ବିନା ଔଷଧରେ ଅନିଦ୍ରା ରୋଗ ( Cure Insomnia ) ଦୂର ହେବ, କୁମ୍ଭକର୍ଣ୍ଣ ଭଳି ନିଦ ଆସିବ

ବନ୍ଧୁଗଣ ବର୍ତମାନ ଅନିଦ୍ରା ସମସ୍ୟା ପ୍ରାୟ ଘରେ ଘରେ ଦେଖାଦେଲାଣି |ଏହାଦ୍ୱାରା ଆମକୁ ବହୁତ ବିରକ୍ତି ଲାଗେ ଏବଂ ଆମର ଦେହ ମଧ୍ୟ୍ୟ ଖରାପ ହୋଇଯାଏ |ମୁଁ ଆଜି ଆପଣକୁ ଏହାର ଏକ ଘରୋଇ ଉପଚାର ବିଷୟରେ କହିବି ଯାହାକି ସମ୍ପୂର୍ଣ ପ୍ରାକୃତିକ ଅଟେ |ଏହି ଘରୋଇ ଉପଚାର ଦ୍ଵାରା ଆପଣଙ୍କ ଏହି ସମସ୍ୟା ଦୁର ହୋଇଯିବ |ଆସନ୍ତୁ ଜାଣିବା ଏହି ଘରୋଇ ଉପଚାର ବିଷୟରେ |

ଆବଶ୍ୟକ ସାମଗ୍ରୀ :-

ସୋରିଷ ତେଲ,ଅର୍ଶଗନ୍ଧା ଗୁଣ୍ଡଓ ସର୍ପଗନ୍ଧା ଗୁଣ୍ଡ,

ପ୍ରଥମ ପ୍ରଣାଳୀ –

ପ୍ରଥମେ ଆପଣ ଏକ ପାତ୍ରରେ ସୋରିଷ ତେଲ ନିଅନ୍ତୁ ,ଶୋଇବା ପୂର୍ବରୁ ଉଷୁମ ପାଣିରେ ନିଜ ପାଦକୁ ଭଲଭାବରେ ଧୋଇଦିଅନ୍ତୁ ଓ ତାପରେ ପାଦରେ ସୋରିଷ ତେଲକୁ ଭଲଭାବରେ ପାଦରେ ମାଲିସ କରନ୍ତୁ |ଦେଖିବେ ଆପଣ ସମ୍ପୂର୍ଣ ରିଲାକ୍ସ ଫିଲ କରିବା ସହିତ ଓ ଶାନ୍ତିରେ ଶୋଇପାରିବେ |ଏହାବ୍ୟତୀତ ଯଦି ଆପଣ ଅଧିକ ଚିନ୍ତାରେ ରହୁଛନ୍ତି କିମ୍ବା ସ୍ତ୍ରୀ ଲୋକମାନେ ତାଙ୍କ ପରିବାରଙ୍କୁ ନେଇ ଅଧିକ ଚିନ୍ତିତ ହେଉଛନ୍ତି, ତେବେ ଆପଣ ଅଶୋ ଡାଇନାମିକ ମେଡ଼ିଟେସନ ପ୍ରତ୍ୟକ ଦିନ ସକାଳ କରନ୍ତୁ |ଦେଖିବେ ଏହି ସମସ୍ୟା ଧୀରେ ଧୀରେ ସମ୍ପୂର୍ଣ ଦୂର ହୋଇଯିବ |

ଦ୍ୱତୀୟ ପ୍ରଣାଳୀ -ଆପଣ ସମପରିମାଣରେ ଅଶ୍ଵଗନ୍ଧା ଗୁଣ୍ଡ ଓ ସରପଗନ୍ଧା ଗୁଣ୍ଡ ନିଅନ୍ତୁ | ଏହି ଦୁଇଟି ଗୁଣ୍ଡକୁ ମିଶାଇ ଏକ ଚୁର୍ଣ୍ଣ ପ୍ରସ୍ତୁତ କରନ୍ତୁ ଓ ରାତିରେ ଶୋଇଲାବେଳେ ଏହି ଚୁର୍ଣ୍ଣରୁ ତିନି ରୁ ଚାରି ଗ୍ରାମ ନେଇ ପାଣି ସହିତ ସେବନ କରନ୍ତୁ |ଦେଖିବେ ଆପଣଙ୍କୁ ଭୟଙ୍କର ନିଦ ଆସିବ ଓ ନିଦ ନଆସିଲା ଭଳି ସମସ୍ୟା ଆପଣଙ୍କର ଦୂର ହୋଇଯିବ |

