ହଁ ଦର୍ଶକ ବନ୍ଧୁ ଆଜିକାଲି ଉଭୟ ପୁରୁଷ ଏବଂ ମହିଳାଙ୍କ ଠାରେ ରୂପି ଏକ ସାଧାରଣ ସମସ୍ୟା ଭାବେ ଦେଖା ଯାଉଛି | ତେବେ ଏହାକୁ ନେଇ ଆଜିର ଯୁବ ପିଢ଼ି ମାନେ ଅନେକ ସମୟରେ ଚିନ୍ତା ରେ ଥିବା ମଧ୍ୟ ଦେଖା ଯାଉଛି | ଆଉ ଯାହା ଯୋଗୁ ଆମ ଯୁବ ପିଢ଼ି ମାନେ ଅନେକ ସମୟରେ ଚିନ୍ତିତ ଥାଆନ୍ତି | ତେବେ ବିଶେଷ କରିକି ଶୀତ ଦିନ ଏହିଭଳି ସମସ୍ୟା ମାନ ବେଶୀ ଦେଖା ଦେଇଥାଏ | ତେବେ କାହିଁକି ଏହି ରୂପି ସମସ୍ୟା ଦେଖା ଦେଇ ଥାଏ ଏହା ସାଧାରଣ ରୂପି ନା କୌଣସି ରୋଗ | ଯଦି ଏହା ରୂପି ସମସ୍ୟା ତାହାଲେ ଏହାକୁ କିପରି ଦୂର କରିବେ | ଆସନ୍ତୁ ସେ ବିଷୟରେ ଜାଣିବା ବିଷୟରେ ଜାଣିବା |
ରୂପି ହେବାର କାରଣ କଣ :-
ତେବେ ବନ୍ଧୁଗଣ ଏହି ରୂପି ସମସ୍ୟା ସାଧାରଣତଃ ଶୀତ ଦିନ ରେ ବେଶୀ ଦେଖା ଯାଇଥାଏ | ଏହା ଆପଣଙ୍କ ମୁଣ୍ଡରେ ଧଳା ରଙ୍ଗର ମଇଳା ଭଳି ଦେଖା ଯାଏ | ମୁଣ୍ଡ ଆପଣଙ୍କ ନଖରେ କୁଣ୍ଡାଇଲା ବେଳେ ନଖ ରେ ମଳି ଜମା ହେବା ପରି ଦେଖା ଯାଏ | ଏହା ସହିତ ମୁଣ୍ଡ କୁଣ୍ଡାଇଲା ବେଳେ ଆପଣଙ୍କ ଡ୍ରେସ ରେ ଦାନା ଦାନା ପରି ପଡିବା ରେ ଦେଖା ଯାଏ | ତାହାଲେ ଆପଣ ଜାଣିନେବେ ଯେ ଆପଣଙ୍କର ରୂପି ସମସ୍ୟା ଅଛି ବୋଲି |ଦର୍ଶକ ବନ୍ଧୁ ରୂପି ହେବାର ପ୍ରଥମ କାରଣ ହେଉଛି ପରିବେଶ | ଗରମ ଦିନରେ ଏହା ବେଶୀ ଦେଖା ଯାଏ ନାହିଁ, ଶୀତ ଦିନରେ ଏହା ବେଶୀ ଦେଖା ଯାଏ |
ରୂପି କୌଣସି ଚର୍ମ ରୋଗର କାରଣ କି? :-
ତେବେ ଯାହା କୁହାଯାଉଛି କି ଏହା ରୁପି ଜନିତ ସମସ୍ୟା କୌଣସି ଚର୍ମ ରୋଗ ନୁହେଁ | ଏହାକୁ ଚିକିତ୍ସା କରିବା ବେଳେ ଏହା ପ୍ରତି ଧ୍ୟାନ ଦେବା ଉଚିତ | ଏହା ଆଖି ପତା ରେ, କାଖ ରେ ମଧ୍ୟ ଦେଖା ଯାଇଥାଏ | ତେବେ ଏହା ଆସି ପୁଣି ଚାଲି ଯାଇଥାଏ ବୋଲି କୁହାଯାଏ |
ରୂପି ଦୂର ହେବ କିପରି :-
ଏହା ସାଧାରଣ ଛୋଟ ପିଲାଙ୍କ ର ବେଶୀ ଦେଖା ଯାଏ | ଯେମିତି ଏକ ବର୍ଷ ପିଲା ଙ୍କ ର ଏହା ବେଶୀ ଦେଖା ଯାଏ | ଏହା ତାପରେ ଏକ ରୁ ଦୁଇ ବର୍ଷ ମଧ୍ୟରେ ପୁଣି ଚାଲିଯାଏ | ତେଣୁ ଏହାକୁ ମା ମାନେ ତେଲ ଲଗାଇ ଏହାର ଚିକିତ୍ସା କରୁଥିଲେ | ଏହା ହରମନ ପ୍ରଭାବରେ ମଧ୍ୟ ହେଇଥାଏ | ଯଦି ଏହା ବାରମ୍ବାର ଦେଖା ଯାଏ ତାହାଲେ ଆପଣ ଡାକ୍ତର ଙ୍କ ପାଖକୁ ଯାଇ ଏହାର ଚିକିତ୍ସା କରନ୍ତୁ | ତେଣୁ ଏ କ୍ଷେତ୍ର ଆଣ୍ଟି ଡ଼େଣ୍ଡରଫ ସାବୁନ, ଆଣ୍ଟି ଫାଙ୍ଗଲସ ବ୍ୟବହାର କରନ୍ତୁ
ରୂପି ଯୋଗୁଁ କେଶ ଝୋଡ଼ି ଥାଏ କି? :-
ତେବେ ଯାହା କୁହାଯାଉଛି କି ଆମ ମୁଣ୍ଡରେ ଧୂଳି ଜମିବା ଦ୍ୱାରା ଆମ କେଶର ଯେଉଁ ଫଲିକାଲ ଥାଏ ତାହା ରକ୍ତ ସଂଚାଳନ କମ କରିଦେଇଥାଏ ସେଥିପାଇଁ ପାଇଁ ଆମ କେଶ ଝୋଡ଼ିବା ଆରମ୍ଭ ହେଇଥାଏ |
ଘରେଇ ଉପଚାର ରୂପି ଦୂର କରିଥାଏ କି?:-
ତେବେ ଯାହା କୁହାଯାଉଛି କି ଏହି ରୁପି ଜନିତ ସମସ୍ୟା ଆଜି ଦିନକର ନୁହେଁ | ତେଣୁ ସେତେବେଳେ ସେତେ ଡାକ୍ତର ଙ୍କ ବିନା ପରାମର୍ଶ ରେ ବି ଲୋକେ ରୂପି ସମସ୍ୟା ଦୂର କରୁଥିଲେ | ସେତେବେଳେ ସେମାନେ କେଶରେ ଲେମ୍ବୁ, ଭିନେଗାର ଆଦି ଲାଗନ୍ତି | ତେଣୁ ଯେଉଁମାନେ ଘରେଇ ଉପଚାର ଦ୍ୱାରା ଲାଭ ପାଇଛନ୍ତି ସେମାନଙ୍କ ଠାରୁ ପରାମର୍ଶ ନେଇ ଲଗାନ୍ତୁ | ଏମିତି ମୋବାଇଲ ଦେଖି ଏହାର ବ୍ୟବହାର କରନ୍ତୁ ନାହିଁ |
ତେବେ ଏହା ଥିଲା ରୂପି ଜନିତ ସମସ୍ୟାକୁ ଦୂର କରିବାର ସହଜ ଉପାୟ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।