Odisha News Portal

କରୋନା ଟୀକାକୁ ନେଇ ଆସିଲା ବଡ ଖବର, ଟୀକା ନେବା ପରେ ଦେଖାଦେଲା ସାଇଡ୍ ଇଫେକ୍ଟ , ! ଖବରଟି ସଂମ୍ପୂର୍ଣ୍ଣ ପଢିସାରିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ….

0 39

କରୋନା ଟୀକାକୁ ନେଇ ଆସିଲା ବଡ ଖବର, ଟୀକା ନେବା ପରେ ଦେଖାଦେଲା ସାଇଡ୍ ଇଫେକ୍ଟ । ଦେଶରେ ଦୁଇ ଦିନ ମଧ୍ୟରେ ଦୁଇ ଲକ୍ଷ ରୁ ଅଧିକ ଲୋକଙ୍କୁ କରୋନା ଟୀକା ଦିଆ ଯାଇଛି । ଏହା ମଧ୍ୟରୁ 447 ଜଣଙ୍କ ମଧ୍ୟରେ ଟୀକାର ପ୍ରତିକୂଳ ପ୍ରଭାବ ଦେଖିବାକୁ ମିଳିଥିବା ସ୍ବାସ୍ଥ୍ୟ ମନ୍ତ୍ରଳାୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି 447 ଜଣଙ୍କ ମଧ୍ୟରୁ କେବଳ 3 ଜଣଙ୍କୁ ଟୀକା ଦିଆଯିବା ପରେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ପଡିଛି ।

ସ୍ବାସ୍ଥ୍ୟ ମନ୍ତ୍ରଳାୟ ଅତିରିକ୍ତ ସଚିବ ମନୋହର ଆହୁନାନୀ ଗଣ ମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, ସାରା ଦେଶରେ ଦୁଇ ଦିନ ମଧ୍ୟରେ 2 ଲକ୍ଷ 24 ହଜାର 301 ଜଣଙ୍କୁ କରୋନା ଟୀକା ଦିଆ ଯାଇଛି । ଏମାନଙ୍କ ମଧ୍ୟରୁ ଟୀକା ନେବା ପରେ 447 ଜଣଙ୍କ ଠାରେ ସାମାନ୍ୟ ଜ୍ବର ଏବଂ ମୁଣ୍ଡ ବ୍ୟଥା ଭଳି ପ୍ରତିକୂଳ ପ୍ରଭାବ ଦେଖିବାକୁ ମିଳିଛି ।

ଗତ କାଲି ଦେଶବ୍ୟାପି ଟୀକା କରଣ କରାଯାଇଥିବା ବେଳେ ଆଜି କେବଳ 6 ଟି ରାଜ୍ୟରେ ଟୀକା କରଣ କରା ଯାଇଥିଲା । ଆଜି 553 ଟି ଶେସନ୍ ରେ 17 ହଜାର 71 ଜଣଙ୍କୁ ଟୀକା ଦିଆଯାଇଛି । ସେହିପରି ଓଡିଶାରେ ଶିନାବର ଟୀକା କରଣର ପ୍ରଥମ ଦିନରେ 13 ହଜାର 980 ଜଣଙ୍କୁ ଟୀକା ଦିଆଯାଇଥିଲା ।

ଯାହାକି ଟାର୍ଗେଟ ର 85 ପ୍ରତିଶତ ଥିଲା । ବର୍ତ୍ତମାନ ଭ୍ୟାକ୍ସନି ବନ୍ଦ ରହିଛି ଏହା ପରେ ପୁଣି ଟୀକା କରଣ କାର୍ଯ୍ୟ ଆରମ୍ଭ କରାଯିବ କିନ୍ତୁ ଟୀକା ନେବା ପୂର୍ବରୁ ଲୋକମାନେ ହୋଇଛନ୍ତି ଭୟଭୀତ ।


ଏହି 447 ଜଣଙ୍କ ପାଖରେ ଦେଖା ଦେଇଥିବା କରୋନା ଟୀକାର ସାଇଡ୍ ଇଫ୍କେଟ୍ କୁ ନେଇ ଲୋକମାନେ ଆତଙ୍କିତ ହୋଇଛନ୍ତି । ସମସ୍ତେ ଭୟଭୀତ ହୋଇଛନ୍ତି ଯେ କରୋନା ଟୀକା ନେବା ପରେ ଯଦି ସ୍ବାସ୍ଥ୍ୟବସ୍ଥା ଖରାପ ହୁଏ ତ ଏଥି ପାଇଁ କିଏ ଦାୟୀ ହେବ ।

ଏହାକୁ ନେଇ କେନ୍ଦ୍ର ସରକାର ରୋକଠୋକ ଭାବରେ କହିଛନ୍ତି ଯେ କରୋନା ଟୀକା ପରେ ଯଦି କୋଣସି ଅସୁବିଧା ହୁଏ ତାହେଲେ ଏଥିପାଇଁ ସରକାର ଦାୟୀ ହେବେ ନାହିଁ । ତେଣୁ କରି ଯେଉଁମାନେ ଟୀକା ନେଉଛନ୍ତି ସେମାନେ ସ୍ବଇଚ୍ଛାରେ ଟୀକା ନିଅନ୍ତୁ ।

ଏହି ଘଟଣାକୁ ନେଇ ଟୀକା ନେବା ପାଇଁ ଲୋକମାନଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଟୀକା ନେଲେ କାଳେ କାହାର କିଛି ଅସୁବିଧା ହେବ । ବର୍ତ୍ତମାନ ପର୍ଯ୍ୟନ୍ତ ଦେଖା ଦେଇଥିବା ସାଇଡ୍ ଇଫ୍କେଟ୍ ଏତେ ଭୟଙ୍କର ନୁହେଁ ବୋଲି ମଧ୍ୟ ସୂଚନା ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରଳାୟ । ତେଣୁ ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଗକୁ ମଧ୍ୟ ଟୀକା କରଣ ଜାରି ରହିବ । ଏହି ସାଇଡ୍ ଇଫ୍କେଟ୍ ଦେଖା ଦେଇଥିବା 447 ଜଣଙ୍କ ମଧ୍ୟରୁ କାହାର ଅବସ୍ଥା ଗୁରୁତ୍ବର ହୋଇନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।