Odisha News Portal

ଦେଖନ୍ତୁ Viral ଭିଡ଼ିଓ :କରୋନା ଟିକା କେମିତି ବାଟ ମାରଣ ହଉଛି ଦେଖନ୍ତୁ, ସାମ୍ନାକୁ ଆସିଲା ଟିକା କେନ୍ଦ୍ରର ଏକ ସାଙ୍ଘାତିକ ଭିଡିଓ…

ସାରା ଦେଶରେ କରନା ମହାମାରୀ ସଂକ୍ରମଣ ଗୁରୁତର ରୂପ ଧାରଣ କରିଥିବା ବେଳେ ଏହାକୁ ନେଇ ପ୍ରଶାସନ ତାର ତତ୍ପରତା ଦେଖାଇ ଚାଲିଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଥି ନିମନ୍ତେ ବିହିତ ପଦକ୍ଷେପ ମାନ ଗ୍ରହଣ କରି ଚାଲିଛନ୍ତି। ତେବେ ଆମ ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ତଥାପି ବିପଦ ଏବେ ଯାଏଁ ସମ୍ପୂର୍ଣ୍ଣ ଭାବରେ ଟଳି ନାହିଁ। ଲୋକେ ଏବେବି ଏକ ଅନିଶ୍ଚିତତା ଦେଇ ଗତି କରୁଛନ୍ତି। ତେବେ ଏହାରି ଭିତରେ ଏହିଭଳି ଏକ ଭୟାନକ ରୋଗରୁ ମୁକ୍ତି ପାଇବା ପାଇଁ କରନା ଟୀକା ଏକ ବଡ଼ ଅସ୍ତ୍ର ଭାବରେ ସାବସ୍ତ୍ୟ ହୋଇଛି।

ଦେଶ ବ୍ୟାପୀ ଟୀକାକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଆହ୍ବାନ ଦିଆ ଯାଇଛି।ଆଉ ଏହି ସମୟରେ ଲୋକେ ଟୀକା ପାଇବା ପାଇଁ ଲମ୍ବା ଲାଇନ୍ କରୁଥିବା ଦେଖିବାକୁ ମିଳୁଛି। ଆଉ ଠିକ୍ ଏହି ସମୟରେ ଟୀକା କରଣ ରେ ଅବ୍ୟବସ୍ଥା ସାମ୍ନାକୁ ଆସିଛି। କେତେବେଳେ ଟୀକା କଳା ବଜାରି ହେଉଥିବା ନେଇ ସୂଚନା ଆସୁଥିବା ବେଳେ ପୁଣି କେତେବେଳେ ନିୟମ ଅନୁସାରେ ଘଣ୍ଟା ଘଣ୍ଟା ଲାଇନ୍ ରେ ଛିଡା ହୋଇ ମଧ୍ୟ ଲୋକଙ୍କୁ ଟୀକା ମିଳୁନାହିଁ। ତେବେ ଏବେ ଏକ ସେହିପରି ସମାନ ଘଟଣାର ଦୃଶ୍ୟ ସାମ୍ନାକୁ ଆସିଛି, ଯେଉଁ ଘଟଣାରେ ଦେଖିବାକୁ ମିଳିଛି ଯେ ଟୀକା ଦିଆ ଯାଉଥିବା କେନ୍ଦ୍ରରେ କେଉଁ ଭଳି ଭାବରେ ଅବ୍ୟବସ୍ଥା ହେଉ ଥିବାର ଅଭିଯୋଗ ହେଉଛି।

ଏଠାରେ ଜଣେ ସାଧାରଣ ବ୍ୟକ୍ତି ଟୀକା ନେବା ପାଇଁ ଲାଇନ୍ ରେ ଛିଡା ହୋଇ ଥିବା ବେଳେ ତାଙ୍କୁ ଟୀକା ଦେବା ପୂର୍ବରୁ ଆଉ ଅନ୍ୟ ଦୁଇ ବ୍ୟକ୍ତିଙ୍କୁ ଆଗୁଆ ଟୀକା କଣ ପାଇଁ ଦିଆ ଗଲା ସେ ନେଇ ପ୍ରଶ୍ନ ଉଠିଛି। ଯେଉଁ ଦୁଇ ଜଣ ବ୍ୟକ୍ତି ଆଗୁଆ ଟୀକା ନେବା ପାଇଁ ହକଦାର ହେଲେ ସେମାନେ କେତେବେଳେ ରେଜିଷ୍ଟ୍ରେସନ୍ କଲେ ଏବଂ କିପରି ତାଙ୍କର ରେଜିଷ୍ଟ୍ରେସନ୍ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ତେବେ ଏହି କଥାକୁ ନେଇ ବ୍ୟକ୍ତି ଜଣଙ୍କ ସେହି ସମୟର ଯୁକ୍ତି ତର୍କର ଏକ ଭିଡିଓ ନିଜ ଫୋନ ରେ ରେକର୍ଡ କରିଛନ୍ତି।ସେ ପଚାରୁଥିବା ପ୍ରଶ୍ନର ଉତ୍ତର କିନ୍ତୁ କେହି ଦେଉ ନାହାନ୍ତି।

ତାଙ୍କ କହିବା କଥା ହେଉଛି ରାତି ୪ଟା ସମୟରୁ ସେ ଆସି ସେଠାରେ ଟୀକା ନେବା ପାଇଁ ପୂର୍ବରୁ ରେଜିଷ୍ଟ୍ରେସନ୍ କରି ଲାଇନ୍ ଦେଇ ଛିଡା ହୋଇଥିବା ବେଳେ କାହିଁକି ଅନ୍ୟ ବ୍ୟକ୍ତି ଦୁଇଜଣଙ୍କୁ ସେଠାରେ ଆଗୁଆ ଟୀକା ଦିଆଗଲା ଯେଉଁମାନେ ପୂର୍ବରୁ ରେଜିଷ୍ଟ୍ରେସନ୍ କରି ନଥିଲେ କିମ୍ବା ଲାଇନ୍ ରେ ନଥିଲେ। ଏଥିରେ ଟୀକା କେନ୍ଦ୍ରରେ ଥିବା ଜଣେ ପୁରୁଷ ବ୍ୟକ୍ତି କହିଥିଲେ କି ଏମଏଲଏ କୋଟା ପାଇଁ ସେମାନଙ୍କୁ ଏହି ଟୀକା ଦିଆ ଯାଇଛି। ଏହାକୁ ନେଇ ପୁଣି ପାଟିତୁଣ୍ଡ ସେଠାର ଆରମ୍ଭ ହୋଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।