ଛୋଟ ଛୁଆକୁ ଜଣ୍ଡିସ୍ ହେଲେ କେମିତି ଚିହ୍ନିବେ ଜାଣନ୍ତୁ ? |dr . P Usha

ବନ୍ଧୁଗଣ ଆପଣ ସମସ୍ତେ ଜାଣିଥିବେ ସବୁ ରୋଗ ମାନଙ୍କ ମଧ୍ୟରୁ ଦଣ୍ଡିସ ଏକ ମାରତ୍ମକ ରୋଗ ଅଟେ |ଏହି ରୋଗ ଛୋଟ ବଡ଼ ସମସ୍ତଙ୍କ ପାଖରେ ଦେଖାଯାଏ, ବିଶେଷ କରି ଏହି ରୋଗ ଛୋଟ ପିଲା ମାନଙ୍କ ଠାରେ ଦେଖାଯାଏ |ଦଣ୍ଡିସ ନବଜାତ ଶିଶୁକୁ ଶୀଘ୍ର ହୋଇଥାଏ ଏବଂ ଏହା ସେମାନଂକୁ ଶୀଘ୍ର ଆକ୍ରାନ୍ତ କରିଦିଏ |ସାଧାରଣତଃ ପିଲା ଜନ୍ମ ହେବା ମାତ୍ରେ 30 ରୁ 40% ଦଣ୍ଡିସ ସେମାନଙ୍କ ପାଖରେ ଦେଖାଯାଏ |ଏଥିପାଇଁ ବ୍ୟସ୍ତ ହେବା ଉଚିତ ନୁହଁ ଏହା ଏକ ଶାରୀରିକ ପରିବର୍ତନ ଅଟେ |ମୁଁ ଆଜି ଆପଣକୁ ପିଲାମାନଙ୍କୁ ଦଣ୍ଡିସ ହେବାର କାରଣ,ଲକ୍ଷଣ ଓ ନିରାକରଣ ବିଷୟରେ କହିବି, ଯାହାଦ୍ୱାରା ଆପଣ ପ୍ରଥମରୁ ସଜାଗ ହୋଇଯିବେ |ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ କଥା ବିଷୟରେ |
ଦଣ୍ଡିସ ହେବାର କାରଣ :-ଯେଉଁ ବେବୀମାନଙ୍କ ଠାରେ ଲୋହିତରକ୍ତ କଣିକା ଭାଙ୍ଗି ନୂତନ କଣିକା ସୃଷ୍ଟିହେବାର ପ୍ରୋସେସ ଅଧିକ ହୋଇଥାଏ ସେମାନଙ୍କ ଠାରେ ଦଣ୍ଡିସ ଅଧିକ ଦେଖାଯାଏ |ଏହା ସାଧାରଣତଃ ପ୍ରିଟର୍ମ ବେବି, ଆଇଜିଆର ବେବି, ଆରଏଚ ଇନକପ୍ଲିଟେଡ଼ ବେବିମାନଙ୍କ ପାଖରେ ଦଣ୍ଡିସ ଅଧିକ ମାତ୍ରାରେ ଦେଖାଯାଏ |ତାହାସହିତ ଯେଉଁ ବେବି ମା ପେଟରେ ଝାଡା କରିଦେଇଥାଏ କିମ୍ବା ଇନଫେକ୍ସନ ହୋଇଥାଏ କିମ୍ବା ବେବିର ଲିଭର ପ୍ରୋବ୍ଲେମ ଥିଲେ ଦଣ୍ଡିସ ଅଧିକ ଦେଖାଯାଏ |
