Odisha News Portal

ଦେଶବାସୀ ଙ୍କ ପାଇଁ ଖୁସି ଖବର ! କରୋନା ଭ୍ୟାକ୍ସନ୍ ଆସିବାକୁ ରହିଲା ମାତ୍ର କିଛି ସପ୍ତାହ ..ଖବର ଟି ପଢିବା ପରେ ଆପଣ ମଧ୍ୟ ଖୁସି ହେବେ ?

0 5

ଆପଣ ମାନେ ତ ଜାଣିଛନ୍ତି କରୋନାର ପ୍ରକୋପ ଏବେ ଅଦିକ ମାତ୍ରାରେ ଦେଖିବାକୁ ମିଳୁଛି , ତେବେ ଧୀରେ ଧୀରେ ଏହାର ପ୍ରଭାବ କମିଥିଲେ ମଧ୍ୟ କରୋନାର ଦ୍ୱିତୀୟ ଲହରୀ ଏବେ କିଛି ରାଜ୍ୟରେ ଆତଙ୍କ ସୃଷ୍ଟି କରିଦେଇଛି । ତେବେ ଏବେ ସମସ୍ତଙ୍କ ମନରେ କେବଳ ଗୋଟିଏ ଆଶା କି କେବେ କରୋନାର ଟୀକା ଭାରତକୁ ଆସିବ । କାହିଁକିନା ଆସନ୍ତା ସପ୍ତାହରେ ବ୍ରିଟେନରେ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ତେବେ ସମସ୍ତେ ଚାହିଁବସିଛନ୍ତି ଭାରତକୁ ଟିକା କେବେ ଆସିବ ଏବଂ ପ୍ରଥମେ କାହାକୁ ପ୍ରଦାନ କରାଯିବ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

ଭାରତକୁ ଟୀକା କେବେ ଆସିବ ଏବଂ କାହାକୁ ପ୍ରଥମେ ପ୍ରଦାନ କରାଯିବ ସେ ନେଇ ପ୍ରଧାନ ମନ୍ତ୍ରୀ ଏର ସର୍ବଦଳୀୟ ବୈଠକ କରିଥିଲେ ଏବଂ ଯେଉଁଥିରେ ସେ ଟୀକାକୁ ନେଇ କରି କିଛି କଥା କହିଛନ୍ତି । ଭ୍ୟାକସିନ ବିଶେଷଜ୍ଞଙ୍କ ସବୁଜ ସଙ୍କେତ ମିଳିବା ପରେ ଭାରତରେ କୋଭିଡ ଟିକାକରଣ ଆରମ୍ଭ ହୋଇଯିବ । ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ କରୋନା ଟିକାର ବିକାଶ ପାଇଁ ବୈଜ୍ଞନାକିମାନେ ଦିନ ରାତି ଲାଗିପଡିିଛନ୍ତି ।

ପ୍ରାୟ 8ଟିି ଟିକାର ପରୀକ୍ଷଣ ଏବେ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ରହିଛି । ତଥାପି ସାରା ବିଶ୍ୱ ସର୍ବାଧିକ ସୁରକ୍ଷିତ ଓ ସୁଲଭ ମୂଲ୍ୟର ଟିକା ଭାରତ ଆଣିବ ବୋଲି ଆଶା ବାନ୍ଧିିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ କହିଛନ୍ତି ଭାରତ କୋଭିଡ ଟିକା ନିର୍ମାଣର ନିକଟତର ହୋଇଛି । ଦେଶର ବୈଜ୍ଞାନିକମାନେ ଉତ୍ସାହିତ ଅଛନ୍ତି, ଆଗାମୀ କିଛି ସପ୍ତାହ ମଧ୍ୟରେ ଟିକା ମିଳିଯାଇପାରେ । ପ୍ରଧାନମନ୍ତ୍ରୀଙ୍କ ଏହି ବୟାନ ଲୋକଙ୍କ ମନରେ ଆଶ୍ୱସ୍ତି ଆଣି ଦେଇଛି ।

ଲୋକଙ୍କ ମନରେ ଉଠୁଥିବା ଏସବୁ ପ୍ରଶ୍ନର ଉତର ସର୍ବଦଳୀୟ ବୈଠକରେ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ପ୍ରଥମେ 1 କୋଟି ସ୍ୱାସ୍ଥ୍ୟକର୍ମୀ, ନର୍ସଙ୍କୁ ଟିକା ଦିଆଯିବ ତାପରେ 2 କୋଟି ପୋଲିସ ଓ ଅନ୍ୟ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯିବ ।

ତେବେ ପ୍ରଧାନମନ୍ତ୍ରୀଙ୍କର ଏହି ବୈଠକରେ ଓଡିଶା କେମିତି ଆଗେ ଟିକା ପାଇବ ସେ ନେଇ ଲକ୍ଷ୍ୟ ରଖିଛନ୍ତି ବିଜେଡି । ଓଡିଶାକୁ ଅଗ୍ରାଧିକାର ଭିତିରେ ପ୍ରାଥମିକତା ଦେବାକୁ ସର୍ବଦଳୀୟ ବୈଠକରେ ଦାବି କରିଛନ୍ତି ବିଜେଡି ସାଂସଦ । ତେବେ ବିଟ୍ରେନରେ ଟିକାକରଣ ଆସନ୍ତା ସପ୍ତାହରୁ ଆରମ୍ଭ ହେବ । ଏହା ସହ ଭାରତରେ ମଧ୍ୟ ବହୁତ ଶୀଘ୍ର ବିଁ ଏହି ଟୀକା ପ୍ରଦାନ କରାଯିବ । କାରଣ ଭାରତରେ ତିନେଟି ଟୀକାର ତୃତୀୟ ପ୍ରର୍ୟ୍ୟାୟ ଟ୍ରାଏଲ ଏବେ ଚାଲୁ ରହିଛି କେବଳ ବୈଜ୍ଞାନିକ ମାନେ ସବୁଜ ସଂଙ୍କେତ ପ୍ରଦାନ କଲେ ଟୀକାକରଣ ଆରମ୍ଭ ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।