Odisha News Portal

ପୁଣି ଆସିଲା ନୂଆ ନିୟମ ! କଲେଜ କୁ ଗାଡି ଆଣି ପାରିବେନି ଛାତ୍ର ଛାତ୍ରୀ…. ଜାଣନ୍ତୁ ସମ୍ପୂର୍ଣ ନିୟମ ବିଷୟରେ…

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିଲେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ହେଉଛି କି କଲେଜ ପିଲାମାନେ ଏବେ ସ୍କୁଟି ବା ବାଇକ ନେଇକି କଲେଜ କୁ ଯାଇପାରିବେ ନାହିଁ | ଆଉ ଯଦି ସେମିତି କିଛି କରନ୍ତି ଆଉ କଲେଜ ର କର୍ତୃପକ୍ଷ ମାନଙ୍କର କଥା କୁ ନ ମାନନ୍ତି ତାହେଲେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଅନଲାଇନ ଓ ଅଫଲାଇନ ରେ ନୋଟିସ ଦିଆଯାଇଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ପିଲା ମାନଙ୍କର ସୁରକ୍ଷା ପାଇଁ ସେମାନେ କେମିତି ବିଭିନ୍ନ ପ୍ରକାରର ଅସୁବିଧା ର ସମ୍ମୁଖୀନ ନ ହେବେ, ଆଉ ଭଲରେ ପାଠ ପଢ଼ିକି ଘରକୁ ଯିବେ ସେଥିପାଇଁ କଲେଜ ର କର୍ମଚାରୀ ମାନେ ଏହିଭଳି ଗୋଟିଏ ପଦକ୍ଷେପ ନେଇଥିବା ର ଦେଖିବାକୁ ମିଳୁଛି | ତେବେ ଏହିଭଳି ନିୟମ କରାଯାଇଛି ଆମ ବାଲେଶ୍ୱର ଜିଲ୍ଲାର ଫକୀର ମହୋନ ଅଟୋନୋମାସ କଲେଜ ରେ | ଆଉ ଏହି ନିୟମ ଟି କେବଳ ଜୁନିୟର ପିଲା ମାନଙ୍କର ପାଇଁକି ହେଇଛି ବୋଲି କୁହାଯାଉଛି | ତେବେ ସିନିୟର ଙ୍କ ପାଇଁ ଏହି ନିୟମ ଟି ନୁହଁ ବୋଲି କୁହାଯାଇଛି |

ତେବେ ଏହି ନିୟମଟି ଏଫ ଏମ କଲେଜ ର ସ୍କୁଆଡ଼ ମାନେ ନେଇଛନ୍ତି | ଆଉ ତାଙ୍କର କହିବା କଥାକି 18 ବର୍ଷ ର କମ ପିଲା ମାନେ କଲେଜ କୁ ବେଆଇନ ଭାବରେ ବାଇକ ଓ ସ୍କୁଟି ନେଇକି କଲେଜ କୁ ଆସୁଛନ୍ତି | ଆଉ ଯେଉଁ ମାନଙ୍କର କି ଡ୍ରାଇଭିଙ୍ଗ ଲାଇସେନ୍ସ ନାହିଁ, ଆଉ ଯେଉଁଥିପାଇଁ ପାଠ ସହିତ ବିଭିନ୍ନ କାର୍ଯ୍ୟରେ ମଧ୍ୟ ସେମାନେ ବହୁତ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି | ଆଉ ପିଲାମାନେ କମେଣ୍ଟ ର ମଧ୍ୟ ଶିକାର ହେଉଛନ୍ତି | ଆଉ ଏହି କମେଣ୍ଟ ଯୋଗୁଁ ଝିଅ ଜଣଙ୍କର ମୃତ୍ୟୁ ହେବା କଥା ମଧ୍ୟ ଶୁଣିବାକୁ ମିଳିଛି | ଆଉ ଯେଉଁ ନିୟମକୁ କଲେଜ ତରଫରୁ ଅନଲାଇନ ଓ ଅଫଲାଇନ ଜରିଆରେ ଜଣେଇ ଦିଆଯାଇଛି ପିଲା ମାନଙ୍କୁ |

ତେବେ 1988 ମସିହା ଭାରତ ସରକାର ଙ୍କର ମଟର ଭେଇକିଲ ଆକ୍ଟ ଅନୁସାରେ ଏହି ନିୟମଟି କରାଯାଇଛି ବୋଲି କହିଛନ୍ତି ଅଧ୍ୟାପକ ଜଣଙ୍କ | ଆଉ ତାଙ୍କର କହିବା କଥା କି ଯେଉଁ ସବୁ ପୁଅ ପିଲା ମାନେ କମେଣ୍ଟ ମାରିକି ତାହା ସହିତ ହର୍ନ ବଜେଇକି ଝିଅ ପିଲା ମାନଙ୍କୁ ହଇରାଣ କରାଉଛନ୍ତି ଯାହା ପାଇଁ ଏହିଭଳି ଗୋଟିଏ ପଦକ୍ଷେପ ନିଆଯାଇଛି ବୋଲି କୁହାଯାଉଛି | ଆଉ ପିଲାମାନେ ମଧ୍ୟ ଏହି ନିୟମକୁ ସପୋର୍ଟ କରିଛନ୍ତି | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।