Dr Puja Sharma – ଛୋଟ ପିଲାଙ୍କର କୃମି ରୋଗ – କେମିତି କରିବେ ଦୂର ଜାଣନ୍ତୁ ?

ବନ୍ଧୁଗଣ ବର୍ତମାନ ଆପଣ ଜାଣିଥିବେ ଯେ ପିଲା ମାନଙ୍କୁ ଅନେକ ପ୍ରକାର ରୋଗ ହେଉଛି |ସେଥିପାଇଁ ଅନେକ ବାପା ମା ମନେ ବହୁତ ଚିନ୍ତାରେ ରହନ୍ତି |ପିଲାମାନେ ଭଲରେ ନ ଖାଇଲେ କିମ୍ବା ସର୍ବଦା ଡ୍ରାଓଜି ଫିଲ କଲେ ପେରେଣ୍ଟସ ମାନେ ବ୍ୟସ୍ତ ହୋଇପଡନ୍ତି |ଛୋଟ ପିଲାମାନଙ୍କୁ ସାଧାରତଃ କୃମି ଅଧିକ ମାତ୍ରାରେ ପ୍ରଭାବିତ କରିଥାଏ, ଏହା ଏକ ମାରାତ୍ମକ ରୋଗ ଅଟେ |ପିଲାମାନଙ୍କୁ କୃମି କିପରି ନହେଉ ସେଥିପ୍ରତି ଆପଣ ସର୍ବଦା ସଚେତନ ରୁହନ୍ତୁ |କାରଣ ପିଲାମାନଙ୍କୁ କୃମି ହେଲେ ପିଲାର ଓଜନ କେବେ ବଢିନଥାଏ କି ସେମାନେ କୌଣସି ଜିନିଷ ଖାଇବା ପାଇଁ ମଧ୍ୟ ଇଚ୍ଛା କରନ୍ତି ନାହିଁ |ମୁଁ ଆଜି ଆପଣକୁ ପିଲାମାନଙ୍କୁ କୃମି ହେବାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ କହିବି |ତେବେ ଆସନ୍ତୁ ଜାଣିବା କୃମି ଜନିତ ସମସ୍ୟାରୁ କିପରି ଦୁରେଇ ରହିବା ଏହାର ସମ୍ପୂର୍ଣ ନିରାକରଣ ବିଷୟରେ |

କୃମି ହେବାର କାରଣ :-

ସାଧାରତଃ କୃମି ଚାରି ପ୍ରକାର ଅଟେ, ଏହି କୃମି ପିଲାମାନଙ୍କୁ ଅଧିକ ମାତ୍ରାରେ ପ୍ରଭାବିତ କରିଥାଏ |ପିଲାମାନେ ପଦାରେ ଖାଲି ପଦାରେ ବୁଲିବା, ଖୋଲାରେ ଝାଡା ଯିବ ଏବଂ ପୋଖରୀ ପାଣିରେ ଶୌଚ କରିବା, ବାହାର ଜିନିଷ ଭଲରେ ନଧୋଇ ଖାଇବା ଦ୍ଵାରା କୃମି ବ୍ୟାପି ଥାଏ |ଖାଲି ପଦାରେ ବୁଲିବା ଦ୍ଵାରା ପାଦପଟେ କୃମି ପିଲାଙ୍କ ଶରୀର ଭିତରକୁ ଯାଇ ତାଙ୍କ ଅନ୍ତନାଳିରେ ରହି ବଂଶବିସ୍ତାର କରିଥାନ୍ତି |ପିଲା ଦେହରୁ ସମସ୍ତ ପୋଷାକ ଶୋଷି ଖାଇଦିଅନ୍ତି |

ଲକ୍ଷଣ :-

ଏହା କୃମି ଶିଶୁର ଶରୀର ଉପର ବହୁତ ମାତ୍ରାରେ ପ୍ରଭାବ ପକାଇଥାନ୍ତି,ବେଶୀକରି ପିଲାମାନଙ୍କ ଭୋକ କମିଯାଏ, ଶରୀର ଶ୍ଵେତା ଦେଖାଯାଏ,ପେଟ ଦରଜ ହୋଇଥାଏ ତାହା ସହିତ କୃମି ହୋଇଥିବା ପିଲାଙ୍କୁ ପତଳା ଝାଡା ମଧ୍ୟ ହୋଇଥାଏ |ଏହାଦ୍ୱାରା ଶିଶୁଟି ଦୁର୍ବଳ ହୋଇପଡେ, ତାର ସ୍କୁଲ ଯିବାପାଇଁ ଇଚ୍ଛା କରିନଥାଏ, ଖାଦ୍ୟ ଖାଇବା ପାଇଁ ଅନିଚ୍ଛା କରେ ଏବଂ ଶିଶୁର ଓଜନ କମିଯାଏ |ଶିଶୁର ଗ୍ରୋଥ ବୟସ ଅନୁସାରେ ବଢ଼ିନଥାଏ |ଏହି କୃମିରେ ଶିଶୁ ପ୍ରଭାବିତ ହେଲେ ତାହା ଠାରେ ରକ୍ତ ହୀନତା ଦେଖାଯାଏ |ଏହାଦ୍ଵାରା କେତେକ ସମୟରେ ସ୍କିନ ଡିଜିଜ ମଧ୍ୟ୍ୟ ଦେଖା ଦେଇଥାଏ ବା ଶରୀରରେ ରାସେଶ ବାହାରି ଯାଏ, ଏହା ଅଧିକ ମାତ୍ରାରେ କୁଣ୍ଡେଇ ହୋଇଥାଏ |

କୃମି ରୋକିବାର କାରଣ ଓ ଚିକିତ୍ସା :-

ଏହି କୃମି ପ୍ରାଥମିକ କାରଣ ହେଉଛି ପିଲାଙ୍କୁ ଚପଲ ପିନ୍ଧାଇ ପଦାକୁ ଛାଡ଼ିବେ, ବାହାର ଜିନିଷ ଫଳ ମୂଳ ଯାହାବି ଖାଉଛନ୍ତି ତାହାକୁ ଭଲରେ ଧୋଇ ଖାଇବା ଉଚିତ |ପିଲାଙ୍କୁ ସର୍ବଦା ଫୁଟା ପାଣି ପିଇବା ପାଇଁ ଦିଅନ୍ତୁ |ଏମିତି କରିବା ଦ୍ଵାରା କୃମି ହୋଇନଥାଏ |ଏହାସହିତ ଯେଉଁ ପିଲା ବର୍ତମାନ କୃମିରେ ଆଫେକ୍ଟ ଅଛନ୍ତି ସେମାନଂକୁ ସରକାରଙ୍କ ଦ୍ଵାରା ସ୍କୁଲ ମାନଙ୍କରେ ହେଉଥିବା ଟି ୱରମିଙ୍ଗ ବ୍ୟବସ୍ଥାରେ ଅଲବେଣ୍ଡାଜଲ ଔଷଧ ବୟସର ଡୋଜ ଅନୁଯାଇ ଖୁଆଇବା ଆବଶ୍ୟକ |ପିଲାମାନଙ୍କୁ 6ମାସରେ ଥରେ ଶିଶୁ ଡାକ୍ତରଙ୍କ ପାଖରୁ ଚିକିତ୍ସା ମଧ୍ୟ୍ୟ କରାଇ ନେବା ଉଚିତ, ଏହାଦ୍ୱାରା ଶିଶୁ ସର୍ବଦା ସୁସ୍ଥ ରହିଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Comment