବାହକୁ ନେଇ ଏବେ ବେଶ୍ ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ ରିୟା ଦେ।

ତେବେ ରିୟାଙ୍କ ସ୍ବାମୀ ସୁନୀଲ କହିଛନ୍ତି ଆଗାମୀ କି ଦିନରେ ଯଦି ରିୟାଙ୍କୁ ସିନେମା କରିବାର ସୁଯୋଗ ମିଳେ ତେବେ ସେ ସିନେମା କରି ପାରିବେ। ତାଙ୍କର କୌଣସି ଆପତ୍ତି ନାହିଁ। ରିୟା ମଧ୍ୟ କହିଛନ୍ତି ସେ ଆଗାମୀ ଦିନରେ ନିଶ୍ଚୟ ସିନେମା କରିବେ।ତେବେ ଆମେ ଯଦି ରିୟାଙ୍କ ପରିବାର କଥା ଦେଖିବା ତାଙ୍କ ପରିବାରରେ ରିୟାଙ୍କ ବାପା ମା ଆଉ ଜଣେ ସାନ ଭଉଣୀ ରହିଛନ୍ତି। ତେବେ ରିୟାଙ୍କ ବିବାହ ପରେ ଏବେ ଏକୁଟିଆ ହୋଇ ଯାଇଛନ୍ତି ରିୟାଙ୍କ ପରିବାର। ବର୍ତ୍ତମାନ ତାଙ୍କ ପରିବାର ରେ ମାତ୍ର ତିନି ଜଣ ରହିଛନ୍ତି। ତେବେ ରିୟାଙ୍କ ବିବାହ ଭୁବନେଶ୍ଵରରେ ଅନୁଷ୍ଠିତ ହୋଇଥିଲା ଆଉ ତାଙ୍କ ବିବାହରେ ଓଲିଉଡ ଇଣ୍ଡଷ୍ଟ୍ରିର ଅନେକ ନାମୀଦାମୀ ସେଲିବ୍ରେଟି ମାନେ ଯୋଗ ଦେଇ ଶୁଭେଚ୍ଛା ଜଣାଇ ଥିଲେ। ତେବେ ରିୟା ବର୍ତ୍ତମାନ ସମୟରେ ତାଙ୍କ ଶାଶୁ ଘର ପୁରୀରେ ରହୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment