ଆପଣ ଜାଣିଥିବେ ଯେ ଘରକୁ ଯେତେବେଳେ ଗୋଟିଏ ନବଜାତ ଶିଶୁ ଜନ୍ମ ନେଇ ଆସେ ସମସ୍ତଂକ ଆଖି ତା ଉପରେ ଥାଏ। ପିଲାକୁ ନେଇ ସମସ୍ତେ ବେଶ୍ ଖୁସି ଥାଆନ୍ତି। ପରିବାର ଲୋକଙ୍କ ସ୍ନେହ ଶ୍ରଦ୍ଧା ଭଲପାଇବା ସବୁକିଛି ସେହି ପିଲା ଉପରେ କେନ୍ଦ୍ରୀଭୂତ ହୋଇ ରହିଥାଏ ଆଉ ପିଲାଟିର ଯେତେବେଳେ ଛୋଟ ବଡ ସମସ୍ୟା ହୋଇଥାଏ ପରିବାର ଲୋକେ ଖୁବ୍ ବ୍ୟସ୍ତ ବିବ୍ରତ ହୋଇ ପଡ଼ନ୍ତି। ବିଶେଷ କରି ପିଲା ଜନ୍ମ ହେବାର ୩-୪ ଦିନ ଭିତରେ ଜଣ୍ଡିସ ଭଳି ସମସ୍ୟା ଦେଖା ଯାଇଥାଏ ଯାହା ସମସ୍ତଙ୍କୁ ଆତଙ୍କିତ କରିଥାଏ। ତେବେ ଜଣ୍ଡିସ କଣ ତାକୁ ପ୍ରଥମେ ଭଲ ଭାବରେ ବୁଝିବା ଆବଶ୍ୟକ ନବଜାତ ଶିଶୁ କୁ ଜଣ୍ଡିସ ଭଳି ସମସ୍ୟା କାହିଁକି ଦେଖା ଜାଏ ଆସନ୍ତୁ ଜାଣିବା।
୪୦-୫୦ ପ୍ରତିଶତ ନବ ଜନ୍ମିତ ଶିଶୁ ମାନଙ୍କ ପାଖରେ ଏହି ସମସ୍ୟା ଦେଖିବାକୁ ମିଳିଥାଏ। ତେବେ ପିଲାଙ୍କୁ ଜଣ୍ଡିସ ହେଲେ ସେତେଟା ବ୍ୟସ୍ତ ହେବା କିଛି ଆବଶ୍ୟକ ନାହିଁ। ପିଲା ମାନଙ୍କୁ ଜଣ୍ଡିସ ହେବାର କାରଣ ସେମାନେ ଯେତେବେଳେ ଜନ୍ମ ନିଅନ୍ତି ସେମାନେ ଯେଉଁ ଜିନିଷ ମାଙ୍କ ପାଖରୁ ଡାଇରେକ୍ଟ ପାଉଥିଲେ ତାହା ସେମାନେ ପାଇ ପାରନ୍ତି ନାହିଁ। ଆଉ ସେମାନେ ନିଜେ ଅକ୍ସିଜେନ୍ ନେଇ ନିଜେ ନିଜେ ପରିବେଶ ସହିତ ଖାପ ଖୁଆଇ ଚଳିବେ।
ଏହି ସମୟରେ ପିଲା ମାନେ ମା ପାଖରୁ ଯେଉଁ ବ୍ଲଡ ପାଇଥାଏ ବା ପୁରୁଣା ଭାବେ ରହିଥାଏl ତାହା ଧିରେ ଧୀରେ ଚେଞ୍ଜ ହୋଇ ନୂଆଁ ରୂପ ନେଇଥାଏ। ଆଉ ଏହି ସମୟରେ ଯେଉଁ ଲୋହିତ ରକ୍ତ କଣିକା ଅଛି ତାହା ଧିରେ ଧିରେ ଭାଙ୍ଗି ଯାଇଥାଏ। ଏବଂ ନୂଆଁ ନୂଆଁ ଲୋହିତ ରକ୍ତ କଣିକା ଯାହା ସବୁ ବର୍ତ୍ତମାନ ପରିସ୍ଥିତି ପାଇଁ ଦରକାର୍ ଅଛି ତାହା ତିଆରି ହୋଇଥାଏ।
ତେବେ ଯେଉଁ ଲୋହିତ ରକ୍ତ କଣିକା ତାହା ଭାଙ୍ଗି ଗଲା ପରେ ତାର ଯେଉଁ ଗୋଟିଏ ବାୟପ୍ରଡକ୍ଟ ହୁଏ ତାକୁ କୁହାଯାଏ ବିଲୁରିବିନ୍ ତାହା ଏବଂ ତାର କଲର ହେଉଛି ହଳଦିଆ। ତାହା ଯେତେବେଳେ ରକ୍ତରେ ବହୁ ପରିମାଣ ରେ ଭାଙ୍ଗିକି ଚେଞ୍ଜ ହୁଏ ସେତେବେଳେ ପିଲାଙ୍କ ଦେହ ଟିକିଏ ହଳଦିଆ ପଡ଼ିଯାଏ। ଯାହାକୁ ଆମେ ଜଣ୍ଡିସ ବୋଲି କହିଥାଉ।
ତେବେ ପ୍ରି ଟର୍ମ ବେବି ମାନଙ୍କ ପାଖରେ ଏହି ସମସ୍ୟା ଅଧିକ ଦେଖା ଯାଇଥାଏ। ଏହା ସହିତ ଯଦି ମା କିଛି ରୋଗ ଥାଏ କି ମା ଓ ପିଲାର ବ୍ଲଡ ଗ୍ରୁପ ମ୍ୟାଚ୍ ହେଉ ନଥାଏ ତେବେ ମଧ୍ୟ ଜଣ୍ଡିସ ହେବାର ସମ୍ଭାବନା ରହିଥାଏ।ଜଣ୍ଡିସ ପ୍ରଥମେ ମୁଁହକୁ ଇଫେକ୍ଟ କରିଥାଏ।ଜଣ୍ଡିସ ହେଲେ ପିଲାଙ୍କ ଯେଉଁ ଆଖିର ହ୍ୱାଇଟ ପତ୍ତାଟା ହଳଦିଆ ପଡ଼ିଯାଏ। ଏହା ଧିରେ ଧିରେ ପିଲାର ଫୁଲ ବଡିରେ ଦେଖା ଯାଇଥାଏ। ଏହାର ତୁରନ୍ତ ଚିକିତ୍ସାର ଆବଶ୍ୟକତା ରହିଛି। ତେଣୁ ପିଲାଙ୍କ ପାଖରେ ଏହି ସମସ୍ୟା ଦେଖା ଗଲେ ଡ଼ାକ୍ତରଙ୍କ ପରାମର୍ଶ ନେଇ ତୁରନ୍ତ ଚିକିତ୍ସା ଆରମ୍ଭ କରି ଦିଅନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।