ତୃତୀୟ ପ୍ରଣାଳୀ -ଆପଣ ଡାଲଚିନିଗୁଣ୍ଡକୁ ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣି କିମ୍ବା ଉଷୁମ କ୍ଷୀର ରେ ଅଧା ଚାମଚ ପକାଇ ଭଲ ଭାବରେ ମିଶାଇ ପିଅନ୍ତୁ, ଦେଖିବେ ଆପଣଙ୍କୁ ବହୁତ ଭଲ ନିଦ ନିଶ୍ଚିତ ଆସିବ

ଚତୁର୍ଥ ପ୍ରଣାଳୀ -୧ କପ ଉଷୁମ କ୍ଷୀରରେ ଏକ ଚାମୁଚ ଯାଇଫଳଗୁଣ୍ଡ ମିଶାଇ ପିଅନ୍ତୁ ଏହାଛଡା ଅଳ୍ପ ମାତ୍ରାରେ କେଶର ମଧ୍ୟ ମିଶାଇପିଇଲେ ଆପଣଙ୍କୁ ନିଦ ନ ଆସିବାର ସମସ୍ୟା ମଧ୍ୟ ଦୂର ହୋଇଥାଏ |

ପଞ୍ଚମ ପ୍ରଣାଳୀ -କ୍ଷୀର ଏବଂ ମହୁର ମିଶ୍ରଣ ନିଦ ଆଣିବାରେ ବହୁତ ଭଲ ଘରୋଇ ଉପଚାର ହୋଇଥାଏ |କିନ୍ତୁ ଧ୍ୟାନରଖିଥିବେ ଏହି ମିଶ୍ରଣରେ କ୍ଷୀର ଅଧିକ ଗରମ ହୋଇନଥିବା ଆବଶ୍ୟକ | ଯେଉଁମାନଙ୍କୁ ଡାଇବେଟିସ ରହିଛି ସେମାନେ ଏହି ଉପଚାର ସେବନ କରନ୍ତୁ ନାହିଁ |

ଷଷ୍ଠ ପ୍ରଣାଳୀ -ଆପଣ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ଗରମ ପାଣିରେ ଏକ ଚାମୋଚ ଜିରା ଗୁଣ୍ଡ ମିଶାଇ ଏହାକୁ କିଛି ସମୟ ରଖିପିଅନ୍ତୁ, ଏହାଦ୍ୱାରା ଆପଣଙ୍କୁ ବହୁତ ଭଲ ନିଦ ଆସିଥାଏ |

ଏହି ସବୁ କରିବା ସହିତ ଆପଣଙ୍କୁ ଅଶୋ ଡାଇନାମିକ ମେଡ଼ିଟେସନ କରିବାକୁ ପଡିବ ଯାହା ଫଳରେ ଆପଣ ଆପଣଙ୍କ ମୁଣ୍ଡରେ ଥିବା କ୍ଲାନ୍ତି ବା ଟ୍ରେସ କୁ ସମ୍ପୂର୍ଣ ଭାବରେ ଦୂର କରିପାରିବେ ଓ ଶାନ୍ତିରେ ଶୋଇବେ|ଏହି ମେଡ଼ିଟେସନ ଚାଲିସ ମିନିଟ ହୋଇଥାଏ |ଏହା ପ୍ରତେକ ଦିନ କରିବା ଆବଶ୍ୟକ ଅଟେ |

ଏହାଛଡା ଆପଣ ଭଲରେ ଭୋଜନ କରନ୍ତୁ ଏବଂ ସକାଳୁ ଉଠି ଭାସ୍ତ୍ରିକା ପ୍ରାଣାୟାମ, ଅନୁଲମ ବିଲୟମ ପ୍ରାଣାୟାମ ଓ ନାରୀ ସଦରମ ପ୍ରାଣାୟାମ ନିଶ୍ଚିତ କରନ୍ତୁ |ଦେଖିବେ ଏହା ଆପଣଙ୍କ ମସ୍ତିଷ୍କକୁ ଶାନ୍ତ ରଖିବା ସହିତ ସମସ୍ତ ଟେନସନ ଓ ଷ୍ଟ୍ରେସ ଦୂର କରିଦେବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment