Odisha News Portal

ଗାଈ କହିଥାଏ ଆପଣଙ୍କର ଭବିଷ୍ୟତ || କଣ ଶୁଭ ଓ କଣ ଅଶୁଭ ,ଜାଣନ୍ତୁ କେମିତି ?

0 51

ଭବିଷ୍ୟତ ସୂଚନା ପ୍ରଦାନ କରିଥାଏ ଗାଈ , କଣ ଶୁଭ ଏବଂ କଣ ଅଶୁଭ ତାହା କହିଥାଏ । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ମାଧ୍ୟମରେ କହିବୁ କି ଗାଈ ଦେଖିବା କେତେବେଳ ଶୁଭ ଏବଂ କେତେବେଳେ ଅଶୁଭ ହୋଇଥାଏ । ହିନ୍ଦୁ ଧର୍ମରେ ଗାଈକୁ ପୂଜାର୍ଚ୍ଚନା କରାଯାଇଥାଏ ଏବଂ ଗାଈର କ୍ଷୀର ଅମୃତ ସମାନ ହୋଇଥାଏ । ଗାଈ ଗୃହପାଳିତ ପଶୁ ହୋଇଥିବାରୁ ପ୍ରାୟ ସମସ୍ତଙ୍କର ଘରେ ଦେଖିବା ପାଇଁ ମିଳିଥାଏ ।

ପ୍ରତ୍ୟେକ ଗୃହପାଳିତ ପଶୁ ଯଥା ଗାଈ , କୁକୁର , ବିରାଡି , କେତେକ ବନ୍ୟ ଜନ୍ତୁ ଯଥା ବାଘ , ଭାଲୁ , ହରିଣ ଏବଂ ସିଂହ ଠାରୁ ଅନେକ ପ୍ରକାର ଭବିଷ୍ୟତର ସୂଚନା ମିଳିଥାଏ । ଏହି ସଂଙ୍କେତ ଆମ ଭବିଷ୍ୟତ ଜୀବନରେ ଶୁଭ ଏବଂ ଅଶୁଭର ସୂଚନା ପ୍ରଦାନ କରିଥାଏ । ଆଜି ଆମେ ଆପଣ ମାନଙ୍କୁ ଗାଈ ଦ୍ୱାରା ମିଳୁଥିବା କିଛି ସଂଙ୍କେତ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା କେତେବେଳେ ଗାଈ ଦେଖିବା ଶୁଭ ଏବଂ କେତେବେଳେ ଗାଈ ଦେଖିବା ଅଶୁଭ ହୋଇଥାଏ ।

1–ଭ୍ରମଣ ଉଦ୍ଦେଶ୍ୟରେ ଅଥବା କୌଣସି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଗୃହ ମଧ୍ୟରୁ ବାହାରିବା ସମୟରେ ଯଦି ପ୍ରଥମେ ଏକ ଗାଈ ଉପରେ ଆପଣଙ୍କର ପ୍ରଥମ ନଜର ପଡିଯାଏ , ତାହେଲେ ଆପଣଙ୍କର ଯାତ୍ରାର ଫଳ ଶୁଭ କାରକ ହୋଇଥାଏ । ଏହା ସହ ଆପଣ ମାନଙ୍କୁ ସୁସମ୍ବାଦ ମଧ୍ୟ ମିଳିଥାଏ ।

2–ସ୍ୱପ୍ନରେ ଯଦି ଆପଣ ମାନେ ଏକ ଧଲା ଗାଈକୁ ତାହାର ବାଛୁରୀ ସହ ଦେଖିବେ ତେବେ ସେହି ଦିନର ସମସ୍ତ କାର୍ଯ୍ୟରେ ଆପଣ ମାନେ କୃତକାର୍ଯ୍ୟ ହେବେ । ସ୍ୱପ୍ନରେ ଧଳାଗାଈ ଦେଖିବାର ଅନ୍ୟ ଏକ ଅର୍ଥ ହେଉଛି ଆପଣଙ୍କର ଉପରେ ସମସ୍ତ ଦେବାଦେବୀଙ୍କର ଆର୍ଶିବାଦ ରହିଛି । କାହିଁକିନା ଗୋମାତାଙ୍କର ଶରୀରରେ 33 କୋଟି ଦେବାଦେବୀ ବାସ କରିଥାନ୍ତି ।

3–ଯଦି ଆପଣ ମାନେ ଗାଈ ନିଜ ଘରେ ଖଇଛନ୍ତି ଏବଂ ଗାଈ ଆଖିରୁ ଲୁହ ଗଡୁଥିବାର ଦେଖୁଛନ୍ତି ତେବେ ଏହାର ଅର୍ଥ ଗୃହକର୍ତ୍ତା ଭୀଷଣ ଅସୁସ୍ଥ ହେବାର ସମ୍ଭାବନା ରହିଥାଏ । ତେବେ ଆପଣ ମାନେ ଏପରି ପରିସ୍ଥିତିରେ ନିଜର ଆରାଧ୍ୟାଙ୍କୁ ସ୍ମରଣ କରନ୍ତୁ ।

4–ଯଦି ଆପଣ ମାନେ ଗାଈ ଚାରିପଟେ ଅନେକ ମାଛି ବା କୁକୁର ଗୋଡୁଥିବାର ଦେଖିବେ ତେବେ ଏହାର ଅର୍ଥ ସେଦିନ ନିଶ୍ଚିତ ରୂପରେ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ।

5–ଯଦି ସୂର୍ଯ୍ୟ ଉଦୟ ପରେ ଗୋଟିଏ ଗାଈ ଏବଂ ତାର ବାଛୁରୀ ବିନା ଡାଙ୍ଗରାରେ ଦ୍ୱାର ଆଗରେ ଛିଡା ହୋଇଥାଏ , ତେବେ ଏହା ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ । ତେଣୁ ଆପଣ ମାନେ ଗାଈକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ ।