Odisha News Portal

କରୋନା ନ ଯାଉଣୁଁ ଆସିଲା ଆଉ ଏକ ନୂଆ ଭୂତାଣୁ ମଙ୍କି ପକ୍ସ, ଚିନ୍ତାରେ ବିଶ୍ୱବାସୀ, ଜାଣନ୍ତୁ କ’ଣ ଏହି ଭୂତାଣୁ ଏବଂ ଏହାର ଲକ୍ଷଣ…

ଏବେବି ଜାରି ରହିଛି କରନା ମହାମାରୀର ପ୍ରକୋପ। ଦେଶରୁ ଏବେବି ଟଳି ନାହିଁ ସଂକ୍ରମଣର ବିପଦ। ଲୋକେ ଏବେବି ଏକ ଭୟଭୀତ ଅବସ୍ଥାରେ ରହିଛନ୍ତି। କାରଣ ଏହି ସଂକ୍ରମଣ କାରଣରୁ ଅକାରଣ ରେ ଚାଲି ଯାଉଛି ଅନେକ ଜୀବନ। ସରକାରଙ୍କ ପକ୍ଷରୁ ଏଥିପାଇଁ ଅନେକ ଦୃଢ଼ ପଦକ୍ଷେପ ମାନ ମଧ୍ୟ ଗ୍ରହଣ କରା ଯାଉଛି। କିପରି ଭାବରେ ଟୀକାକରଣ ପ୍ରକ୍ରିୟାକୁ ବ୍ୟାପକ କରାଯାଇ ପାରିବ ତାହାକୁ ନେଇ ଏବେ ଗୁରୁତ୍ବ ଦିଆ ଯାଉଛି।ତେବେ ଏହାରି ଭିତରେ କରନା ମହାମାରି ର ଭୟ ଲୋକଙ୍କ ମନରୁ ଯାଇ ନଥିବା ବେଳେ ଆଉ ଏକ ମାରାତ୍ମକ ଭୂତାଣୁ ବିଶ୍ଵ ବାସୀଙ୍କୁ ଚିନ୍ତାରେ ପକାଇବାରେ ଲାଗିଛି।

ତେବେ ମିଳୁଥିବା ସୁଚନା ଅନୁସାରେ ଏହି ନୂଆ ଭୂତାଣୁ ଏବେ ବ୍ରିଟେନ ରେ ଚିହ୍ନଟ ହୋଇଛି। ବ୍ରିଟେନ ର ୱେଲ୍ସ ସହରରେ ଏହି ନୂଆ ଭୂତାଣୁ ର ମାମଲା ସାମ୍ନାକୁ ଆସିଛି। ସେଠାରେ ଲୋକ ମଙ୍କିପକ୍ସ ରୋଗର ଶିକାର ହେଉ ଥିବା କୁହା ଯାଉଛି।ଏହା ଏକ ନୂତନ ଭୂତାଣୁ ଜନିତ ରୋଗ।ଏହି ରୋଗ ଲୋକଙ୍କ କରନା ଭୂତାଣୁ ଜନିତ ଚିନ୍ତାକୁ ପୁଣି ଦ୍ଵି ଗୁଣିତ କରି ଦେଇଛି। ତେବେ ଆପଣଙ୍କୁ କହି ରଖୁଛୁ ଯେ ୱେଲ୍ସ ପବ୍ଲିକ ହେଲ୍ଥ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ଖବର ଅନୁସାରେ ଦୁଇ ଜଣଙ୍କ ଶରୀରରେ ଏବେ ଏହି ଭୂତାଣୁ ଥିବା ଚିହ୍ନଟ କରା ଯାଇଛି। ଯାହା ଏକ ବିରଳ ଘଟଣା ଭଳି ଲାଗୁଛି। କାରଣ ଏହି ଦୁଇଜଣ ଗୋଟିଏ ଘରେ ହିଁ ରୁହନ୍ତି। ତେବେ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ସେମାନେ ବିଦେଶରେ ଥିବା ବେଳେ ହିଁ ସଂକ୍ରମିତ ହୋଇଛନ୍ତି।

ତେବେ ଏହି ମଙ୍କିପକ୍ସ୍ ରୋଗ ଏକ ପୁରୁଣା ରୋଗ ଅଟେ। ଯାହା ଦକ୍ଷିଣ ଆଫ୍ରିକା ରେ ଦେଖାଯାଏ। କିନ୍ତୁ ଏବେ ବ୍ରିଟେନ ରେ ଏହାର ବିସ୍ତାର ସମସ୍ତଙ୍କୁ ଚିନ୍ତାରେ ପକାଇଛି।ଏହି ଭୂତାଣୁ ଶରୀରରେ ୧୪ ରୁ ୨୧ ଦିନ ପର୍ଯ୍ୟନ୍ତ ରହିଥାଏ। ଆଉ ସଂକ୍ରମିତ ହୋଇଥିବା ଏହି ଦୁଇ ବ୍ୟକ୍ତିଙ୍କୁ ଇଂଲଣ୍ଡ ର ଏକ ହସ୍ପିଟାଲ ରେ ଭର୍ତ୍ତି କରା ଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ଡିସ ଚାର୍ଜ ହୋଇଥିବା ବେଳେ ଆଉ ଜଣେ ଏବେବି ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି।

ମଙ୍କିପକ୍ସ ର ଲକ୍ଷଣ- ମୁଣ୍ଡ ଅଣ୍ଟା ବ୍ୟଥା, ମାଂସପେଶୀରେ କଷ୍ଟ, ଦେହ ହାତ ଫୁଲିଯିବା, ଜ୍ଵର ହେବା ମାତ୍ରେ ଶରୀରରେ ଦାନା ଆକୃତିର ହେବା। ପ୍ରଥମେ ଏହା ମୁହଁ ତାପରେ ଶରୀରର ଅନ୍ୟ ସ୍ଥାନକୁ ଏହି ଚିହ୍ନ ବ୍ୟାପୀ ଯାଇଥାଏ।

ମଙ୍କିପକ୍ସ ର ଚିକିତ୍ସା- ଏହି ରୋଗର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ।ଏହି ଭୂତାଣୁ ଜନିତ ରୋଗର ସଂକ୍ରମଣକୁ ରୋକିବା ପାଇଁ ସିଡୋଫୋଭିର ଟୀକା ST-246 ଏବଂ ଭେକ୍ସିନିଆ ଇମ୍ୟୁନୋ ଗ୍ଲୋବୁଲିନ (VIG) ଦ୍ୱାରା ନିୟନ୍ତ୍ରଣ ଭିତରକୁ ଅଣା ଯାଇ ପାରିବ ବୋଲି ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି)ର କହିବା କଥା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।