Odisha News Portal

ସୁୁପ୍ରିମକୋର୍ଟ ଙ୍କ ଏୌତିହାସିକ ରାୟ ! ଏଣିକି ଧମକ ଦେଲେ ହେବ ଜେଲ୍ । ଏ ନେଇ ଅଭୟ ବାଣୀ ଶୁଣାଇଲେ ସୁପ୍ରିକକୋର୍ଟ…..

ବର୍ତ୍ତମାନ ସମୟରେ ବହୁତ ବଡ ଖବର ସାମ୍ନାକୁ ଆସିଛି । ଏଣିକି ଧମକ ଦେଲେ ହେବ ଜେଲ୍ । ଏ ନେଇ ଅଭୟ ବାଣୀ ଶୁଣାଇଲେ ସୁପ୍ରିକକୋର୍ଟ । ତେବେ ଚାଲନ୍ତୁ ଜାଣିବା କଣ କହିଛନ୍ତି ଆଇନ । ତେବେ ସେଥିପାଇଁ ଆପଣ ମାନଙ୍କୁ ଆମର ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଭାବରେ ଥରେ ପଢନ୍ତୁ । ଚାଲନ୍ତୁ ଜାଣିନେବା ସଂମ୍ପୂର୍ଣ୍ଣ ଆଜିର ଏହି ଅପଡେଟ ବିଷୟରେ ।

ତେବେ ଧମକ ଦେଉ ଥିଲେ ହେବ ଆପଣଙ୍କୁ ଜେଲ୍ । ଆପଣଙ୍କର ଛୋଟିଆ ଭୂଲଟିରେ ଆପଣଙ୍କୁ ହୋଇପାରେ ଜେଲ୍ । ଯଦି ଆପଣ କାହାକୁ ବି କୌମସି ବି କଥାରେ ଛୋଟ ଧମକଟିଏ ଦେଉଛନ୍ତି ତାହେଲେ ଜେଲ ହୋଇପାରେ ଆପଣଙ୍କୁ । ତେବେ କଣ ରହିଛି ସୁପ୍ରିମକୋର୍ଟର ନୂଆ ଶୁଣାଣୀ ଚାଲନ୍ତୁ ଜାଣିବା ।

ଯଦି କାହାକୁ ଦେଖି ଦେଖିନେବି ବୋଲି କହି ଧମକ ଦେଉଥାନ୍ତି ତାହେଲେ ସାବଧାନ ହୋଇ ଯାଆନ୍ତୁ କାହିଁକି ନାଁ ଏଣିକି ଏଭଳି ଧମକ ଦେଲେ ମିଳିବ ଦଣ୍ଡ । ଏହାସହିତ ଏଭଳି ମନ୍ତବ୍ୟ ପାଇଂ ଆପଣଙ୍କୁ ମୋଟା ଅଂକର ଟଙ୍କା ଗଣିବା ସହିତ ଜେଲ୍ ର ହ୍ବାୱା ମଧ୍ୟ ଖାଇବାକୁ ପଡିବ । ଭାରତୀୟ ଦଣ୍ଡ ସହିଂତା ଅର୍ଥାତ IPC ଧାରା 503 ଅନୁସାରେ କାହାକୁ ଦେଖିନେବି ଭଳି ଧମକ ଦେବା ଆଇନ ଦୃଷ୍ଟିରେ ଅପରାଧ ଅଟେ । ଏଭଳି କହିବା ଦ୍ବାରା IPC ଧାରା 506 ଅନୁସାରେ 2ବର୍ଷରୁ ଆରମ୍ଭ କରି 7 ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡରେ ପ୍ରଭିଜିତ ରହିଥିଲା ।

ଯଦି ଆପଣ କୌଣସି ବ୍ୟକ୍ତିର ଶରୀର ସମ୍ମାନ ତଥା ସଂପତିକୁ କ୍ଷତି ପହଞ୍ଚାଇବା ପାଇଁ ଧମକ ଦିଅନ୍ତି ତେବେ ଏଥିପାଇଁ ଆପଣଙ୍କୁ 2 ବର୍ଷ କାଳ ଜେଲ୍ ଦଣ୍ଡ ଭୋଗିବା ପାଇଂ ପଡିପାରେ ଏବଂ ଜୋରିମନା ମଧ୍ୟ ଲାଗିପାରେ । ଏହାଛଡା ଯଦି ଆପଣ କାହାକୁ ଜୀବନରୁ ମାରିଦେବା ତାର ସଂପତିକୁ ନିଆଁ ଲଗାଇ ନଷ୍ଟ କରିଦେବା କିମ୍ବା କୌଣସି ମହିଳାଙ୍କର ଚରିତ୍ର ଉପରେ ଆଙ୍ଗୁଳି ଉଠାଇ ଧମକ ଦିଅନ୍ତି ତେବେ ଆପଣଙ୍କୁ ଏଥିପାଇଁ 7ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡିପାରେ ।


IPC ଧାରା 506 ଅନୁସାରେ ଯଦି କୌଣସି ଏଭଳି ଅପରାଧ କରିବାର ଧମକ ଦିଅନ୍ତି ଯିଏକି ମୃତ୍ୟୁ ତଥା ଆଜିବନ କାରଦଣ୍ଡ କିମ୍ବା 7ବର୍ଷ ଜେଲ୍ ଦଣ୍ଡାଦେଶ ହୋଇପାରେ । ଏଥିସହିତ ଏଭଳି ଧମକ ଦେଇଥିବା ବ୍ୟକ୍ତିଙ୍କୁ ମୋଟା ଅଙ୍କର ଜୋରିମନା ଦେବାକୁ ମଧ୍ୟ ପଡିପାରେ । ଏହାସହିତ କାହାକୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ତଥା ଅଭଦ୍ର ଭାଷା ପ୍ରୟୋଗ କରିବାକୁ ଧମକ ବୋଲି ଗ୍ରହଣ କରା ଯାଇ ନପାରେ ।

ନିକଟରେ ଏକ ମାମଲାର ଶୁଣାଣି କରି ମାନ୍ୟବର ସୁପ୍ରିମକୋର୍ଟ କହିଥିଲେ କି କେବଳ ଖରାପ ଗାଳିଗୁଲଜ କରିବାକୁ ଧମକ କୁହାଯାଇ ପାରିବନି କିନ୍ତୁ ଯଦି କେହି କୌଣସି ବ୍ୟକ୍ତିଙ୍କୁ ଗାଳି ଦିଅନ୍ତି କିମ୍ବା ତାଙ୍କ ଉପରେ ଅଭଦ୍ର ଭାଷାର ପ୍ରୟୋଗ କରନ୍ତି ତେବେ ତାଙ୍କ ପାଇଁ IPC ଧାରା 506 ଅନୁସାରେ ତାଙ୍କୁ ଦଣ୍ଡିତ କରାଯାଇନପାରେ । କିନ୍ତୁ ଧମକ ଦେଲେ ତାଙ୍କୁ ଜେଲ୍ ଦଣ୍ଡ ହୋଇପାରେ ।