ମାଲୟାଲମ୍ ଚଳଚିତ୍ର ଜଗତ ପାଇଁ ପୁଣି ଏକ ଦୁଖଃଦ ତଥା ଶୋକ ଖବର ଆସିଛି । ତେବେ ଗତ କାଲି ବିଳମ୍ବିତ ରାତିରେ ନିର୍ଦ୍ଦେଶକ ନରାନିପୁଜା ଶାନାଭାସଙ୍କ ପରଲୋକ ହୋଇ ଯାଇଛି । ତେବେ ଅଳ୍ପ ବୟସ ରୁ ହିଁ ସେ ଚିର ଦିନ ପାଇଁ ଏ ଦୁନିଆରୁ ବିଦାୟ ନେଇ ଗଲେ । ତାଙ୍କର ମୃତ୍ୟୁ ରେ ସାରା ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳାଇ ଦେଇଛି । ତେବେ ଏମି୍ତି ରେ ଦେଖି ବାକୁ ଗଲେ 2020 ମସିହାଟି ବହୁତ ଖରାପ ଚାଲି ଥିବାର ପ୍ରମାଣିତ ହୋଇଛି ।
କରୋନାର ଆତଙ୍କ ବର୍ତ୍ତମାନ ସାରା ବିଶ୍ବକୁ ତଥା ସାରା ଦେଶକୁ ଆତଙ୍କିତ ତଥା ଭୟଭୀତ କରି ରଖିଛି । ଏପରି ସମୟରେ ଆପଣ ମାନେ ଜାଣିଥିବେ ସାରା ଦେଶରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କର ବିୟୋଗ ଘଟିବା ଫଳରେ ତାହା ଗୋଟିଏ ଗୋଟିଏ ଅପୂରଣୀୟ କ୍ଷତି ପହଞ୍ଚାଇ ଦେଇଯାଉଛି ଭାରତକୁ । ଯାହାକୁ ପୂରଣ କରିବା ପାଇଂ ସକ୍ଷମ ହୋଇ ପାରୁ ନଥିବା ବେଳେ ପୁଣି ଗୋଟିଏ ଦୁଃଖଦ ଘଟଣା ଘଟିବାରେ ଲାଗିଛି ।
ଆଉ ନିକଟରେ ସମସ୍ତ ଫିଲ୍ମ ତଥା ଟିଭି ଜଗତ ପାଇଂ ମଧ୍ୟ ଏହି ବର୍ଷଟି ଆରମ୍ଭରୁ ବହୁତ ଖରାପ ପ୍ରମାଣିତ ହୋଇଛି । ଯାହା ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ତେବେ ଏପରି ପରିସ୍ଥିତିରେ ପୁଣି ଏକ ଦୁଃଖଦ ଖବର ଆସିଛି ମାଲୟାଲମ ଫିଲ୍ମ ଜଗତ ପାଇଁ । ଇଣ୍ଡଷ୍ଟ୍ରିରେ ଜଣକ ପରେ ଜଣେ କଳାକାର ଙ୍କ ବିୟୋଗ ସାରା ମାଲୟାଲମ୍ ଜଗତକୁ ଯେଉଁ କ୍ଷତି ତଥା ଶୋକ ସାଗରରେ ଭସାଇ ଦେଇ ଯାଉଛି ତାହା ଶବ୍ଦରେ କହିବା ସମ୍ଭବପର ନୁହେଁ । ତେବେ ପୁଣି ଇଣ୍ଡଷ୍ଟ୍ରି ପାଇଁ ଗୋଟିଏ ବହୁତ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ।
ତେବେ ଖବର ଅସୁଯାୟୀ , ଲୋକପ୍ରିୟ ମାଲୟାଲମ୍ ଚଳଚିତ୍ର ନିର୍ଦ୍ଦେଶକ ନରାନିପୁଜା ଶାନାଭାସ ଙ୍କ (naranipuzha-shanavas) ଗତ କାଲି ବିଲମ୍ବିତ ରାତ୍ରି ରେ ପରଲୋକ ହୋଇ ଯାଇଛି । ତେବେ ସେ କେଜି ହସ୍ପିଟାଲରେ ବୁଧବାର ରାତିରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଏବଂ ସମସ୍ତ ଙ୍କୁ ଶୋକ ସାଗର ରେ ଭସାଇ ଦେଇ ଚିର ଦିନ ପାଇଁ ଆଖି ବୁଜି ଦେଇଛନ୍ତି ।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବ ରୁ ସେ ତାଙ୍କର ଆଗାମୀ ଫିଲ୍ମ’ଗାନ୍ଧୀରାଜନ୍’ର ସୁଟିଂ କରୁ ଥିବା ସମୟ ରେ ହଠାତ୍ ସେ ହୃଦଘାତ ର ଶିକାର ହୋଇ ଥିଲେ । ଆଉ ସେଠା ରୁ ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରା ଯାଇ ଥିଲା । କିନ୍ତୁ ଗତ କାଲି ରାତି ରେ ତାଙ୍କ ର ବ୍ରେନ ଡେଡ୍ ବୋଲି ଡାକ୍ତର ଙ୍କ ଦ୍ବାରା ଘୋଷଣା କରା ଯାଇ ଥିଲା । ତେବେ ଫେସବୁକ୍ ପୋଷ୍ଟରେ ଏ ସମ୍ପର୍କ ରେ ସୂଚନା ଦେଇଛନ୍ତି ନିର୍ଦ୍ଦେଶକ ବିଜୟ ବାବୁ । ଆଉ ତାଙ୍କ ବିୟୋଗ ରେ ଏବେ ସେଠାରେ ଖେଳି ଯାଇଛି ଶୋକର ଲହରୀ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।