ଆଜି ଆମେ ଜାଣିବା ଚୁଟି ଝଡ଼ିବା ଏବଂ ରୁପି ଉଠିବା ଭଳି ସମସ୍ୟାରୁ କେମିତି ସବୁ ଦିନ ପାଇଁ ମୁକ୍ତି ପାଇବାର ସରଳ ତଥା ସହଜ ଘୋରଇ ଉପଚାର ବିଷୟରେ । ତେବେ ଆଜିକାଲି ବାଳ ଜନିତ ସମସ୍ୟା ଏକ ସାଧାରଣ ସମସ୍ୟା ଭାବେ ପରିଗଣିତ ହେଲାଣି । ଆଜିର ବ୍ୟସ୍ତ ବହୁଳ ଜୀବନରେ ସମସ୍ତେ ନିଜର କିମ୍ବା ନିଜ ଚୁଟିର ସଠିକ୍ ଭାବେ ଯତ୍ନ ନେଉ ନାହାନ୍ତି । ଖାଦ୍ୟପେୟ ଗ୍ରହଣରେ ସଂଯମତା ରହୁ ନାହିଁ । ବାୟୁମଣ୍ଡଳ,ଖାଦ୍ୟ ପଦାର୍ଥ,ଜଳ ସବୁ ଦୂଷିତ । ଯାହା ଫଳରେ ଅତ୍ୟାଧିକ ଚୁଟି ଝଡ଼ିବା, ଦୋ ମୁହାଁ ଚୁଟି,ରୁପି ପ୍ରଭୃତି ସମସ୍ୟା ଦେଖାଯାଏ । ଏଥିପାଇଁ ଅନେକ ପ୍ରକାର ଔଷଧର ବ୍ୟବହାର ମଧ୍ୟ କରିଥାଉ କିନ୍ତୁ ତାହା ମଧ୍ୟ ବେଳେବେଳେ ସମସ୍ୟାକୁ ଆହୁରି ଅଧିକ ବିଗିଡି ଦେଇଥାଏ ।
ଏହା ସହିତ ମଧ୍ୟ ଏହି ସବୁ ସମସ୍ୟାର ସମାଧାନ ପାଇଁ ଆମେ ଅନେକ ପ୍ରକାର ଘରୋଇ ଉପଚାର ମଧ୍ୟ କରିଥାଉ । ତେବେ ଆଜି ଆପଣ ମାନଙ୍କୁ ଏହି ଚୁଟି ଜନିତ ସମସ୍ୟାରୁ ରକ୍ଷା ପାଇବା ପାଇଁ ଏକ ଟିପ୍ସ ବତେଇବାକୁ ଯାଉଛୁ। ଯାହାର ପ୍ରସ୍ତୁତି ପ୍ରଣାଳୀ ବହୁତ ସହଜ ଏବଂ ଏହା ଘରେ ଅତି ସରଳ ଭାବେ ଆପଣ ମାନେ ତିଆରି କରି ବ୍ୟବହାର କରିପାରିବେ । ଯାହା ଦ୍ଵାରା ସମସ୍ତ ଚୁଟି ଜନିତ ସମସ୍ୟାରୁ ମୁକ୍ତି ପାଇବା ସହ ଦୁଇ ସପ୍ତାହ ମଧ୍ୟରେ ଚୁଟି ଘନ ମଧ୍ୟ ହେବ । ତେବେ ଚାଲନ୍ତୁ ଜାଣିବା ସେହି ସହଜ ଉପାୟ ବିଷୟରେ ।
ପ୍ରସ୍ତୁତି ପ୍ରଣାଳୀ –
ତେବେ ଆପଣ ପ୍ରଥମେ ଏକ ନାଲି ପିଆଜକୁ ଛୋଟ ଛୋଟ ପିସ୍ କରି କାଟି ଦିଅନ୍ତୁ । ଏହାପରେ ଅଳ୍ପ ରସୁଣ କୋଲାର ଚୋପା ଛଡ଼ାଇ ଏହାକୁ ବାଟି ବା ମସଲା ପେଶା ସାହାଯ୍ୟରେ ଛେଚି ତାହାର ରସ ବାହାର କରି ନିଅନ୍ତୁ । ତାପରେ 4 ଚାମଚ ମେଥିକୁ ଏକ କପ୍ ପାଣିରେ ଭିଜେଇ ଦେବା ପରେ ଏହାକୁ ଗରମ କରି ଫୁଟେଇବେ ସେତେ ପର୍ଯ୍ୟନ୍ତ ଯେ ପର୍ଯ୍ୟନ୍ତ ତାହା ପାଣି ଅଧ କପ୍ ନହୋଇ ଯାଇଛି । ଉକ୍ତ ପାଣି ସହ ତିନି ଚାମଚ ପିଆଜ ରସୁଣ ରସ କୁ ମିଶାଇ ଦେଇ ଦୁଇ ମିନିଟ୍ ପର୍ଯ୍ୟନ୍ତ ଭଲ ଭବାରେ ମିକ୍ସ କରିଦେବେ ।
ବ୍ୟବହାର କରିବାର ପ୍ରଣାଳୀ –
ତେବେ ଏହାକୁ ଏକ ସ୍ପ୍ରେ ବୋତଲ ରେ ରଖାଯାଇ ଚୁଟି ମୂଳ ରେ ସ୍ପ୍ରେ କରାଯାଇ ପାରେ ନଚେତ ହାତରେ ପାପୁଲି ରେ ନେଇ ଚୁଟି ମୂଳ ରେ ଆସ୍ତେ ଆସ୍ତେ ପନ୍ଦର ମିନିଟ୍ ମାଲିସ୍ କରା ଯାଇପାରେ । ଏହା ଆପଣଙ୍କୁ ଗୋଟେ ଦିନ ଛାଡ଼ି ଗୋଟେ ଦିନ ଏହିପରି ଦୁଇ ସପ୍ତାହ ପର୍ଯ୍ୟନ୍ତ ଲଗାଇବା ପାଇଁ ପଡିବ । ଲଗାଇବାର କିଛି ସମୟ ପରେ ସାମ୍ପୁ କରିପାରିବେ ନଚେତ ଏହାକୁ ରାତିରେ ଲଗେଇ ସକାଳେ ମଧ୍ୟ ଧୋଇ ପାରିବେ ।