Odisha News Portal

କରୋନା ର ନୂଆ ଷ୍ଟ୍ରେନ ! ଏପରି ଲୋକଙ୍କ ଠାରେ କରୋନାର ଗମ୍ଭୀର ରୂପ ସହ ମୃତ୍ୟୁ ଆଶଙ୍କା ଅଧିକ, ଜାଣି ରଖନ୍ତୁ ନଚେତ ପସ୍ତେଇବେ

ପୁଣିଥରେ ଚିନ୍ତା ବଢ଼ାଇଲାଣି କରନା ସଂକ୍ରମଣ।ଆମ ଦେଶରେ କରୋନା ସଂକ୍ରମଣ ଏବେ ସବୁ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି। ଆପଣ ଜାଣିଛନ୍ତି ଦେଶର ସଂକ୍ରମଣ ର ଦ୍ଵିତୀୟ ଲହର ଆରମ୍ଭ ହୋଇ ଯାଇଛି। ଆଉ ଏହି କରୋନା ଭାଇରସର ଦ୍ୱିତୀୟ ଲହର ପୂର୍ବ ଅପେକ୍ଷା ଅଧିକ ଭୟଙ୍କର ହେବାରେ ଲାଗିଛି। ଡାକ୍ତରଙ୍କ କହିବାନୁସାରେ, ନୂଆ କରୋନା ଷ୍ଟ୍ରେନ୍ କେବଳ ଅଧିକ ମାତ୍ରାରେ ସଂକ୍ରମଣ ହେଉଛି ଲୋକଙ୍କୁ ଆକ୍ରାନ୍ତ କରୁଛି ତାହା ନୁହେଁ ବରଂ ଅନେକ ଗମ୍ଭୀର ଲକ୍ଷଣ ମଧ୍ୟ ଏଥିରେ ଦେଖାଯାଉଛି। ଯାହା ଜାଣିବା ନିହାତି ଦରକାର। କାରଣ ଏହା ଠିକ୍ ସମୟରେ ନ ଜାଣି ପାରିଲେ ପରବର୍ତ୍ତୀ ସମୟରେ ଏହା ଅଧିକ ସମସ୍ୟା ସୃଷ୍ଟି କରିବ।

ଆଉ ଏହି ସମୟରେ କିଛି ଲୋକ ନିଜ ଘରେ ରହି ଏହାର ଚିକିତ୍ସା କରି ସୁସ୍ଥ ହେଉଥିବା ବେଳେ ଆଉ କିଛି ଲୋକଙ୍କ ସ୍ଥିତି ଗମ୍ଭୀର ହେବା ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି ଏବଂ ଚିକିତ୍ସା କରା ଯାଉଛି।ତେବେ ଆପଣଙ୍କୁ କହି ରଖୁଛୁ ଯାହା ଡାକ୍ତର ଏବଂ ବିଶେଷଜ୍ଞ ମାନଙ୍କ ମତ ରହିଛି ଯେ,କରୋନା ସଂକ୍ରମଣ ବଢ଼ୁଥିବା ସମୟରେ ଯଦି ଆପଣଙ୍କ ଠାରେ ଏହି ସବୁ ଲକ୍ଷଣ ଦେଖାଯାଏ, ତେବେ ତୁରନ୍ତ ମେଡିକାଲ ଯାଆନ୍ତୁ ଏବଂ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଏଥିରେ ଆଦୌ ବିଳମ୍ବ କରିବା ଆପଣଙ୍କ ପାଇଁ ବିପଦ।

୧) ଥଣ୍ଡା ଓ ଜ୍ଵର ଲାଗି ରହିବା।

୨) ଛାତିରେ ଯନ୍ତ୍ରଣା ଅନୁଭବ କରିବା।

୩) ଶରୀରରେ ଅମ୍ଳଜାନ ସ୍ତର ହ୍ରାସ ହେବା

୪) ଶ୍ୱାସକ୍ରିୟାରେ ଅନିୟମିତତା ବା ଅସୁବିଧା ହେବା।

୫) ସ୍ଵାଦ ବା ସୁଗନ୍ଧ ଜାଣି ନ ପାରିବା।

୬) ଅସ୍ବାଭାବିକ ଭାବରେ ଦେହ ପୀଡ଼ା ହେବା।

ତେଣୁ ଯଦି ଆପଣଙ୍କ ପାଖରେ ଉପରୋକ୍ତ ଲକ୍ଷଣ ଗୁଡ଼ିକ ପ୍ରକାଶ ପାଉଛି ତେବେ ଆପଣ କରନା ପରୀକ୍ଷା ଅବଶ୍ୟ କରି ନିଅନ୍ତୁ। ଯଦି ଆପଣ କରନା ରେ ଆକ୍ରାନ୍ତ ହୋଇଥାନ୍ତି ତେବେ ଡାକ୍ତର ଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରନ୍ତୁ ଏବଂ ଉପଯୁକ୍ତ ଚିକିତ୍ସା ପ୍ରଣାଳୀ ରେ ନିଜକୁ ନିୟୋଜିତ କରନ୍ତୁ। ସବୁଠାରୁ ବଡ଼ କଥା ହେଲା କରୋନା ସଂକ୍ରମିତ ହେଲେ ଶରୀରର ଅମ୍ଳଜାନ ସ୍ତର ଯଥେଷ୍ଟ କମିଯାଏ। ଏହାର କାରଣ ହେଉଛି କରୋନା ସଂକ୍ରମିତ ରୋଗୀଙ୍କ ଫୁସଫୁସର ଏୟାର ବ୍ୟାଗରେ ଫ୍ଲୁଡ୍ ଭରି ହୋଇ ଯାଇଥାଏ। ଯେଉଁ ପାଇଁ ଶରୀରରେ ଅମ୍ଳଜାନ ସ୍ତର ଯଥେଷ୍ଟ ହ୍ରାସ ହେବାକୁ ଲାଗିଥାଏ। ତେଣୁ ଏଭଳି ପରିସ୍ଥିତିରେ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି ହେବା ଅତ୍ୟନ୍ତ ଜରୁରୀ ଅଟେ।

ପୁଣି ଥରେ ଆପଣଙ୍କୁ କହି ରଖୁଛୁ ଏହାକୁ ଆପଣ ହାଲକା ଭାବରେ ଗ୍ରହଣ କରନ୍ତୁ ନାହିଁ। ସବୁବେଳେ ନିଜକୁ ସୁରକ୍ଷିତ ରଖନ୍ତୁ।୬ ଫୁଟ ର ଦୂରତା ବଜାୟ ରଖନ୍ତୁ। ମାସ୍କ ପିନ୍ଧିବା ସହିତ ଯଥା ସମ୍ଭବ ହାତକୁ ସାବୁନ୍ ପାଣିରେ ଧୁଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।