ଦଣ୍ଡିସ ହେବାର ଲକ୍ଷଣ :-ଦଣ୍ଡିସ ହେଲେ ବେବିର ଡୋଳା ପ୍ରଥମେ ହଳଦିଆ ପଡିଥାଏ,ପିଲା କାନ୍ଦିଲେ ଫୋଲଡ ଗୁଡିକ ହଳଦିଆ ଓ ତାର ଜିଭ ମଧ୍ୟ୍ୟ ହଳଦିଆ ଦେଖାଯାଏ |ଏହା ମୁହଁରୁ ପାଦ ପର୍ଯ୍ୟନ୍ତ ବ୍ୟାପିଯାଏ,ପିଲା ପରିସ୍ରା କଲେ ତାହା ହଳଦିଆ ଦେଖାଯାଏ |ଯଦି ଦଣ୍ଡିସ ବ୍ରେନକୁ ଆଫେକ୍ଟ କରେ ତେବେ ତାହା ପ୍ରଭାବରେ ବେବିର ଫିଟ୍ସ ମରିଥାଏ,କନଭଲସନ ମଧ୍ୟ୍ୟ ହୋଇଥାଏ |ଦଣ୍ଡିସ ପ୍ରଭାବରେ ବେଳେ ବେଳେ ଏହା ପିଲାମାନଙ୍କର ଅଙ୍ଗ ମଧ୍ୟ୍ୟ ନଷ୍ଟ କରିଦେଇଥାଏ |
ଦଣ୍ଡିସର ଚିକିତ୍ସା :-ଦଣ୍ଡିସ ମାତ୍ର ଅଧିକଥିଲେ ପିଲାମାନଙ୍କୁ ଡାକ୍ତରଙ୍କ ପରାମର୍ଶ ନେଇ ପ୍ରୋପର ଚିକିତ୍ସା ଦେବା ଉଚିତ,ଏହି କ୍ଷେତ୍ରରେ ବେବିମାନଙ୍କୁ ମେଡିକାଲ ବ୍ୟବସ୍ତା ଅନୁସାରେ ଫୋଟଥେରାପି ଲାଇଟ ବା ବ୍ଲୁ ଲାଇଟ ପଡିଥାଏ |ଏହାଦ୍ୱାରା ପିଲାଙ୍କର ଦଣ୍ଡିସ ଡେନଜର ଲେଭେଲରୁ କମି ଆସିଥାଏ |ପିଲାମାନଙ୍କର ଦଣ୍ଡିସ 25ଥିଲେ ଏହି ସମୟରେ ସେମାନଂକୁ ଇମିଡ଼ିଏଟ ଚିକିତ୍ସା ହେବା ଆବଶ୍ୟକ, ଆପଣ ଭୁଲରେ ବି ପରମ୍ପରା ଅନୁଯାୟୀ ଚିକିତ୍ସା ନକରି କିମ୍ବା ଏହାଦ୍ୱାରା ସମୟ ନଷ୍ଟ ନକରି ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରନ୍ତୁ |ଦଣ୍ଡିସ ପିଲାକୁ ଅଧିକ ହୋଇଗଲେ ତାର ଯେକୌଣସି ଅଙ୍ଗ ନଷ୍ଟ କରିଦିଏ, କିମ୍ବା ଫିଟସ ଓ କନଭଲସନ ମରିଥାଏ |ଏହା ପିଲାର ଜୀବନ ପ୍ରତି ମଧ୍ୟ୍ୟ ବିପଦ ରହିଥାଏ |ଏହା ସହିତ ନବଜାତ ଶିଶୁ ଜନ୍ମ ହେବା ମାତ୍ରେ ତାଙ୍କୁ ପ୍ରୋପର ଭାବରେ ବ୍ରେଷ୍ଟ ଫିଡିଙ୍ଗ କରନ୍ତୁ ନହେଲେ ତାର ବଡି ଡିହାଇଡ୍ରେସନ ହୋଇଯାଏ |ଏହାଦ୍ୱାରା ତାକୁ ଅଧିକ ଦଣ୍ଡିସ ହୋଇଥାଏ ତେଣୁ ଆପଣ ସର୍ବଦା ପିଲାର ଫିଡିଙ୍ଗ ପ୍ରତି ସଜାଗ ରୁହନ୍ତୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment