New Twist – ପୁଣି କୋର୍ଟ ରେ ହାଜର ହେଲେ ହନିଟ୍ରାପ କୁଇନ ଅର୍ଚନା ନାଗ ..ଦେଖନ୍ତୁ video

ସାରା ରାଜ୍ୟରେ ଏବେ ଲେଡୀ ବ୍ଲାକ ମେଲର୍ ଅର୍ଚ୍ଚନା ନାଗଙ୍କୁ ନେଇ ଚର୍ଚ୍ଚା ଚାଲିଛି। ଦିନକୁ ଦିନ ଗୋଟିଏ ପରେ ଗୋଟିଏ ରହସ୍ୟ ଖୋଲି ବାରେ ଲାଗିଛି। ଆଉ ଏହି ଘଟଣା ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି। ଆଉ ଏ ମାମଲାରେ ଅଧିକ ଖୋଳତାଡ ମଧ୍ୟ ଜାରି ରଖିଛି ଇଡି। ତେବେ ଅଧିକ ତଦନ୍ତ ପାଇଁ ଗତ କିଛି ଦିନ ଧରି ଇଡି ସୁନ୍ଦରୀ ଅର୍ଚ୍ଚନା ନାଗ ଆଉ ଇଡି ରିମାଣ୍ଡରେ ନେଇ ଅର୍ଚ୍ଚନାଙ୍କୁ ପଚରା ଉଚରା ଜାରି ରଖିଥିଲା। ଆଉ ସୋମବାର ରିମାଣ୍ଡ ର ଅବଧି ଶେଷ ହେବା ପରେ ଅର୍ଚ୍ଚନା ନାଗ ଙ୍କୁ ପୁଣି କୋର୍ଟ ରେ ହାଜର କରାଇଛି ଇଡି।

ତେବେ ଲେଡୀ ବ୍ଲାକ ମେଲର୍ ଅର୍ଚ୍ଚନା ନାଗଙ୍କୁ କୋର୍ଟକୁ ନେବା ସମୟର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅର୍ଚ୍ଚନା ନାଗଙ୍କୁ କୋର୍ଟ କୁ ନିଆ ଯାଇଛି। ଯାହାର ଭିଜୁଆଲ ଆପଣ ମାନେ ଦେଖି ପରୁଥିବେ କିଭଳି ଭାବରେ ଅର୍ଚ୍ଚନା ନାଗଙ୍କୁ ଇଡି କାର୍ଯ୍ୟାଳୟରୁ ସିଧା ସଳଖ ଭାବେ କୋର୍ଟ କୁ ନିଆ ଯାଉଛି।

ତେବେ ଆପଣ

ମାନେ ଜାଣିଥିବେ କି କିଭଳି ଭାବେ ଅର୍ଚ୍ଚନା ଲୋକ ମାନଙ୍କୁ ବ୍ଲାକମେଲ୍ କରୁଥିଲେ ଆଉ ଲକ୍ଷ ଲକ୍ଷ ଟଙ୍କାର ଡିଲ କରୁଥିଲେ। ଆଉ ଏହି ମାମଲାରେ ଇଡି ଅଧିକ ତନାଘନା ପାଇଁ ପ୍ରଥମେ ଅର୍ଚ୍ଚନା ନାଗଙ୍କୁ ସାତ ଦିନିଆ ରିମାଣ୍ଡରେ ନେଇଥିଲା। କିନ୍ତୁ ପ୍ରଥମ ପର୍ଯ୍ୟାୟ ରେ ଅର୍ଚ୍ଚନା କିଛି ବି ମୁଁହ ଖୋଲି ନଥିଲେ କି ବିଶେଷ ତତ୍ୟ ଦେଇ ନଥିଲେ। ଏହା ପରେ ଇଡି ପୁଣିଥରେ ସାତ ଦିନ ପାଇଁ ଅର୍ଚ୍ଚନା ନାଗଙ୍କୁ ରିମାଣ୍ଡ ରେ ନେଇ ଥିଲା। ଆଉ କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ ବି ମୁହଁ ଖୋଲି ନଥିଲେ ସୁନ୍ଦରୀ ଅର୍ଚ୍ଚନା ନାଗ।

ଦ୍ୱିତୀୟ ପର୍ଯ୍ୟାୟରେ ଇଡି କେବଳ ଅର୍ଚ୍ଚନାଙ୍କୁ ନୁହେଁ ସ୍ବାମୀ ଜଗବନ୍ଧୁ ଓ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କୁ ନେଇ ମଧ୍ୟ ପଚରା ଉଚରା ଆରମ୍ଭ କରିଥିଲା। ସମସ୍ତଙ୍କୁ ସାମ୍ନାସାମ୍ନୀ ମଧ୍ୟ ଜେରା କରା ଯାଇଥିଲା କିନ୍ତୁ ଇଡି କିଛି ବିଶେଷ ତଥ୍ୟ ପାଇ ପାରି ନଥିଲା। ପୂର୍ବପରି ମଧ୍ୟ ନିରାଶ ହୋଇଥିଲା ଇଡି। ତେବେ ଦ୍ଵିତୀୟ ପର୍ଯ୍ୟାୟର ଅବଧି ଶେଷ ହେବା ପରେ ଇଡି ଆଜି ଅର୍ଚ୍ଚନା ନାଗଙ୍କୁ ଆଣି କୋର୍ଟ ରେ ହଜାର କରିଛି। ଏହା ସହିତ ଅର୍ଚ୍ଚନାଙ୍କୁ ତୃତୀୟ ଥର ରିମାଣ୍ଡରେ ନେବା ପାଇଁ ଆବେଦନ କରିବ ଇଡି ବୋଲି ସୂଚନା ମିଳିଛି। ତେବେ ଦେଖିବାକୁ ବାକି ରହିଲା ତୃତୀୟ ପର୍ଯ୍ୟାୟରେ ଇଡି ଅର୍ଚ୍ଚନାଙ୍କ ଠାରୁ ସତ ସାମ୍ନାକୁ ଆଣି ପାରୁଛି ନା ପୂର୍ବ ପରି ନିରାଶ ହେଉଛି ଯାହା ଉପରେ ସମସ୍ତଙ୍କ ନଜର ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment