କୋର୍ଟର ଐତିହାସିକ ନିଷ୍ପତି ! ସ୍ବାମୀଙ୍କର ଭରପୋଷଣ ପାଇଁ ଏବେ ସ୍ତ୍ରୀ ଦେବେ ଟଙ୍କା !ଜାଣନ୍ତୁ କାହିଁକି ଏମିତି ନିଷ୍ପତି ନିଆଗଲା. , କଣ ଆପଣ ଙ୍କ ମତରେ ଏହା ସଠିକ୍ କି ?

ଫ୍ୟାମିଲି କୋର୍ଟଙ୍କ ଐତିହାସିକ ନିଷ୍ପତି । ସ୍ତ୍ରୀ ଭଳି ଏବେ ସ୍ବାମୀ ମଧ୍ୟ ପାଇବେ ଭରଣ ପୋଷଣ ଭତ୍ତା । ସ୍ମାମୀଙ୍କ ଚଳିବା ଲାଗି ଏଣିକି ପତ୍ନୀ ଭରିବେ ପଇସା । ତେବେ ଚାଲନ୍ତୁ ଜାଣି ନେବା କଣ ରହିଛି ସଂମ୍ପୂର୍ଣ୍ଣ ଅପଟେଡ । କିନ୍ତୁ ସେଥିପାଇଂ ଆପଣ ମାନେ ଆମର ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଭାବରେ ଥରେ ପଢନ୍ତୁ । ତେବେ ଚାଲନ୍ତୁ ଆରମ୍ଭ କରିବା ।ସ୍ବାମୀଙ୍କର ଭରଣ ପୋଷଣ ପାଇଁ ବି ମିଳିବ ଭତ୍ତା ଆଉ ଏହି ଭତ୍ତା ଦେବେ ଖୁଦ୍ ଆବେଦନ କାରୀଙ୍କର ପତ୍ନୀ । ଆଉ ଏ କଥା ଆମେ କହୁ ନାହୁଁ ବରଂ ଏକ ମାମଲାର ଶୁଣାଣି ବେଳେ ଏଭଳି ଏକ ଐତିହାସିକ ନିଷ୍ପତି ଶୁଣାଇ ଛନ୍ତି ଉତ୍ତର ପ୍ରଦେଶ ମୁଜାଫର ନଗରରେ ଥିବା ଗୋଟିଏ ଫ୍ୟାମିଲି କୋର୍ଟ ।

ତେବେ ଜାତୀୟ ଗଣ ମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ୟୁପିର କିଶୋରୀ ଲାଲ ନାମକ ଜଣେ ବ୍ୟକ୍ତି ବିଗତ 30 ବର୍ଷ ପୂର୍ବେ ମୁନି ଦେବୀଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇ ଥିଲେ । ମାତ୍ର ବିବାହର କିଛି ଦିନ ପରେ ହିଁ ଉଭୟଙ୍କ ମଧ୍ୟମରେ କୌଣସି କାରଣରୁ ବିବାଦ ସୃଷ୍ଟି ହୋଇ ଥିଲା ।

ଯେଉଂ କାରଣରୁ ଦୁହେଁ ପରସ୍ପର ଠାରୁ ଅଲଗା ହୋଇ ଯାଇ ଥିଲେ । ତେବେ ସେ ସମୟରେ କିଶୋରୀ ଲାଲ ଙ୍କ ପତ୍ନୀ ମୁନୀ ଦେବୀ କାନପୁର ସ୍ଥିତ ଇଣ୍ଡିଆନ୍ ଆର୍ମିର ଜଣେ ଚତୁର୍ଥ ଶ୍ରେଣୀର କର୍ମଚାରୀ ଥିଲେ । ତେବେ ବର୍ତ୍ତମାନ ସେ ଚାକିରି ରୁ ଅବସର ନେଇ ସାରି ଥିବା ବେଳେ ପେନସନ ବାବଦକୁ ମିଳୁ ଥିବା 12,000 ଟଙ୍କାର ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ।

ଏପଟେ କିଶୋର ଲାଲ ମଧ୍ୟ ଚା ଦୋକାନ ଟିଏ କରି ନିଜେ ନିଜର ପେଟ ପୋଷୁଛନ୍ତି । ତେବେ ଗତ 7 ବର୍ଷ ପୂର୍ବେ କିଶୋର ଲାଲ ଫ୍ୟାମିଲି କୋର୍ଟର ଦ୍ବାରସ୍ଥ ହୋଇ ଥିଲେ । କାହିଁକି ନାଁ ନିଜର ଦୟନୀୟ ଅବସ୍ଥାର ଭରଣ ପୋଷଣ ପାଇଁ ନିଜର ପତ୍ନୀଙ୍କ ଠାରୁ ମାସିକ ଭତ୍ତା କୋର୍ଟ ସମ୍ମୁଖରେ ଆବେଦନ କରି ଆକୁଳ ନିବେଦନ ମଧ୍ୟ କରି ଥିଲେ ।

ତେବେ ଏହି ମାମଲାର ଶୁଣାଣି ବେଳେ ଫ୍ୟାମିଲି କୋର୍ଟ କିଶୋର ଲାଲ ଙ୍କ ପତ୍ନୀ ମୁନୀ ଦେବୀଙ୍କୁ ସ୍ବାମୀ କିଶୋରୀ ଲାଲଙ୍କ ଚଳିବା ପାଇଂ ମାସିକ 2 ,000 ଟଙ୍କା ଲେଖାଏଁ ଭରଣ ପୋଷଣ ଭତ୍ତା ବାବଦକୁ ଦେବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେବେ ଏପରି ପରିସ୍ଥିତିରେ ପତ୍ନୀ ମୁନୀ ଦେବୀଙ୍କୁ କୋର୍ଟ ର ଶୁଣାଣିକୁ ବା ଆଦେଶକୁ ମାନିବାକୁ ବାଧ୍ୟ ଏବଂ ନିଜର ପେନସନ ଭତ୍ତା ବାବଦରେ ପାଉ ଥିବା 12 ହଜାର ଟଙ୍କାରୁ ସ୍ବାମୀ କିଶୋର ଲାଲ ଙ୍କୁ 2 ହଜାର ଟଙ୍କା ଦେବାକୁ ପଡିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment