Odisha News Portal

Special Health Tips – ଛୋଟ ଛୁଆଙ୍କୁ କ-ରୋ-ନା ହେଲେ କେମିତି ନେବେ ତାଙ୍କର ଯତ୍ନ । Dr. Randeep Guleria

ସମଗ୍ର ଦେଶରେ ବର୍ତ୍ତମାନ କରନାର ଦ୍ୱିତୀୟ ଲହର ତାଣ୍ଡବ ରଚୁଛି। ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି ଏବଂ ହଜାର ହଜାର ଲୋକ ମୃତ୍ୟୁବରଣ କରିଛନ୍ତି। ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଅଧିକ ଭୟାଭହ ହୋଇ ପଡିଛି। ଏପରି କି ସମସାନରେ ଜାଗା ମିଳୁ ନାହିଁ ଶବ ପୋଡି ବା ପାଇଁ, କିନ୍ତୁ ଦେଶରେ ତୃତୀୟ ଲହର ସୃଷ୍ଟି ହେଲେ ଛୋଟ ଛୁଆ ପ୍ର ଭାବିତ ହେବେ। ତୃତୀୟ ଲହର ସୃଷ୍ଟି ନ ହୋଇ ମଧ୍ୟ ଛୋଟ ଛୁଆ ମାନଙ୍କ ଠାରେ କରନା ଲକ୍ଷଣ ଦେଖା ଯାଉଛି। ଯଦି କରନା ହୋଇଛି ତାହାଲେ ଏପରି ଚିକିତ୍ସା କରିବା ପାଇଁ ଭାରତ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି, ତାଙ୍କ ଉପଦେଶ ମାନି ଆପଣ ଏପରି ଚିକିତ୍ସା କରନ୍ତୁ;

୧) ଯଦି ପିଲାଟିର କୌଣସି ଲକ୍ଷଣ ନଥାଏ :-

ଯଦି ପିଲାଟି କରୋନା ସଂକ୍ରମିତ ହୋଇଥିବ ଓ କୌଣସି ଲକ୍ଷଣ ଦେଖାଯାଉନଥିବ,ତେବେ କୌଣସି ଚିକିତ୍ସା ହେଇନଥିବ ତଥାପି ପିଲାଟିର ଲକ୍ଷଣ ଉପରେ ନଜର ରଖିବାକୁ ପଡିଥାଏ। କାରଣ ପରେ ଏହାର ପ୍ରଭାବ ପିଲାଙ୍କ ଉପରେ ପଡ଼ିଥାଏ। ତେଣୁ ପିଲାମାନଙ୍କ ଉପରେ ନଜର ରଖନ୍ତୁ।

୨) ଯଦି ସାମାନ୍ୟ (ମୃଦୁ )ସଂକ୍ରମଣ ହୁଏ :-

ଯଦି ପିଲାଟିର ଗଳାରେ ଯନ୍ତ୍ରଣା ଦେଖାଦବା ଓ ଚମକ ଭଳି ଲକ୍ଷଣ ଦେଖା ଯାଏ କିନ୍ତୁ ଶ୍ୱାସକ୍ରିୟାରେ କୌଣସି ସମସ୍ୟା ନଥାଏ ତେବେ ତାଙ୍କୁ ଘରେ ଅଲଗା ରଖିବା ଉଚିତ। ପିଲାମାନଙ୍କୁ ଅତ୍ୟଧିକ ମାତ୍ରାରେ ପାଣି ଓ ଅନ୍ୟାନ୍ୟ ତରଳ ଜିନିଷ ଦବାଉଚିତ। ଜ୍ୱର ହେଲେ ୧୦-୧୫ ମିଗ୍ରା ପାରାସିଟାମୋଲ ଦିଆଯାଇପାରେ। ଯଦି ଅଧିକ ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ଡାକ୍ତର ସହ ପରାମର୍ଶ କରିବା ଉଚିତ।

୩) ମଧ୍ୟମ ସଂକ୍ରମଣ ଯଦି ଦେଖାଯାଏ :-

ଏହି ବର୍ଗର ପିଲାମାନଙ୍କର ଯାହାର ଅମ୍ଳଜାନ ସ୍ତର ବହୁତ କମ କିନ୍ତୁ ନିମୋନିଆର କୌଣସି ଦେଖାଯାଏ ନାହିଁ, ସେହି ପିଲାମାନଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରିବା ଉଚିତ ଅଟେ। ଡିହାଇଡ୍ରେସନରୁ ରକ୍ଷା ପାଇବା ପାଇଁ ସେମାନଙ୍କୁ ଅଧିକ ତରଳ ଜିନିଷ ଦବା ଉଚିତ। ଯଦି ଶିଶୁକୁ ଜ୍ୱର ଥାଏ ଏବଂ ଜୀବାଣୁ ସଂକ୍ରମଣ ହେଲେ ପାରାସିଟାମୋଲ ଏବଂ ଆମୋକ୍ସିସିଲିନ ଦିଆଯାଇପାରେ। ଏଥି ସହ ଅମ୍ଳଜାନ ସାଚୁରେଚର ୯୪% କମ ଥିଲେ ପିଲାଙ୍କୁ ଅମ୍ଳଜାନ ଦବା ଉଚିତ।

୪) ଯଦି ଗୁରୁତ୍ୱର ସଂକ୍ରମଣ ଅଛି ତେବେ :-

ପିଲାଟି ଯେତବେଳେ ଗୁରୁତ୍ୱର ଅବସ୍ଥା ହୋଇଥିବ ଯେପରିକି ନେମୋନିଆ, ଶ୍ୱାସକ୍ରିୟା ନେବାରେ ଅସୁବିଧା ହେଉଥିବ ବା ମଲ୍ଟି ଅର୍ଗାନ ଡିସଫଙ୍କସନ ସିଣ୍ଡୋମ (mods)ଏବଂ କରୋନା କାରଣରୁ ସେପ୍ଟିକ ସକ ଅନୁଭବ କରିବା ଆରମ୍ଭ ହୋଇଯାଏ। ଏହିଭଳି ପିଲାମାନଙ୍କୁ ଶୀଘ୍ର ଆଇସୋଲେସନରେ କିମ୍ବା HDU ଭର୍ତ୍ତି କରିବା ଉଚିତ। ପିଲାମାନଙ୍କର ରକ୍ତ ଗଣନା, ଯକୃତ, ବୃକକ କାର୍ଯ୍ୟ ପରୀକ୍ଷା ଏବଂ ଛାତି କୁ ଏକ୍ସରେ କରିବା ଉଚିତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।