Odisha News Portal

ମହିଳା କ୍ରିକେଟର ମାନେ ଫିଲ୍ଡ ରେ କ୍ରିକେଟ ଖେଳିଲା ବେଳେ କେମିତିକା ଗାର୍ଡ ପିନ୍ଧନ୍ତି –ତାହା ପୁରୁଷ ଙ୍କ ପରି ହୋଇଥାଏ ନା କିଛି ଅଲଗା ରହିଥାଏ ଜାଣନ୍ତୁ……

0 4

ଆପଣ ମାନେ ସମସ୍ତେ ବେଶ୍ ଭଲ ଭାବରେ ଜାଣିଥିବେ କ୍ରିକେଟ ଖେଳ ହେଉଛି ଆମ ଦେଶର ସବୁଠାରୁ ଲୋକପ୍ରିୟ ଖେଳ ଅଟେ । କ୍ରିକେଟ ଟିମ୍ ରେ ଖେଳୁଥିବା 11 ଜଣ ଖେଳାଳି ନିଜ ଦେଶ ପାଇଁ କଠିନ ପରିଶ୍ରମ କରି ଦେଶକୁ ଚାମ୍ପିଆନ୍ କରିଥାନ୍ତି । କ୍ରିକେଟ ଖେଳ ପାଇଁ ଖେଳାଳିଙ୍କୁ କେବଳ ବ୍ୟାଟ ବଲ ୱିକେଟ ନୁହେଁ ଅନେକ ସାରା ଜିନିଷର ଆବଶ୍ୟକତା ପଡିଥାଏ । ଖେଳାଳି ନିଜର ସୁରକ୍ଷା ପାଇଁ ହେଲମେଟ୍, ଗୋଡରେ ପେଡ୍, ଗ୍ଲୋବ୍ସ ଆଦି ଜିନିଷର ବ୍ୟବହାର କରିଥାନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେମାନେ ନିଜର ଯୌନାଙ୍ଗର ସୁରକ୍ଷା ପାଇଁ ଗାର୍ଡ ମଧ୍ୟ ପିନ୍ଧିଥାନ୍ତି ।

ସାଧାରଣତଃ ଖେଳରେ ଦ୍ରୁତ ବୋଲଙ୍କର ସାମ୍ନା କରିବା ପାଇଁ ଦେହର ଅନେକ ଅଂଶରେ ଖେଳାଳି ପ୍ୟାଡ ତଥା ପ୍ରୋଟେକ୍ଟରର ବ୍ୟବହାର କରିଥାନ୍ତି । ଜଂଘ , ଗୋଡ , ଏବଂ ଛାତି ସହ ନିଜ ଯୌନାଙ୍ଗକୁ ସୁରକ୍ଷା କରିବା ପାଇଁ ପ୍ୟାଡ ବା ପୋଟେକ୍ଟର ବ୍ୟବହାର କରିଥାନ୍ତି ।

ତେବେ କେବେ କଣ ଆପଣଙ୍କ ମନରେ ଏହି ପ୍ରଶ୍ନ ଆସିଛି କି , ମହିଳା କ୍ରିକେଟର ମାନେ କେମିତିକା ଗାର୍ଡର ବ୍ୟବହାର କରନ୍ତି । ତେବେ ଆଜି ଆମେ ଆପଣଙ୍କୁ ସେହି ବିଷୟରେ ଜଣାଇବୁ । ଆପଣ ଦେଖିଥିବେ ପୁରୁଷ ଖେଳାଳି ମାନେ ଗାର୍ଡ ବ୍ୟବହାର କରିଥାନ୍ତି । ହେଲେ ମହିଳା କ୍ରିକେଟର ମାନେ କଣ ଏହି ଗାର୍ଡ କୁ ବ୍ୟବହାର କରିଥାନ୍ତି କି ? ଏହି ପ୍ରଶ୍ନଟି କେବେ ନା କେବେ ଆପଣଙ୍କ ମନରେ ନିଶ୍ଚିତ ଭାବରେ ଉଙ୍କି ମାରିଥିବ ।

ତେବେ ପୁରୁଷ କ୍ରିକେଟ ଏବଂ ମହିଳା କ୍ରିକେଟ ମଧ୍ୟରେ ତଫାତ ବାଉଡ୍ରି, ବ୍ୟାଟର ସାଇଜ୍, ବଲ୍ ର ସାଇଜ୍ ଓ ସର୍କଲ୍ ର ସାଇଜ ଉପରେ କେବଳ ନିର୍ଭର କରି ନଥାଏ । ବରଂ ଆହୁରି ଅନେକ କିଛି ଜିନିଷ ଉପରେ ନିର୍ଭର କରିଥାଏ, ଯେପରିକି ପୁରୁଷ କ୍ରିକେଟରେ ଚେଷ୍ଟ ଗାର୍ଡ ଅଧିକ ବ୍ୟବହାର କରାଯାଇନଥାଏ କିନ୍ତୁ ମହିଳା କ୍ରିକେଟର ମାନଙ୍କ ପାଇଁ ଏହାର ବ୍ୟବହାର ନିହାତି ଜରୁରି ହୋଇଥାଏ ।

ସାଧାରଣତଃ ପୁରୁଷ ପ୍ଲେଏର ମାନେ ଚେଷ୍ଟ ଗାର୍ଡର ବ୍ୟବହାର କରୁନଥିଲା ବେଳେ , ମହିଳା ପ୍ଲେଏର ମାନେ ଏହାକୁ ଅଧିକ ମାତ୍ରାରେ ବ୍ୟବହାର କରିଥାନ୍ତି । କିନ୍ତୁ ପୁରୁଷ କ୍ରିକେଟର ଯେଉଁ ଗାର୍ଡ ବ୍ୟବହାର କରନ୍ତି ଆପଣ ଭାବୁଥିବେ ମହିଳାଙ୍କ ପାଇଁ ଏହା ଆବଶ୍ୟକ ହେଉନଥିବ ।

ଆଜ୍ଞ ନାଁ ଏପରି କୌଣସି କଥା ନାହିଁ ମହିଳାମାନେ ମଧ୍ୟ ଗାର୍ଡର ବ୍ୟବହାର କରିଥାନ୍ତି । କାହିଁକି ନାଁ ମହିଳାଙ୍କ ବି ବ୍ଲଡ ଏବଡୋମେନର ରକ୍ଷା ଜରୁରୀ ହୋଇଥାଏ । ତେଣୁ ସେମାନଙ୍କ ପାଇଁ ବନା ଯାଇଥାଏ ସ୍ୱତନ୍ତ୍ର ଫିମେଲ୍ ଗାର୍ଡ, ଏହି ଫିମେଲ ଗାର୍ଡ ରେସଲର ମାନେ ଯେପରି ଗାର୍ଡ ପିନ୍ଧିଥାନ୍ତି ସେପରି ହୋଇଥାଏ ଯାହାକୁ ଏବଡୋମେନ ପ୍ରୋଟେକଟେଟ୍ କୁହାଯାଏ। ଏହି ଗାର୍ଡର ଭିତର ଭାଗ ନରମ ହୋଇଥାଏ ଏବଂ ବାହାର ଟାଣ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।