ସୂର୍ଯ୍ୟପରାଗ ସହ ପାକ ନିଷେଧର କୌଣସି ସମ୍ପର୍କ ନାହିଁ ..ଆମେ ଆଜି ଚିକେନ ବିରିୟାନୀ ଖାଇଛୁ… ସୂର୍ଯ୍ୟ ପରାଗ କୁ ନେଇ କଣ କହିଲେ ଏହି ଯୁବକ, ଦେଖନ୍ତୁ Video

ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ଯେଉଁଥିବା ର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବିଶେଷ କରିକ ଯେତେବେଳେ ସୂର୍ଯ୍ୟ ପରାଗ ର କଥା ଉଠେ ସେତେବେଳେ ଅନେକ ସମୟରେ ଆମ ଜ୍ୟୋତିଷ ମାନଙ୍କର ମତରେ ପାକ କୁ ବର୍ଜନ କରିବାକୁ କୁହାଯାଇଥାଏ | ଆଉ ଯାହା ଫଳରେ ତାହାର ଖରାପ ପ୍ରଭାବ ଆମ ଉପରେ ପଡିଥାଏ ବୋଲି ମଧ୍ୟ କୁହାଯାଏ | ଆଉ ସେହି କୁ ପ୍ରଥା କୁ ବିରୋଧ କରିବା ସହିତ, ବିଜ୍ଞାନ ଉପରେ ଗୁରୁତ୍ୱ ଦେବା କଥା କହିଛନ୍ତି ହେତୁ ବାଦୀ ସଙ୍ଘ ର ଲୋକ ମାନେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକେଇ ନଜର ପକାଇବା |

ତେବେ ଗତ କାଲି ମାଗଜାଗତିକ ଘଟଣା ଟି ଘଟିବାକୁ ଲାଗିଥିଲା | ଆଉ ଯେଉଁଠାରେ କୁହାଯାଉଥିଲା କି ସୂର୍ଯ୍ୟ ପରାଗ ରେ ଖାଦ୍ୟ ଗ୍ରହଣ କରିବା ଯୋଗୁ ତାହା ଆମ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ ବୋଲି | କିନ୍ତୁ ଏହାକୁ ତୀବ୍ର ଭାବରେ ବିରୋଧ କରିଛନ୍ତି ହେତୁବାଦୀ ସଙ୍ଘ ର କର୍ମକର୍ତ୍ତା ମାନେ | ଆଉ ସେମାନଙ୍କର କହିବା ଅନୁସାରେ ସେମିତି କିଛି ବୌଜ୍ଞାନିକ ମତରେ କୁହାଯାଇନି ଯାହା ଫଳରେ ସୂର୍ଯ୍ୟ ପରାଗ ରେ ଖାଇବା ଯୋଗୁ ତାହା ଆମ ସ୍ୱାସ୍ଥ୍ୟ କୁ ଖରାପ କରେଇବ | ଆଉ ଯେଉଁଥିପାଇଁ ସଙ୍ଘ ର ଲୋକ ମାନେ ମିଶିଛନ୍ତି ଆଉ ବିରିୟାନୀ ଖାଇବାର ମଧ୍ୟ ଦେଖିବାକୁ ମିଳିଛି ବୋଲି କୁହାଯାଉଛି |

ଏହା ଛଡା ସେହି ହେତୁବାଦୀ ସଙ୍ଘ ର ଜଣେ ଲୋକ କହିଛନ୍ତି କି ଯେମିତି ସତୀ ଦାହ ଓ ବାଲ୍ୟ ବିବାହ ହେଉଛି ଗୋଟିଏ ଗୋଟିଏ କୁ ସଂସ୍ଥା ଆମ ସମାଜରେ | ଆଉ ଯାହା ଠାରୁ ଆମକୁ ଦୁରେଇ ରହିବା ଉଚିତ ଥିଲା ଆଉ ଧୀରେ ଥିରେ ତାହା ଲୋପ ପାଇଯାଇଥିଲା | ଠିକ ସେହିଭଳି ସୂର୍ଯ୍ୟ ପରାଗ ରେ ପାକ ନିଷେଧ କଥା କୁ ମଧ୍ୟ ଉଠାଇ ଦେବା ଆବଶ୍ୟକ |. ଲୋକ ମାନେ ଅନ୍ଧ ବିଶ୍ୱାସ ପ୍ରତି ଆକୃଷ୍ଟ ନ ହେଇକି ବାସ୍ତବିକ ଜିନିଷ ଉପରେ ଫୋକସ କରିବା ଆବଶ୍ୟକ ହୋଇଥାଏ ବୋଲି କୁହାଯାଉଛି | ଆଉ ଯାହା ଫଳରେ ତାହା ଆମ ମାନଙ୍କର ଉପକାର କରିବ ବୋଲି କୁହାଯାଉଛି |

ଯାହା କହିବା କଥା ସୂର୍ଯ୍ୟ, ଚନ୍ଦ୍ର ଆଉ ପୃଥିବୀ ଏକ ସରଳ ରେଖାରେ ରହିବା ଫଳରେ ଏହିଭଳି ଏକ ମହଜଗତିକ ଘଟଣା ଘଟିଛି ବୋଲି କୁହାଯାଉଛି | ତେଣୁ ଏହି କଥା ପାଇଁ ଅନ୍ଧବିଶ୍ୱାସ ପ୍ରତି ଆଗ୍ରହୀ ହେବା ଉଚିତ ନୁହଁ | ତେବେ ଗାଈ, କୁକୁର ଅନ୍ୟ ଜୀବ ମଧ୍ୟ ବାହାରେ ବୁଲୁଛନ୍ତି ତାହେଲେ ସେମାନଙ୍କର କ୍ଷତି ହେବା କଥା ତାହା ହେଉନାହିଁ କାହିଁକି | ଏମିତି କିଛି ପ୍ରଶ୍ନ କରିବା ସହିତ ରହି ଅନ୍ଧ ବିଶ୍ୱାସ ପାଖରୁ ଦୂରେଇବାକୁ କହିଛନ୍ତି | ଯାହା ଏବେ ଭାଇରାଲ ହେଉଛି ସୋସିଆଲ ମିଡିଆରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment